୧୦ମ ପାଶ କରିଥିଲେ ଏଇଠି ଅଛି ସରକାରୀ ଚାକିରି।

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ।

ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ।

ତେବେ ଆଜିର ଦୁନିଆରେ ପିଲାମାନେ ବି ବହୁତ ଟେଲେଣ୍ଟେଡ୍ ହେଲେଣି ଯୁଗ ବି ବହୁତ କମ୍ପିଟେଟିଭ୍ ହେଲାଣି ପିଲା ମାନଙ୍କୁ ବି ଗୋଟିଏ ଚାକିରି ପାଇବା ପାଇଁ ବହୁତ ସାରା କଷ୍ଟ କରିବାକୁ ପଡୁଛି, ବହୁତ ସାରା ଏନ୍ଟ୍ରାନ୍ସ, ଏଗ୍ଜାମ୍ସ ବି ଦବାକୁ ପଡୁଛି। ସେହି ସବୁ ରେ ସେମାନେ ଠିକ୍ ଭାବେ ପାସ୍ ହୋଇ ପାରିଲେ ସେହି କାମ ଟି ପାଇଁ ସେମାନେ ମନୋନୀତ ହୋଇ ପାରୁଛନ୍ତି।

ଯଦି ଆପଣ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ଏବଂ ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର। ସୀମା ସଡ଼କ ସଂଗଠନ(BRO) ରେ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।ଏହି ପ୍ରକ୍ରିୟାରେ ସମୁଦାୟ ୫୬୭ଟି ପଦବୀ ପୂରଣ ହେଉଛି।

*ଗୁରୁତ୍ୱପୂର୍ଣ୍ଣ ତାରିଖ:-

ଆବେଦନ ପ୍ରକ୍ରିୟା ଆରମ୍ଭ – ୦୨ ଜାନୁଆରୀ ୨୦୨୩

ଆବେଦନ ପ୍ରକ୍ରିୟା ଶେଷ – ୧୩ ଫେବୃଆରୀ ୨୦୨୩

ଆବେଦନ ଫି’ ଦାଖଲର ଶେଷ ଦିନ – ୧୩ ଫେବୃଆରୀ ୨୦୨୩

*ଖାଲି ପଦବୀ:-

ରେଡିଓ ମେକାନିକ୍ – ୨ଟି ପୋଷ୍ଟ୍

ଅପରେଟର୍ କମ୍ୟୁନିକେସନ୍ – ୧୫୪

ଡ୍ରାଇଭର୍ ମେକାନିକାଲ୍ ଟ୍ରାନ୍ସପୋର୍ଟ – ୯

ଭେହିକିଲ୍ ମେକାନିକ୍ – ୨୬୩

MSW ଡ୍ରିଲର୍ – ୧୧

MSW ମାସନ୍ – ୧୪୯

MSW ପେଣ୍ଟର୍ – ୫

MSW Mess ୱେଟର୍ – ୧

*ଯୋଗ୍ୟତା:-

ପ୍ରାର୍ଥୀ ଦଶମ ପାସ୍ ହେବା ଉଚିତ।ମେକାନିକ୍ ପୋଷ୍ଟଗୁଡିକ ପାଇଁ ଦଶମ ପାସ୍ ସହିତ ITI ସାର୍ଟିଫିକେଟ୍ ରହିବା ଉଚିତ।

*ବୟସ ସୀମା:

ସର୍ବନିମ୍ନ ବୟସ -୧୮ ବର୍ଷ

ସର୍ବାଧିକ ବୟସ – ୨୭ ବର୍ଷ

କିଛି ପୋଷ୍ଟ ପାଇଁ ସର୍ବାଧିକ ବୟସ ସୀମା ୨୫ ବର୍ଷ ମଧ୍ୟ ରହିଛି।

*ଆବେଦନ ଶୁଳ୍କ:

ଆବେଦନ ଶୁଳ୍କ ଭାବେ ୫୦ ଟଙ୍କା ଦେବାକୁ ହେବ

ଏସ୍‌ସି, ଏସ୍‌ଟି ବର୍ଗ ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ

*କିପରି ଆବେଦନ କରିବେ:

ପ୍ରାର୍ଥୀମାନଙ୍କୁ BRO ର ଅଫିସିଆଲ୍ ୱେବସାଇଟ୍ bro.gov.in କୁ ଯିବାକୁ ହେବ।ଏଠାରେ ନିଯୁକ୍ତି ଲିଙ୍କ୍‌କୁ ଯାଇ ଆବେଦନ ଫର୍ମ ପୂରଣ କରିବାକୁ ପଡିବ|ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରିବାକୁ ହେବ।ଏହା ପରେ ଫି’ ପ୍ରଦାନ କରି ଆବେଦନପତ୍ର ଦାଖଲ କରିବାକୁ ପଡିବ।ପ୍ରମାଣ ପାଇଁ ପ୍ରିଣ୍ଟ୍‌ ଆଉଟ୍ ବାହାର କରନ୍ତୁ

*ଚୟନ ପ୍ରକ୍ରିୟା:

ଲିଖିତ ପରୀକ୍ଷା

ଶାରିରୀକ ପରୀକ୍ଷା

ଦକ୍ଷତା ପରୀକ୍ଷା

ପ୍ରାକ୍ଟିକାଲ୍ ଟେଷ୍ଟ୍

odia sambada
Comments (0)
Add Comment