କୋରନା ରେ ତ୍ରାହି ତ୍ରାହି ଡାକୁଚି ଚୀନ ସହର।

କୋରୋନା ମହାମାରୀର ଭୟ ଲୋକଙ୍କ ମନରୁ ଉଠିଯାଇଥିଲେ ମଧ୍ୟ ଏହା ଏବେ ବହୁତ ବଡ଼ ଚିନ୍ତା ର ବିଷୟ ପାଲଟିଛି।ଏବେ କୋରୋନା ଚିନ୍ତା ପୁଣି ଥରେ ଲୋକଙ୍କୁ ଘାରି କାରଣ ଆଉ ଏକ ଭ୍ୟାରିଆଣ୍ଟ ଭୂତାଣୁ ଚିହ୍ନଟ କରାଯାଇଛି

ଯାହା ଜାଣିବାକୁ ମିଳିଛି ଯେ ଏହାର ବ୍ୟାପିବାର ସମ୍ଭାବନା ଅଧିକ ରହିଛି କାରଣ ଏହା ବହୁ ତିବ୍ରରେ ମାଡି ଚାଲିଛି। ଚୀନ,ଆମେରିକା,ବ୍ରାଜିଲ ଏହିଭଳି ଆଉ କିଛି ଦେଶରେ ଏହା ତାର ତାଣ୍ଡବ ଲୀଳା ରଚି ଚାଲିଛି।ଏହାକୁ କୋରନା ର ଚତୁର୍ଥ ଲହରୀ ବୋଲି କୁହାଯାଉଛି।

ଏହା ଏବେ ଚୀନରେ ତାହାର ତାଣ୍ଡବ ଲୀଳା ରଚିବାରେ ଲାଗିଛି ଏବଂ ଚିନରେ ଏବେ ଦିନରେ ହାରାହାରି ୧୦ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମଣର ଶିକାର ହେଉଛନ୍ତି। ଏହା ଜାନୁଆରୀ ମଧ୍ୟ ଭାଗରେ ଶୀର୍ଷ ଭାଗ ପହଞ୍ଚି ଯିବା ବୋଲି ଅନୁମାନ କରାଯାଉଛି।

ଏହି ମହାମାରୀ ଏବେ ତାର କରାଳ ରୂପ ଧାରଣ କରିଛି ଯାହା ନଜର ଏବେ ଚୀନ ଉପରେ ପଡ଼ିଛି। ସେଠାରେ ଏହା ଲୋକଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରୁଛି।ଯାହାଦ୍ଵାରା ସେଠାରେ ଲୋକଙ୍କୁ ଆମ୍ବୁଲାନ୍ସ ରେ ବୋହିବା ମଧ୍ୟ କଷ୍ଟକର ହୋଇପଡିଛି।

ଲୋକମାନଙ୍କ ପାଇଁ ଆଉ ହସ୍ପିଟାଲ ରେ ଶଯ୍ୟା ମଧ୍ୟ ନାହିଁ ଯାହାଦ୍ଵାରା ରୋଗୀ ମାନେ ଚଟାଣରେ ପଡି ଚିକିତ୍ସିତ ହେଉଛନ୍ତି।ଏବେ ଏହା ଶୁଣିବାକୁ ମିଳୁଛି କି ଏହା ଦିନକୁ ଦିନ ବୃଦ୍ଧି ପାଇ ଜାନୁଆରୀ ମଧ୍ୟଭାଗରେ ଦୈନିକ ସଂକ୍ରମଣ ର ହାର ୪ କୋଟି କୁ ଛୁଇଁବ।

ଯାହା ଏବେ ଲୋକଙ୍କର ମୁଣ୍ଡ ବିନ୍ଧା ର ପ୍ରମୁଖ କାରଣ ହୋଇଛି।ଏଥି ପାଇଁ ସମସ୍ତେ ସତର୍କ ରହିବା ସହ ସମସ୍ତେ ମାସ୍କ ବ୍ୟବହାର କରନ୍ତୁ ଏବଂ ଆପଣଙ୍କ ପରିବାରର ଯତ୍ନ ନେବା ସହ ସୁରକ୍ଷିତ ରୁହନ୍ତୁ ।

ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ରଖିବା ପାଇଁ ମଧ୍ୟ ଏବେ ସ୍ଥାନ ମଧ୍ୟ ନାହିଁ ।ଏବେ ଚୀନ ର ସହରରେ ଦୈନିକ ସଂକ୍ରମଣର ହାର ଗୋଟିଏ ଦେଶର ଦୈନିକ ହାରକୁ ଟପିଗଲାଣି

ଯାହାଦ୍ଵାରା ଏହା ସମସ୍ତଙ୍କ ମନରେ ଭୟର ବାତାବହ ସୃଷ୍ଟି କରିଛି ଏବେ ଏହା ସହରରୁ ଗ୍ରାମାଞ୍ଚଳ ଆଡ଼କୁ ମୁହାଇବାରେ ଲାଗିଛି।ଏହା ଏତେ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି ଯାହାଦ୍ଵାରା ଏବେ ହସ୍ପିଟାଲ ର ଅବସ୍ଥା ସଂଘିନ୍ନ ହେବାରେ ଲାଗିଛି।ହସ୍ପିଟାଲ ରେ ଏମିତି କୌଣସି ଯାହା ଫାଙ୍କା ଥିବା ପରିଦୃଷ୍ଟ ହେଉନାହିଁ।

odia sambada
Comments (0)
Add Comment