୧୦ ଇନିଂସ ୮ ଶତକ, ୬ଟି ବଲରେ ୭ଟି ଛକା।ଏହି ଖେଳାଳଙ୍କୁ ଟିମ୍ ଇଣ୍ଡିଆରେ କେବେ ମିଳିବ ସୁଯୋଗ

ଭାରତ , ଅଷ୍ଟ୍ରେଲିଆ ରେ ହୋଇଥିବା t20 ବିଶ୍ଵ କପ୍ ରେ ବଡ଼ ପରାଜୟ ପରେ ଭାରତ ର ପୁରା ନଜର ଆଗାମୀ ୱାନ ଡେ ୱାଲ୍ଡ କପ୍ ଉପରେ ଯାହା ଭାରତ ରେ ଏହି 2023 ରେ ହେବା କୁ ଯାଉଛି।

ଏହି ପାଇଁ ଭାରତ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆଉ ଏଥି ପାଇଁ ଭାରତ ଅନେକ ଯୁବ ଖେଳାଳି ଙ୍କୁ ଟିମ୍ ରେ ସ୍ଥାନ ଦଉଛି ଖେଳିବାକୁ। ଅନେକ ଖେଳାଳି ମଧ୍ୟ ନିଜର ସଠିକ୍ ଖେଳ ଦେଖାଉଛନ୍ତି।

ଟିମ୍ ଇଣ୍ଡିଆର ବିସ୍ଫୋରକ ଖେଳାଳି ଙ୍କ ଅଭାବ ନାହିଁ। ସେଥିପାଇଁ ଚୟନ କର୍ତା ପୁରା ଚିନ୍ତା ରେ ରହୁଛନ୍ତି କି କାହାକୁ ସିଲେକ୍ଟ କରିବେ। ନିକଟ ରେ t20 ରେ ସେତେଟା ଖାସ୍ କରି ନଥିଲେ ମଧ୍ୟ ଦିନିକିଆ ରେ ଡବଲ ସେଞ୍ଚୁରି ମାରି ନିଜ ନାମ ଲେଖାଇ ଛନ୍ତି ଯୁବ ଇଶନ୍ କିଶନ ।ସେହିପରି ବହୁ ଖେଳାଳି ଘରୋଇ ମ୍ୟାଚ୍,ଫାଷ୍ଟ କ୍ଲାସ ମ୍ୟାଚ୍ ରେ ଦମଦାର ପ୍ରଦର୍ଶନ କରି ଚାନ୍ସ ପାଉନାହାନ୍ତି।

ସେଥି ମଧରୁ ଋତୁରାଜ ଗାଇକ୍ଵାଡ ହେଉଛନ୍ତି ଏକ ଖେଳାଳି ଯିଏ 6 ବଲ ରୁ 7ଛକା ମାରି ଇତିହାସ ରଚିଛନ୍ତି।ସେ 10 ପାଳି ରେ 8 ଶତକ ମାରି ଛନ୍ତି। ସେ ବିଜୟ ହଜାରେ ଟ୍ରଫି ରେ 12ଟି ଶତକ କରି ଶୀର୍ଷ ରେ ରହିଛନ୍ତି।

ଋତୁରାଜ ଗାଇକ୍ୱାଡ ମହାରାଷ୍ଟ୍ର ତରଫରୁ ଅଧିନାୟକ ହୋଇ ବେଶ୍ ଦମଦାର ପାଳି ଖେଳିଛନ୍ତି। ଉତ୍ତରପ୍ରଦେଶ ବିପକ୍ଷ ରେ ସେ କ୍ୱାଟର ଫାଇନାଲ ରେ ସେ 159 ବଲ ରେ220 ରନ୍ କରିଥିଲେ।ଏହା ସହିତ ସେ 2021 ରେ ତୁଫାନି ବ୍ୟାଟିଂ ଆଇପିଏଲ ରେ କରି ସମସ୍ତଙ୍କୁ ଚକିତ କରିଥିଲେ।

ସେହି ସମୟ ରେ ସେ 16 ଟି ମ୍ୟାଚ୍ ରୁ 600 ରନ କରିଥିଲେ।ଭାରତୀୟ ଦଳ ରେ ଚୟନ କୁ ପ୍ରାୟତ ସମାଲୋଚନା କରାଯାଇଥାଏ । ଯେପରି ସଞ୍ଜୁ ସାମସଂଗ ଠାରେ ହଉଥିଲା। ମାତ୍ର ଏପରି ଏକ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କୁ ଟିମ୍ ରେ ଚାନ୍ସ ଦେବା ନିହାତି ଜରୁରୀ।

ତାଙ୍କୁ ଆଇପିଏଲ ଟିମ୍ ଚେନ୍ନାଇ 6 କୋଟି ରେ ନିଜ ପାଖରେ ରଖିଛି। ବାକି ରହିଲା ଋତୁ କେବେ ଟିମ୍ ଇଣ୍ଡିଆ ତରଫରୁ ନିଜର ଦମଦାର ପାଳି ଖେଳୁଛନ୍ତି ତାହା ଦେଖିବାର ରହିଲା।

odia sambada
Comments (0)
Add Comment