ଖୋଲିଗଲା ରାଜ! ରାହୁଲ ଗାନ୍ଧୀଙ୍କୁ ଏହି କାରଣରୁ ଶୀତ ହୁଏନାହିଁ, ଯାହାଦ୍ୱାରା ସେ 3500 କିଲୋମିଟର ଚାଲୁଛନ୍ତି:-

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ 3500 କିଲୋମିଟର ପଦଯାତ୍ରା କରି ଭାରତ ଯୋଡ଼ ଯାତ୍ରା ଜାରି ରଖିଛନ୍ତି। ଏତେ ଶୀତରେ ସେ କେବଳ ଏକ ଟି-ଶାର୍ଟ ପିନ୍ଧି ଯାତ୍ରା କରୁଛନ୍ତି। ଏଥିପାଇଁ ସୋସିଆଲ ମିଡ଼ିଆ ଓ ଅନ୍ୟ ପ୍ଲାଟଫର୍ମରେ ଆଲୋଚନା ଜାରି ରହିଛି କି, ରାହୁଲ ଗାନ୍ଧୀଙ୍କୁ କାହିଁକି ଥଣ୍ଡା ଲାଗୁନାହିଁ। ଆଜି ଆମେ ଏହି ଆର୍ଟିକଲ ମାଧ୍ୟମରେ ଏହାର ଲାରଣ ବିଷୟରେ ଆପଣଙ୍କୁ ଜଣାଇବୁ।

52 ବର୍ଷୀୟ ଏହି ନେତା ବର୍ତ୍ତମାନ ଏତେ ମାତ୍ରାରେ ଚାଲୁଛନ୍ତି ଯେ, ତାଙ୍କ ସହିତ ଏତେ ଦ୍ରୁତ ବେଗରେ କେହି ଚାଲି ପାରୁନାହାଁନ୍ତି। ରାହୁଲଙ୍କୁ ବର୍ତ୍ତମାନ 52 ବର୍ଷ ବୟସ ହୋଇସାରିଲାଣି ଓ ସେ ପୁଶ ଅପ କରିବା ସହିତ ବିଭିନ୍ନ ୱାର୍କଆଉଟ ମଧ୍ୟ ଜାରି ରଖିଛନ୍ତି।

ମେଡିଟେସନ:-

ରାହୁଲଙ୍କ ଅତି ଘନିଷ୍ଠ ଲୋକଙ୍କ କହିବାନୁଯାୟୀ, ରାହୁଲ ସର୍ବଦା ମେଡିଟେସନକୁ ଉପଯୁକ୍ତ ସମୟ ଦେଇଥାନ୍ତି। ତାଙ୍କର ମାନିବାହେଲା ମେଡିଟେସନ ଦ୍ୱାରା ସେ ଜ୍ଞାନ ହାସଲ କରନ୍ତି। ଓ ଏହାଦ୍ୱାରା ନିଜକୁ ଶାନ୍ତ ମଧ୍ୟ ରଖିପାରନ୍ତି। ଏହି ମେଡିଟେସନ ଯୋଗୁଁ ସେ ନିଜକୁ ଶାନ୍ତ ରଖି ଏତେ ଥଣ୍ଡାରେ ପଦଯାତ୍ରା କରି ପାରୁଛନ୍ତି।

ଦୌଡ଼ିବା:-

କଂଗ୍ରେସ ନେତା ରାନଦୀପ ସୁରେଜଵାଲାଙ୍କ କହିବାହେଲା 52 ବର୍ଷୀୟ ରାହୁଲ ନିଜ ଫିଟନେସକୁ ପ୍ରଥମେ ଧ୍ୟାନରେ ରଖନ୍ତି। ସେ ଦୁଇଦିନରେ ଥରେ 12 କିଲୋମିଟର ଦୌଡ଼ିଥାନ୍ତି। ସେ ରନିଂକୁ ବିଲକୁଲ ମଧ୍ୟ ସ୍କିପ କରନ୍ତିନାହିଁ।

Dry fruit:-

ରାହୁଲ ଗାନ୍ଧୀ ହେଲଦୀ ଖାଦ୍ୟ ଖାଇବା ବିଲକୁଲ ଛାଡ଼ନ୍ତି ନାହିଁ। ସେ ବିଜି ସେଡ୍ୟୁଲ ଭିତରେ କାଜୁ, ବାଦାମ, ଆଲମଣ୍ଡ ଇତ୍ୟାଦି ଖାଇଥାନ୍ତି। ଏହିସବୁ ଖାଦ୍ୟକୁ ସୁପରଫୁଡ଼ କୁହାଯାଏ ଯେଉଁଥିରେ ପ୍ରୋଟିନ, ଫାଇବର, ଭିଟାମିନ, ମିନେରାଲ ଭଳି ହେଲଦୀ ଫ୍ୟାଟ ରହିଥାଏ। ଏଥିରେ ଓଜନ କମିଥାଏ ଓ ଭୋକ କମ ଲାଗିଥାଏ। ଏଥିପାଇଁ ଏକ୍ସପର୍ଟ ମାନେ ମଧ୍ୟ ଶୀତଦିନେ ଏହିସବୁ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି।

odia sambada
Comments (0)
Add Comment