ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ଶୁଣିବାକୁ ମିଳୁଛି ଯେ କେନ୍ଦ୍ର ସରକାର ଖୁବ ଶୀଘ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏ ବୃଦ୍ଧି କରିପାରନ୍ତି । ଏଠାରେ ଜାଣି ରଖନ୍ତୁ ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ପ୍ରତି ୬ ମାସରେ ସମୀକ୍ଷା କରାଯାଏ । ଆଉ ଏ-ଆଇ-ସି-ପି-ଆଇ ତଥ୍ୟ ଆଧାରରେ ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରନ୍ତି ଏବଂ ଏହି ବୃଦ୍ଧି ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ତଥ୍ୟ ଉପରେ ଆଧାରିତ ହୋଇଥାଏ ।
ରିପୋର୍ଟରେ କୁହାଯାଇଛି ଯେ ସରକାର ଏ ବାବଦରେ ଖୁବ ଶୀଘ୍ର ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ନୂତନ ବର୍ଷ ୨୦୨୩ ର ଏଇଟା ପ୍ରଥମ ମାସ ଜାନୁଆରୀର ଅଧା ଦିନ ସରିଗଲାଣି । ତେବେ ଆଉ କେତେ ଟା ଦିନ ପରେ ଅର୍ଥାତ୍ ଜାନୁଆରୀ ୩୧ ତାରିଖ ଆଡ଼କୁ ସରକାର କେନ୍ଦ୍ରୀୟ କର୍ମଚାରୀ ମାନଙ୍କୁ ଏକାଥରକେ ଅନେକ ଉପହାର ଦେବାକୁ ଯାଉଛନ୍ତି ବୋଲି ଶୁଣା ଯାଉଛି । ସରକାରୀ କର୍ମଚାରୀ ମାନେ ସେମାନଙ୍କ ନୂତନ ବର୍ଷର ପ୍ରଥମ ଉପହାର ପାଇପାରନ୍ତି ।
ତେବେ ପ୍ରକୃତରେ ଜାନୁଆରୀ ୩୧ ତାରିଖ କଣ ପାଇଁ ନା ସେ ଦିନ ହିଁ ନୂତନ ମୁଦ୍ରାସ୍ଫୀତି ଆକଳନ ଆସିବାକୁ ଯାଉଛି । ବନ୍ଧୁଗଣ ପ୍ରତ୍ୟେକ ମାସର ଶେଷ ତାରିଖରେ ଏ-ଆଇ-ସି-ପି-ଆଇ ଇଣ୍ଡେକ୍ସର ଡାଟା ପ୍ରକାଶିତ ହୋଇଥାଏ । ଏହି ହିସାବରେ ଆଗାମୀ ମୁଦ୍ରାସ୍ଫୀତି ଆକଳନ ସ୍ଥିର କରିବ ଯେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ଦରମା ଓ ପେନସନ୍ କେତେ ବୃଦ୍ଧି ପାଇବ ।
ମହଙ୍ଗା ଭତ୍ତା ବୃଦ୍ଧି ୬ ମାସକୁ ଥରେ ଅର୍ଥାତ ଗୋଟିଏ ବୃଦ୍ଧି ଜାନୁଆରୀରେ ଓ ଅନ୍ୟଟି ଜୁଲାଇରେ ହୋଇଥାଏ । ତେଣୁ ପ୍ରତିବର୍ଷ ଭଳି ୨୦୨୩ରେ ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇବ ଯାହାକି ସାଧାରଣତଃ ହୋଲି ପୂର୍ବରୁ ଘୋଷଣା କରାଯିବ ବୋଲି ସୂଚନା । ଅନ୍ୟପଟେ ସୂଚକାଙ୍କରେ ଗୋଟିଏ ପଏଣ୍ଟ ବୃଦ୍ଧି ହେଲେ ତେବେ ଯାଇ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇପାରେ ।
ଗତବର୍ଷ ୨୦୨୨ ରେ ୩୪ ପ୍ରତିଶରୁ ୩୮ କୁ ବୃଦ୍ଧି ପାଇଥିଲା । ଆଉ ଚଳିତ ବର୍ଷ ମହଙ୍ଗା ଭତ୍ତା ବର୍ତ୍ତମାନର ୩୮ ପ୍ରତିଶତରୁ ୪୧ ପ୍ରତିଶତକୁ ବୃଦ୍ଧି ପାଇବ । ଯଦି ଏହା ଘଟେ ତେବେ ମାର୍ଚ୍ଚ ୩୧ ଠାରୁ କର୍ମଚାରୀମାନେ ବର୍ଦ୍ଧିତ ଦରମା ପାଇପାରିବେ ଓ ପେନସନଭୋଗୀମାନଙ୍କୁ ବର୍ଦ୍ଧିତ ପେନସନ୍ ମିଳିପାରେ