ଭାରତରେ କରୋନା ଭାଇରସକୁ ନେଇ ଆସିଲା ବଡ଼ ଖବର, ଏକ୍ସପର୍ଟ ଦେଲେ ସୂଚନା:-

ଚୀନ ରୁ ଲଗାତାର କରୋନାକୁ ନେଇ ଆସୁଥିବା ଖବରରେ ସାରାଦେଶ ଚିନ୍ତାରେ ପଡ଼ିଯାଇଛି। ଏମିତିକି କେନ୍ଦ୍ର ଓ ରାଜ୍ୟ ସରକାର ଏହାଉପରେ ସଚେତନତା ଜାରି କରି ଲୋକଙ୍କୁ ସତର୍କ ରହିବାପାଇଁ କହିଛନ୍ତି କିନ୍ତୁ ଜଣେ ବିଶେଷଜ୍ଞଙ୍କ ପାଖରୁ ଏକ ଆଶ୍ୱାସନା ଦେବା ଭଳି ଖବର ଆସୁଛି।

ବିଶେଷଜ୍ଞଙ୍କ କହିବାହେଲା କରୋନା ଭଳି ମାରାତ୍ମକ ଭାଇରସ ଆଗାମୀ ଦୁଇମାସ ଭିତରେ ବିଲକୁଲ ବ୍ୟାପିବାର ସମ୍ଭାବନା ନାହିଁ। ଏହାସହ ସେ କହିଛନ୍ତି, ଏମିତି ନୁହେଁ ଯେ ଏହି ଭାଇରସ ସମ୍ପୂର୍ଣ୍ଣ ରୂପରେ ଶେଷ ହୋଇଯିବ।

କାଶ୍ମୀରର ଏସକେଆଇଏମଏସ ହସ୍ପିଟାଲର ନିର୍ଦେଶକ ଡ଼କ୍ଟର ପର୍ଭେଶ କୌଲ କହିଛନ୍ତି ଯେ ଓମିକ୍ରନ ଷ୍ଟ୍ରେନ ଯେଉଁଥିରେ ଅଧିକତର ବିଏଫ.7 ସବ ଭ୍ୟାରିଏଣ୍ଟ ରହିଥିଲା ତାହା ଚୀନରେ ଅଧିକ ମାତ୍ରାରେ ଭାଇରସ ବଢାଉଥିଲା।

ବିଶେଷଜ୍ଞ ମାନେ କହିଛନ୍ତି, ଏହା ନୁହେଁ ଯେ ସମ୍ପୂର୍ଣ୍ଣ ଭାବରେ କରୋନା ସମାପ୍ତ ହୋଇଯିବ। କରୋନାର ପ୍ରକୋପ ସେତେବେଳେ ଆମକୁ ଅଧିକ ଦେଖିବାକୁ ମିଳେ ଯେତେବେଳେ ଏହାର କେତେକ ମ୍ୟୁଟେସନ ଆମ ସାମ୍ନାକୁ ଆସିଥାଏ। ଯାହାକି ବର୍ତ୍ତମାନ ଚୀନରେ ଦେଖିବାକୁ ମିଳୁଛି।

ବୁଷ୍ଟର ଡୋଜ ନିଶ୍ଚିତ ରୂପରେ ଲଗାନ୍ତୁ:-

ବିଶେଷଜ୍ଞଙ୍କ କହିବା ହେଲା ଯେଉଁମାନେ ବୁଷ୍ଟର ଡୋଜ ଲଗାଇ ନାହଁନ୍ତି ସେମାନଙ୍କୁ ନିଶ୍ଚିତ ରୂପରେ ଏହା ଲଗାଇବା ଆବଶ୍ୟକ କାରଣ ଏହି ବୁଷ୍ଟର ଡୋଜ ଲଗାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ମଜବୁତ ରହିଥାଏ ଓ କରୋନା ଦାଉରୁ ଆମେ ରକ୍ଷା ପାଇଥାଉ।

ମଡେଲ ଭୁଲ ମଧ୍ୟ ହୋଇପାରେ:-

କୌଲ ପୂର୍ବାନୁମାନ କରି କହିଥିଲେ ଆଗାମୀ ଦୁଇମାସ ମଧ୍ୟରେ କୌଣସି କରୋନା ମାମଲା ଜାମ୍ମୁ କାଶ୍ମୀରରେ ଦେଖା ଦେବନାହିଁ। କିନ୍ତୁ ମଡେଲ ବହୁତ ଭୁଲ ସାବ୍ୟସ୍ତ ହୋଇପାରେ ବୋଲି ଏସକେଆଇଏମଏସ ହସ୍ପିଟାଲର ନିର୍ଦେଶକ କହିଥିଲେ।

ଏହାସହ ସେ ଲୋକଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଯଦି ଆପଣ ଟୀକା ଲଗାଇ ନାହାନ୍ତି ନିଶ୍ଚିତ ରୂପରେ ଲଗାନ୍ତୁ ଓ ବିଲକୁଲ ଭୟଭୀତ ହୁଅନ୍ତୁ ନାହିଁ। ସରକାରଙ୍କ ଗାଇଡ଼ ଲାଇନ ଫଲୋ କରି ସୁରକ୍ଷିତ ରୁହନ୍ତୁ।

odia sambada
Comments (0)
Add Comment