କାର ଆକ୍ସିଡ଼େଣ୍ଟରେ ଗମ୍ଭୀର ଭାବରେ ଆ-ହତ ହେଲେ ଭାରତୀୟ ଷ୍ଟାର ଖେଳାଳି ଋଷଭ ପନ୍ତ, ଡିଭାଇଡ଼ରରେ ପିଟିହେଲା କାର:-

ଭାରତୀୟ ଟିମର ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କର କାର ଆକ୍ସି-ଡେଣ୍ଟ ହୋଇଯାଇଛି। ସେଥିରେ ତାଙ୍କୁ ବହୁତ ଆ-ଘାତ ଲାଗିଛି। ଏହି ଆକ୍ସିଡେଣ୍ଟ ରୁର୍କୀ ଠାରେ ହୋଇଛି ଓ ପନ୍ତ ଏହି ସମୟରେ ଦିଲ୍ଲୀରୁ ରୁର୍କୀ ଅଭିମୁଖେ ଯାତ୍ରା କରୁଥିଲେ।

25 ବର୍ଷୀୟ ଋଷଭ ପନ୍ତଙ୍କ କାର ଡିଭାଇଡ଼ରରେ ପିଟି ହୋଇଗଲା। ଏହି ଦୁର୍ଘ-ଟଣା ପରେ ତାଙ୍କ କାରରେ ନି-ଆଁ ଲାଗିଗଲା, କୁହାଯାଉଛି କାରର କାଚ ଭାଙ୍ଗି ସେ ବାହାରକୁ ବାହାରିଲେ। ଦୁର୍ଘ-ଟଣା ପରେ ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ଡ଼କ୍ଟରଙ୍କ ଅନୁସାରେ, ଋଷଭଙ୍କ ପାଦରେ ଗମ୍ଭୀର ଆ-ଘାତ ଲାଗିଥିଲା। ପନ୍ତଙ୍କର ପ୍ଲାଷ୍ଟିକ ସର୍ଜରୀ କରାଯିବ ଓ ତାଙ୍କୁ ବର୍ତ୍ତମାନ ଡେରାଡୁନ ରେ-ଫର କରିଦିଆଯାଇଛି।

ଗୋଡ଼ ଓ ଶରୀରର ବହୁତ ସ୍ଥାନରେ ଲାଗିଛି ଆ-ଘାତ:-

ଋଷଭ ପନ୍ତଙ୍କ ସହିତ ହୋଇଥିବା ଆକ୍ସିଡେଣ୍ଟର ବହୁତସାରା ଫୋଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଡ଼କ୍ଟର କହିଛନ୍ତି ତାଙ୍କ ଶରୀରର ବିଭିନ୍ନ ଜାଗା ଓ ଗୋଡ଼ରେ ଗମ୍ଭୀର ଆ-ଘାତ ଲାଗିଛି। ବର୍ତ୍ତମାନ ତାଙ୍କର ଯା-ଞ୍ଚ କରାଯାଉଛି।

କୁହାଯାଉଛି ଦୁର୍ଘ-ଟଣା ପରେ ସ୍ଥାନୀୟ ଲୋକେ ଋଷଭ ପନ୍ତଙ୍କୁ 108 ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଇଥିଲେ। ପ୍ରଥମରୁ ଅନଫିଟ ଚାଲୁଥିବା ପନ୍ତଙ୍କୁ ବିସିସିଆଇ ରାଷ୍ଟ୍ରୀୟ କ୍ରିକେଟ ଏକାଡେ଼ମୀ ବେଙ୍ଗାଲୁରୁରେ ରି-ପୋର୍ଟ କରିବାକୁ କହିଥିଲେ।

ଶ୍ରୀଲଙ୍କା ସିରିଜରେ ଋଷଭ ବାଦ:-

ଆସନ୍ତା ଜାନୁଆରୀ ମାସରୁ ଶ୍ରୀଲଙ୍କା ବିପକ୍ଷରେ ଭାରତ ନିଜ ଦେଶରେ t20 ଓ ଦିନିକିଆ ମ୍ୟାଚ ଖେଳିବ। ଏଥିପାଇଁ ଭାରତ ଉଭୟ ଫର୍ମାଟ ପାଇଁ ନିଜର ଦଳ ଘୋଷଣା କରିସାରିଛି କିନ୍ତୁ ଏହି ଦୁଇଟି ଟିମରେ ଋଷଭ ପନ୍ତଙ୍କ ନାଁ ଦେଖିବାକୁ ମିଳୁନାହିଁ। ବିସିସିଆଇ ଋଷଭଙ୍କୁ ବାଦ ଦେବାର କାରଣ ମଧ୍ୟ ଉଲ୍ଲେଖ କରିନାହିଁ।

ଋଷଭ ପନ୍ତଙ୍କ ଇଣ୍ଟରନ୍ୟାଶନାଲ କ୍ରିକେଟ କ୍ୟାରିଅର:-

33 ଟେଷ୍ଟ-2271 ରନ- 5ଟି ଶତକ

30 ଦିନିକିଆ- 865 ରନ- 1 ଶତକ

66 t20 ଇଣ୍ଟରନ୍ୟାଶନାଲ- 987 ରନ-3 ଅର୍ଧଶତକ

ଆଇପିଏଲରେ ଦିଲ୍ଲୀ ଟିମର ଅଧିନାୟକ ଅଟନ୍ତି ପନ୍ତ:-

ଋଷଭ ପନ୍ତ ଏବେଏବେ ବାଂଲାଦେଶ ଗସ୍ତରେ ଟେଷ୍ଟ ସିରିଜ ଖେଳିଥିଲେ। ସେ ନିଜର ଅନ୍ତିମ ଟେଷ୍ଟ ଡ଼ିସେମ୍ବର 22 ତାରିଖରେ ଢ଼ାକାରେ ଖେଳିଥିଲେ। ଯେଉଁଥିରେ ସେ ପ୍ରଥମ ପାଳିରେ 93 ଓ ଦ୍ଵିତୀୟ ପାଳିରେ 9 ରନ କରିଥିଲେ। ପନ୍ତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସର ଅଧିନାୟକତା କରୁଛନ୍ତି।

odia sambada
Comments (0)
Add Comment