ଏନପିଏସର ଏହି ରୁଲରେ ପେନସନର୍ସଙ୍କୁ ମିଳିବ ମାସିକ ୨ ଲକ୍ଷ ଟଙ୍କା ପେନସନ । ଜାଣନ୍ତୁ କିପରି ଉଠାଇବେ ଫାଇଦା ।

ସମୟ ସହ ବଦଳୁଛି ଆମ ଜୀବନ ଶୈଳୀ । ଏଭଳି ସ୍ଥିତିରେ ରିଟାୟାର୍ଡମେଣ୍ଟ ପରେ ମାସିକ ମୋଟା ଅଙ୍କର ଟଙ୍କା ସମସ୍ତଙ୍କୁ ଦରକାର ପଡ଼ିଥାଏ । କିନ୍ତୁ ଅବସର ପରେ ଆମଦାନୀ କମିଯାଏ । ଏଣୁ ଚିନ୍ତାମୁକ୍ତ ରହିବା ପାଇଁ ସମସ୍ତେ ରିଟାୟାର୍ଡମେଣ୍ଟ ଫଣ୍ଡରେ ନିବେସ କରିଥାନ୍ତି

ବିଶେଷଜ୍ଞଙ୍କ ମତରେ ସମସ୍ତଙ୍କୁ ଚାକିରୀର ଆରମ୍ଭରୁ ହିଁ ରିଟାୟାର୍ଡମେଣ୍ଟ ପାଇଁ ସେଭିଂ କରିନେବା ଜରୁରୀ । ଏହାଦ୍ୱାରା ୬୦ ବର୍ଷ ବେଳକୁ ମୋଟା ଅଙ୍କର ଟଙ୍କା ଯୋଗାଡ କରିବାରେ ସହଜ ହେବ । ରିଟାୟାର୍ଡମେଣ୍ଟ ଫଣ୍ଡ ସହିତ ଜଡିତ ଅନେକ ଯୋଜନା ରହିଛି । ଏଥି ମଧ୍ୟରେ ‘କର୍ମଚାରୀ ଭବିଷ୍ୟ ନିଧି’ ବା ଇ-ପି-ଏଫ୍, ଏବଂ ନେସନାଲ ପେନସନ୍ ସିଷ୍ଟମ ବା ଏନ୍-ପି-ଏସ୍ ଆଦି ଯୋଜନା ଅନ୍ତର୍ଭୁକ୍ତ ।

ତେବେ ଆସନ୍ତୁ ଏହି ଯୋଜନା ଗୁଡିକ ମଧ୍ୟରୁ କେଉଁଟା ସବୁଠାରୁ ଉତ୍ତମ । ୨୦୨୧ ଫେବୃଆରୀରୁ ୨୦୨୨ ମଧ୍ୟରେ କର୍ମଚାରୀ ଭବିଷ୍ୟ ନୀଧି ସଂଗଠନରେ ୧.୧ କୋଟି ଲୋକ ଯୋଡ଼ି ହୋଇ ସାରିଥିଲେ । ଏହାସହ ଗତବର୍ଷ ୨୦୨୧-୨୨ରେ ୯୩.୬ ଲକ୍ଷ ଲୋକ ଏନ୍-ପି-ଏସରେ ଯୋଗ ଦେଇଥିଲେ ।

କିନ୍ତୁ ଅଧିକାଂଶ କମ୍ପାନୀ ଇ-ପି-ଏଫକୁ ବେଶୀ ଫୋକସରେ ରଖିଥାନ୍ତି । କିନ୍ତୁ ଏନପିଏସ ଦ୍ଵାରା ମଧ୍ୟ ଲୋକେ ଫାଇଦା ପାଇପାରିବେ । ଜାତୀୟ ପେନସନ ପ୍ରଣାଳୀ ଏନପିଏସରେ ୧୬୫ ଲକ୍ଷରୁ ଅଧିକ ଉପଭୋକ୍ତା ନିଜ ଭବିଷ୍ୟତକୁ ସୁରକ୍ଷିତ କରିଛନ୍ତି । ସେହିପରି ଆର୍ଥିକ ଦୃଷ୍ଟିରୁ ସେମାନଙ୍କର ଭବିଷ୍ୟତକୁ ସ୍ଥିର କରିପାରିଛନ୍ତି ।

ତେବେ ୧୮-୭୦ ବର୍ଷ ବୟସ୍କ ଲୋକଙ୍କ ପାଇଁ ଏହି ଯୋଜନା ହୋଇଛି । ଏହି ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଡକ୍ସନ ସହିତ ଟିକସ ଲାଭ ହୋଇପାରିବ । ସେହିପରି ଅନ୍ୟଏକ ପେନସନ ଯୋଜନା ହେଉଛି ଅଟଳ ପେନସନ ଯୋଜନା । ଏହି ଯୋଜନା ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ସଞ୍ଚୟର ଅଭ୍ୟାସକୁ ଉତ୍ସାହିତ କରୁଛି ।

ତେବେ ୩୦.୧୧. ୨୦୨୨ ସୁଦ୍ଧା ୪୮୦.୯୮ ଲକ୍ଷ ଉପଭୋକ୍ତା ନିଜର ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଏଥିରେ ପଞ୍ଜିକରଣ କରିଛନ୍ତି । ମୋଟ ପଞ୍ଜିକୃତ ହିତାଧିକାରୀଙ୍କ ମଧ୍ୟରେ ୪୫% ମହିଳା ରହିଛନ୍ତି । ତେବେ ଏହି ପେନସନ ଯୋଜନା ମଧ୍ୟରେ ପିଏମଭିଭିୱାଇ ଏକ ପେନସନ ଯୋଜନା ରହିଛି। ଯାହାକି ବରିଷ୍ଠ ନାଗରିକମାନଙ୍କୁ ପ୍ରତିକୂଳ ବଜାର ପରିସ୍ଥିତି କାରଣରୁ ସୁଧ ଆୟରେ ସମ୍ଭାବ୍ୟ ହ୍ରାସ ବିରୋଧରେ ଆର୍ଥିକ ସୁରକ୍ଷା ଦେଇଥାଏ ।

ପିଏମଭିଭିୱାଇ ଅର୍ଥାତ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା । ଏହି ଯୋଜନାରେ ପଞ୍ଜିକରଣ କରିବାକୁ ହେଲେ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ଆବେଦନ ପାଇଁ ଖୋଲା ରହିଛି । ପେନସନ ପଇଠ ପ୍ରଣାଳୀ ତିନି ପ୍ରକାରର ରହିଛି ଯଥା ମାସିକ, ତ୍ରୈମାସିକ, ଅର୍ଦ୍ଧବାର୍ଷିକ ଏବଂ ବାର୍ଷିକ

ଏହି ପଲିସିର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ରହିଛି । ଏହି ଯୋଜନାରେ ଜିଏସଟିକୁ ଛାଡ଼ କରାଯାଇଛି । ସେହିପରି ଏହି ଯୋଜନାରେ ଅଫଲାଇନ ଏବଂ ଅନଲାଇନ ଏଲଆଇସି ଜରିଆରେ ଆବେଦନ କରିପାରିବେ ।

odia sambada
Comments (0)
Add Comment