ରହସ୍ୟମୟ ସମୁଦ୍ର,ଦୁଇ ଡଙ୍ଗାରୁ ୧୩ ଜଣ ନିଖୋଜ।

ସମୁଦ୍ର ବାହାରର ଦୁନିଆ ସହ ସମସ୍ତେ ପରିଚିତ ଥାଆନ୍ତି ହେଲେ ସମୁଦ୍ର ଭିତରର ଦୁନିଆ ବିଷୟରେ କେହି କିଛି ବି ଜାଣି ନଥାନ୍ତି,ଆମେ ସମସ୍ତେ ସମୁଦ୍ର କୂଳରେ ସମୟ ବିତେଇବାକୁ ଭଲ ପାଇଥାଉ ସମୁଦ୍ରର ଢେଉରେ ଗାଧୋଇବାକୁ ସମସ୍ତେ ଭଲ ପାଇ ଥାଆନ୍ତି ହେଲେ ସମୁଦ୍ର ସେହି ପାଣି ଭିତରକୁ ଯିବାକୁ କେହି ବି ସାହସ କରି ନାହାଁନ୍ତି। ସମୁଦ୍ରର ସେହି ପାଣି ଭିତରକୁ ଯିବାକୁ କେବଳ ମସ୍ୟଜୀବୀ ମାନେ ହିଁ ସାହସ କରି ଥାଆନ୍ତି କେବଳ ମାଛ ମାରିବା ପାଇଁ।

ସେହି ଦୁନିଆରେ ଅନେକ ସମୟ ବିତାଇ ଥାଆନ୍ତି ସେମାନେ,ନିଜ ଜୀବନକୁ ପାଣି ଛଡାଇ ଗଭୀର ସମୁଦ୍ର ରେ ମାଛ ମାରନ୍ତି।ସମୁଦ୍ର ଭିତରେ ଏବେବି ଅନେକ ସ୍ଥାନ ରହସ୍ୟ ଘେରରେ ରହିଛି, ନା ସେହି ସ୍ଥାନ ବିଷୟରେ କେହି ଜାଣନ୍ତି ନା ସେହି ସ୍ଥାନକୁ କେହି ଗଲେ ଆଉ ଫେରି ପାରନ୍ତି। ଏଇ ଯେମିତି ପାରାଦୀପରୁ ଆସିଥିବା ଏଇ ଘଟଣା ଏବେ ସମସ୍ତଙ୍କର ନିଦ ହଜାଇ ଦେଇଛି।

ଆଜକୁ ପାଞ୍ଚ ଦିନ ତଳେ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିଲେ ୧୩ଜଣ ମସ୍ୟଜୀବୀ ଦୁଇଟି ଡଙ୍ଗାରେ ସେମାନେ ଗଭୀର ସମୁଦ୍ରକୁ ଯାଇଥିଲେ।ଆଜି ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନାହିଁ,ନା ସେମାନଙ୍କ ସହ ଯୋଗାଯୋଗ ହେଇ ପାରୁଛି ନା ସେମାନଙ୍କ ଭିତରୁ କେହି ଜଣେବି ଏପର୍ଯ୍ୟନ୍ତ ଘରକୁ ଫେରିଛନ୍ତି। କୁଜଙ୍ଗ ମସ୍ୟ ଅଧିକାରୀ ସମସ୍ତ ମସ୍ୟଜୀବୀଙ୍କୁ ଖୋଜିବା ଲାଗି ମେରାଇନ୍ ପୋଲିସ ଓ କୋଷ୍ଟ ଗାର୍ଡର ସହାୟତା ଲୋଡିଛନ୍ତି।

ଘଟଣା ପରଠାରୁ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି, ସେହି ୧୩ ଜଣ ମସ୍ୟଜୀବୀ ଗଲେ କୁଆଡେ, ସାମୁଦ୍ରିକ ଝଡର ଶିକାର ପାଲୋଟି ତାଙ୍କ ଡଙ୍ଗା ଓଲଟି ଗଲାନି ତ,ନା କିଛି ଅଜଣା ରହସ୍ୟମୟୀ ଜାଗାରେ ଏବେବି ଫସି ରହିଛନ୍ତି ସେମାନେ। ଏହି ସବୁ ପ୍ରଶ୍ନର ଉତ୍ତର କେବେ ଆସିବ ସେହି ଉପରେ ସମସ୍ତଙ୍କ ନଜର।

odia sambada
Comments (0)
Add Comment