ଭାରତ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷରେ t20 ଓ ଦିନିକିଆ ସିରିଜରେ ବ୍ୟସ୍ତ ଅଛି। ଏହାପରେ ଜାନୁଆରୀ 18 ତାରିଖରୁ ନ୍ୟୁଜିଲାଣ୍ଡ ଟିମ ଭାରତ ଗସ୍ତ କରିବ, ଏହାମଧ୍ୟରେ ନ୍ୟୁଜିଲାଣ୍ଡ ଭାରତ ସହିତ 3ଟି ଦିନିକିଆ ଓ 3ଟି t20 ସିରିଜ ଖେଳିବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ ନିଜର ଦିନିକିଆ ଦଳର ସ୍କ୍ୱାର୍ଡ଼ ଘୋଷିତ କରିସାରିଛି ଓ ଏଥିସହିତ ଦଳ t20 ପାଇଁ ମଧ୍ୟ ଦଳ ଘୋଷିତ କରିସାରିଛି।
T20 ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ:-
ନ୍ୟୁଜିଲାଣ୍ଡ t20 ପାଇଁ ନିଜର 15 ଦଳୀୟ ସଦସ୍ୟ ଜାରି କରିସାରିଛି। ନ୍ୟୁଜିଲାଣ୍ଡ ପାଇଁ ବର୍ତ୍ତମାନ କେନ ଉଇଲିଆମସନଙ୍କୁ ବିଶ୍ରାମ ଦିଆଯାଇଛି ଓ ତାଙ୍କ ସ୍ଥାନରେ ମିଚେଲ ସାଣ୍ଟନରଙ୍କୁ ଅଧିନାୟକ ପଦ ଦିଆଯାଇଛି। ଭାରତ ବିପକ୍ଷରେ ଜାନୁଆରୀ 27 ତାରିଖରୁ ଦଳ ନିଜର t20 ମ୍ୟାଚ ଆରମ୍ଭ କରିଦେବ।
ଏହି ବୋଲରଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ-
ନ୍ୟୁଜିଲାଣ୍ଡ ଦଳରୁ ଉଭୟ କେନ ଉଇଲିଆମସନ ଓ ଟିମ ସାଉଥିଙ୍କୁ ବିଶ୍ରାମ ଦିଆଯାଇଛି। ନ୍ୟୁଜିଲାଣ୍ଡର ଟେଷ୍ଟ ଟିମରେ ସାଉଥି କାର୍ଯ୍ୟଭାର ସମ୍ଭାଳୁଥିବାରୁ ତାଙ୍କୁ ଉଭୟ ଦିନିକିଆ ଓ t20 ରେ ବିଶ୍ରାମ ମିଳିଛି। ଦିନିକିଆ ଦଳରେ ଟମ ଲଥମଙ୍କୁ ଅଧିନାୟକ ପଦ ଦିଆଯାଇଛି।
ନ୍ୟୁଜିଲାଣ୍ଡର ଭାରତ ଗସ୍ତ:-
ଜାନୁଆରୀ 18- ପ୍ରଥମ ଦିନିକିଆ- ହାଇଦ୍ରାବାଦ
ଜାନୁଆରୀ 21- ଦ୍ଵିତୀୟ ଦିନିକିଆ- ରାୟପୁର
ଜାନୁଆରୀ 24- ତୃତୀୟ ଦିନିକିଆ – ଇନ୍ଦୋର
ଜାନୁଆରୀ 27- ପ୍ରଥମ t20- ରାଞ୍ଚି
ଜାନୁଆରୀ-29- ଦ୍ଵିତୀୟ t20-ଲକ୍ନୌ
ଫେବୃଆରୀ 1- ତୃତୀୟ- ଅହମ୍ମଦାବାଦ
ଭାରତ ଗସ୍ତ ପାଇଁ ନ୍ୟୁଜିଲାଣ୍ଡ ଟିମ:-
ମିଚେଲ ସାଣ୍ଟନର, ଫିନ ଆଲେନ, ମଇକେଲ ବ୍ରେସୱେଲ, ମାର୍କ ଚାପମାନ, ଡେନ କ୍ଲିଭର, ଡେବନ କନୱେ, ଜ୍ୟାକବ ଡ଼ଫି, ଲକି ଫରଗୟୁସନ, ବେନ ଲିଷ୍ଟର, ଡେରିଲ ମିଶେଲ, ଗ୍ଲେନ ଫିଲିପ୍ସ, ମଇକେଲ ରିପାନ, ହେନେରୀ ଶିପଲି, ଇସ ଶୋଧି, ବ୍ଲେୟର ଟିକନର।
ଦିନିକିଆ ଦଳ:-
ଟମ ଲଥାମ, ଫିନ ଆଲେନ, ମାଇକେଲ ବ୍ରେସୱେଲ, ମାର୍କ ଚାପମାନ, ଡେବନ କନୱେ, ଜ୍ୟାକବ ଡ଼ଫି, ଲକି ଫରଗୟୁସନ, ଡ଼ଗ ବ୍ରେସୱେଲ, ଏଡମ ମିଲନେ, ଡରିଏଲ ମିଶେଲ, ହେନେରୀ ନିକୋଲସ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର, ଇସ ଶୋଧି, ଏବେ ଶିପଲି।