ତେବେ ବନ୍ଧୁଗଣ ଆପଣମାନେ ଜାଣି ଥିବେ ନିଶ୍ଚୟ ଯେ ସ୍ତ୍ରୀର ମାନ୍ୟତା ଓ ପୁଅକୁ ପିତାର ପରିଚୟ ପ୍ରଦାନ ପାଇଁ ରାସ୍ତାକୁ ଓହ୍ଲାଇ ଚର୍ଚ୍ଚାକୁ ଆସିଥିବା ବ୍ରହ୍ମପୁରର କେ ଦୀପିକାଙ୍କ ମାମଲା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
କିନ୍ତୁ କିଛିଦିନ ପୁର୍ବରୁ ରାଜ୍ୟ ମହିଳା ଆୟୋଗରେ ଅନ୍ତ ଘଟିଥିଲା ତାର । କାରଣ ନ୍ୟାୟ ଆଶାରେ ୫ମ ଥର ପାଇଁ ନିର୍ଦ୍ଧାରିତ ସମୟରେ ଦୀପିକା ଆୟୋଗ ନିକଟରେ ହାଜର ହୋଇଥିବା ବେଳେ ପ୍ରଥମ ଥର ପାଇଁ ଦିନେଶ ନିଜ ବାପା ଓ ମାଙ୍କ ସହ ଆୟୋଗଙ୍କ ନିକଟରେ ହାଜର ହୋଇଥିଲେ ।
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ସମ୍ମୁଖରେ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ଦେଢ଼ ଘଣ୍ଟାର ପ୍ରବଳ ଯୁକ୍ତିତର୍କ ସହ ଆଲୋଚନା ପରେ ମଧ୍ୟ କୌଣସି ନିସ୍କର୍ଷ ବାହାରି ପାରିନଥିଲା ।
ଦୀପିକାଙ୍କୁ ବୋହୁ ଭାବେ ଶାଶୁ ଓ ଶ୍ୱଶୁରଙ୍କ ସମେତ ଦିନେଶ ସିଧାସଳଖ ମନା କରିଦେଇଥିଲେ ହେଁ ଶିଶୁପୁତ୍ର ପ୍ରତି ସେମାନଙ୍କର ସହାନୁଭୂତି ଥିବା ଦିନେଶଙ୍କ ପରିବାର ବର୍ଗ କହିଥିଲେ । ତାପରେ ଦୀପିକା ଓ ଦିନେଶଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏହି ମାମଲାକୁ ରାଜ୍ୟ ମହିଳା ଆୟୋଗ ଶୁଣାଣି ବନ୍ଦ କରି ଦେଇଥିଲେ ।
କୋର୍ଟଙ୍କ ରାୟ ଯାହା ଆସିବ ତାହା ଶେଷ ନିଷ୍ପତ୍ତି ହୋଇଥିବାରୁ ଏଥିରେ କମିଶନଙ୍କ କୌଣସି ଭୂମିକା ନଥିବା ସ୍ପଷ୍ଟ କରିଥିଲେ ରାଜ୍ୟ ମହିଳା କମିଶନ ।
ତେବେ ମହିଳା କମିଶନରୁ ନ୍ୟାୟ ପାଇବାରୁ ନିରାଶ ହେବା ପରେ ସେ ଭାଙ୍ଗି ପଡିବେନି ବରଂ ନିଜ ହକ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ଏବଂ ତାଙ୍କୁ ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଥିଲେ । ତେବେ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ଗତକାଲି ଦୀପିକା ଓ ଦୀନେଶଙ୍କ ପୁଅର ଜନ୍ମଦିନ ଗଲା।
କିନ୍ତୁ ବାପା ଦୀନେଶ ଭୁଲିଗଲେ ରକ୍ତର ସନ୍ତାନକୁ । ଯେଉଁ ବାପା ପୁଅର ଜନ୍ମଦିନ ଧୁମ୍ ଧାମରେ ପାଳନ କରିବା କଥା ସେହି ବାପା ଅଜି ପୁଅର ଜନ୍ମଦିନରେ ପାଖରେ ନାହିଁ । ଆଉ ଦୀପିକାଙ୍କ ପୁଅ ବାପା ବିନା ମା ଓ ଆଈ ସହ କେକ୍ କାଟୁଥିବାର ଯଦୃଶ୍ୟ ଦେଖିବାକୁ ମିଳିଛି
ଦେଖିବା ଏବେ ମଧ୍ୟ ଦୀପିକା ସ୍ତ୍ରୀ ଏବଂ ତାଙ୍କ ପୁଅକୁ ବାପାର ପରିଚୟ ପାଇଁ ଦୀନେଶ ଘର ଆଗରେ ବସି ରହିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ବିବାଦର ସମାଧାନ ହୋଇ ପାରୁନାହିଁ । କୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଶେଷ ହେଉନି ।