ଆପେ ଆପେ ଦୁଇ ଚକାରେ ଛିଡ଼ା ହେଉଛି ସ୍କୁଟର ! ଗୋଡ଼ ଲାଗୁନି, ସ୍ୱିଚ୍‌ ଚିପିଲେ ପଛକୁ ଯାଉଛି।

ଦୁନିଆ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି କାରଣ ଦିନକୁ ଦିନ ଅନେକ ସେବା ଉପଲବ୍ଧ ହେବ ସାଙ୍ଗକୁ ଅନେକ ପ୍ରକାର ର ନୂଆ ଟେକନିକ ସାଙ୍ଗକୁ ନୂଆ ନୂଆ ଜିନିଷ ମଧ୍ୟ ବଜାରରେ ଉପଲବ୍ଧ ହେଲାଣି ଏବଂ ଲୋକମାନେ ତାହାକୁ ନିଜ ଦୈନନ୍ଦିନ ଜୀବନରେ ମଧ୍ୟ ବ୍ୟବହୃତ କଲେଣି ଏବଂ ଏହି ସେବା ପାଇଁ ସେମାନେ ବହୁଳ ଭାବରେ ଉପକୃତ ମଧ୍ୟ ହେଉଛନ୍ତି।

ଏହାର କୁପ୍ରଭାବ ମଧ୍ୟ ଲୋକଙ୍କ ଉପରେ ମଧ୍ୟ ପଡୁଛି ଯାହା ତାଙ୍କୁ ଦିନକୁ ଦିନ କର୍ମଠ କରିଦେଉଛି।ଲୋକମାନେ କିଛି କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ ମଧ୍ୟ କରୁନାହାଁନ୍ତି।ସବୁ କାର୍ଯ୍ୟରେ ଜନତ୍ର କିମ୍ବା ଆଉ କାହାର ସହାୟତା ନେଉଛନ୍ତି।

ଲୋକଙ୍କ ଦୈନନ୍ଦିନ ବ୍ୟବହାର ଏବଂ business ପାଇଁ ଲୋକମାନେ ଅନେକ ପ୍ରକାର ପର୍ଦର୍ଥା ବାହାର କରୁଛନ୍ତି ଏବଂ ତାହାକୁ ବଜାରରେ ବହୁଳ ପରିମାଣରେ ବିକ୍ରି ମଧ୍ୟ ହେଉଛି।କ୍ୟାବ ସେବା ପ୍ରଦାନକାରୀ କମ୍ପାନୀ ଓଲାର ଇ-ସ୍କୁଟର (Ola Electric Scooter) ଲଞ୍ଚ ହେବା ପରଠାରୁ ଚର୍ଚ୍ଚାରେ ଅଛି ।

କେତେବେଳେ ସ୍କୁଟରରେ ନିଆଁ ଲାଗୁଛି ତ ପୁଣି କେତେବେଳେ ସ୍କୁଟର ବୁକ୍‌ କରିବା ପରେ ଗାଡ଼ି ପାଇବା ପାଇଁ ଅନେକ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି । ଏବେ ପୁଣି ଥରେ ଓଲା ଇ-ସ୍କୁଟର ଚର୍ଚ୍ଚାର ପରିଧିକୁ ଆସିଛି, ତେବେ ଏଥର କାରଣ ସମ୍ପୂର୍ଣ୍ଣ ଭିନ୍ନ ।

ଏଥର ନିଆଁ ଲାଗିବା ପାଇଁ ନୁହେଁ ଇ-ସ୍କୁଟରକୁ କ୍ରିକେଟ୍ କମେଣ୍ଟ୍ରି ପାଇଁ ବ୍ୟବହାର କରାଯାଇଛି । ଜଣେ ଯୁବକ କ୍ରିକେଟ୍‌ ମ୍ୟାଚ୍‌ ବେଳେ ଓଲା ଇ-ସ୍କୁଟରକୁ ଏପରି ଭାବରେ କାମରେ ଲଗେଇଛନ୍ତି ଯେ ସମସ୍ତେ ତାଙ୍କ ବୁଦ୍ଧିକୁ ତାରିଫ୍‌ କରିଛନ୍ତି ।

କଟକ ର ଜଣେ ଯୁବକ କମେଣ୍ଟ୍ରି କରିବା ପାଇଁ ଓଲା ଇ-ସ୍କୁଟରକୁ ବ୍ୟବହାର କରିଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେଉଛି । ଯୁବକ ଜଣକ ସ୍କୁଟରର ବ୍ଲୁଟୁଥକୁ ଫୋନ୍ ସହିତ ସଂଯୋଗ କରି ଏପରି କରିଛନ୍ତି ।

ଆଉ ତା’ପରେ ନିଜ ଫୋନର ସ୍ପିକରରେ କମେଣ୍ଟ୍ରି କରୁଛନ୍ତି, ଯାହା ଓଲା ସ୍କୁଟର ୱୟାରଲେସ୍‌ ସହ ଯୋଡ଼ା ହୋଇଥିବା ଜଣାପଡ଼ୁଛି । ଆଉ ଏଥିରେ ସେ ମ୍ୟାଚ୍‌ର ସ୍କୋର ଜଣାଉଛନ୍ତି ।ଏହି ଭାଇରାଲ ଭିଡିଓ କୁ ବିକାଶ ନାମକ ଜଣେ ୟୁଜର ସେୟାର କରିଛନ୍ତି । କ୍ୟାପସନରେ ଲେଖାହୋଇଛି, ‘ଓଲା ଇଲେକ୍ଟ୍ରିକ୍ ସ୍କୁଟରର ସ୍ପିକରରେ କ୍ରିକେଟ୍ ମ୍ୟାଚର ସ୍କୋର କୁହାଯାଉଛି ।

ଭିଡିଓଟିକୁ ଏବେ ସୁଦ୍ଧା ଅନେକ ଭିୟୁ ମିଳି ସାରିଥିବା ବେଳେ ଅନେକ ଲୋକ ଏହାର ପସନ୍ଦ ମଧ୍ୟ କରୁଛନ୍ତି ।ଯେବେ ଏହି ବିଦ୍ୟୁତ୍ ଚଲିତ ଗାଡ଼ି ଉପଲବ୍ଧ ହେଲା ସେତେବେଳେ ଏହାର ବ୍ୟବହାର ର ମାତ୍ର ବହୁତ ବଢ଼ିଯାଇଥିଲା ଯାହାଦ୍ଵାରା ଲୋକମାନେ ଏହାକୁ ବ୍ୟବହାର କରିବ ପାଇଁ କିଛି ମାସ ଆଗରୁ ଅର୍ଡର୍ କରିବାକୁ ପଡ଼ୁଥିଲା ।

ଏହି ଗାଡିର ବହୁଳ ବ୍ୟବହାର ଦ୍ଵାରା ଏଥିରେ ଅନେକ ସମସ୍ୟା ଦେଖାଦେଇଥିବା ଶୁଣିବାକୁ ମିଳୁଛି ଏବଂ ଅନେକ ସମୟରେ ଏଥିରେ ଇଞ୍ଜିନ ଅତ୍ୟଧିକ ଗରମ ହେବା କାରଣରୁ ଏଥିରେ ନିଆଁ ମଧ୍ୟ ଲାଗିଯାଇଛି ।ଯାହାଦ୍ଵାରା ଲୋକମାନେ ଏହି ଗାଡିର ବ୍ୟବହାର ଏତେ ପରିମାଣରେ କରୁନାହାଁନ୍ତି।

ଏବେ ଏହି ଗାଡ଼ି ବଜାରରେ ଅନେକ ମାତ୍ରାରେ ଉପଲବ୍ଧ ,କାରଣ ଏହି ଗାଡ଼ି ବ୍ୟବହାର କରିବା ପାଇଁ କୌଣଷି ଇନ୍ଧନ ର ଆବଶ୍ୟକତା ପଡ଼ିନଥାଏ ।ଏହି ଗାଡ଼ିରେ ଥିବା ବ୍ୟାଟେରୀ କୁ ୮ ଘାଟନ ଚାର୍ଜ କଲେ ତାହା ୧୦୦ କିଲୋ ମିଟର ପର୍ଯ୍ୟନ୍ତ ଯାଇଥାଏ।ତେଣୁ ଏହାର ବ୍ୟବହାରର ପରିମାଣ ଏବେ ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି।

ତେବେ ଏହି ଭିଡିଓରେ ନିଜେ ଓଲାର ପ୍ରତିଷ୍ଠାତା ଭାବିଶ ଅଗ୍ରୱାଲ ମଧ୍ୟ ନିଜର ପ୍ରକିକ୍ରିୟା ରଖିଛନ୍ତି । ସେ ଲେଖିଛନ୍ତି, ଓଲା ଇ-ସ୍କୁଟରର ସମସ୍ତ ବ୍ୟବହାର ମଧ୍ୟରୁ ଏହା ହେଉଛି ସବୁଠାରୁ ସୃଜନଶୀଳ ତଥା ଅନନ୍ୟ । ଲୋକମାନେ ଏହା ଭିଡିଓ ଦେଖି ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି । ଏପରି ଜୁଗାଡ଼ ଦ୍ୱାରା ଅନେକ କିଛି ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଉଛି ।

odia sambada
Comments (0)
Add Comment