ଆସିଗଲା କି ପ୍ରଳୟର ସମୟ, କଣ ପୂର୍ବ ଭବିଷ୍ୟବାଣୀ ସତ ହେବ ?

ବନ୍ଧୁ ଗଣ ବହୁତ୍ ସାଧୁ ସନ୍ଥ ମାନେ ବହୁତ୍ ପ୍ରକାର ର ଭବିଷ୍ୟ ବାଣୀ କରିଥିବାର ଆପଣ ମାନେ ଶୁଣିଥିବ। ସେହି ଭବିଷ୍ୟ ବାଣୀ ଭିତରୁ କିଛି ସତ ଘଟଣା ହୋଇଥାଏ ଏବଂ କିଛି ମିଛ ବି ହୋଇଥାଏ।

ଏବେ ଆମ୍ଭେମାନେ ଯେଉଁ ମହାପୁରୁଷ ଙ୍କ ଭବିଷ୍ୟ ବାଣୀ ବିଷୟରେ ଆଲୋଚନା କରିବାକୁ ଯାଉଛେ ସେ ହେଉଛନ୍ତି ଶୟଂ ଶ୍ରୀକୃଷ୍ଣ ।ବନ୍ଧୁଗଣ ତାହାଲେ ଆସନ୍ତୁ ଏବେ ଆମ୍ଭେମାନେ ଶ୍ରୀକୃଷ୍ଣଙ୍କ ଭବିଷ୍ୟବାଣୀ ବିଷୟରେ ଆଲୋଚନା କରିବା। ସତ୍ୟ ଯୁଗରେ କେହିବି ଅସତ୍ୟର ପନ୍ଥା ଅବଲମ୍ବନ କରୁ ନଥିଲେ ସେଥିପାଇଁ ସେ ଯୁଗକୁ ସତ୍ୟ ଯୁଗ କୁହାଯାଉଥିଲା।

ସତ୍ୟ ଯୁଗରେ ମଣିଷଙ୍କ ଉଚ୍ଚତା ଥିଲା ୩୧ ହାତ। ସତ୍ୟବାଦୀ ଯୁଗର ଜନ୍ମ ନେଇଥିଲେ ରାଜା ହରିଶ୍ଚନ୍ଦ୍ର ଯିଏ କି ସତ୍ୟର ରକ୍ଷା ପାଇଁ ନିଜ ସହିତ ନିଜର ପରିବାରର ବି ବଳିଦାନ ଦେଇଥିଲେ। ସତ୍ୟ ଯୁଗ ପରେ ଆସିଲା ତ୍ରେତୟା ଯୁଗ ଏହି ଯୁଗରେ ମଣିଷଙ୍କ ଉଚ୍ଚତା ଟିକିଏ କମିଲା ଯାହାକି ହୋଇଗଲା ୧୪ ହାତ। ତ୍ରେତୟା ଯୁଗରେ ପାପର ମାତ୍ର ଥିଲା ୨୫% ଏବଂ ପୂର୍ଣ୍ୟ ର ମାତ୍ରା ଥିଲା ୭୫% ।ଏହି ଯୁଗରେ ବିଷ୍ଣୁ ବାମୋନ ଏବଂ ରାମଙ୍କ ଅବତାର ନେଇ ଜନ୍ମ ହୋଇଥିଲେ।

ଏବେ ବନ୍ଧୁଗଣ ଆମେ ଆସିବା ଦ୍ୟାପର ଯୁଗ କଥାକୁ ।ଏହି ଯୁଗରେ ପାପର ମାତ୍ର ବଢ଼ି ୫୦% ହୋଇଗଲା ଏବଂ ମଣିଷଙ୍କ ଉଚ୍ଚତା ଥିଲା ୭ ହାତ।ଏହି ଯୁଗରେ ମହାଭାରତ ଭଳି ଧର୍ମ ସଂଘର ବି ହୋଇଥିଲା।

ଏହି ଯୁଗର ସମାପ୍ତି ପରେ ଆସିଲା କଳି ଯୁଗେ ଏହି ଯୁଗରେ ପାପ ର ମାତ୍ର ବହୁତ୍ ଅଧିକ ।ଏହି ଯୁଗରେ ମଣିଷ ର ଉଚ୍ଚତା ୪.୫ ହାତ ହୋଇ ପାରୁଛି,ତା ଠାରୁ ଅଧିକ ନୁହଁ। ଏହି ଯୁଗରେ ପାପର ମାତ୍ରା ପୁଣ୍ୟ ଠାରୁ କାହିଁ କେତେ ଗୁଣ ଅଧିକ ରହିଛି। ଏହି ଯୁଗରେ ପାପର ମାତ୍ରା ୮୫% ଏବଂ ପୁଣ୍ୟର ମାତ୍ରା ୧୫% ରହିଛି।

ଶ୍ରୀକୃଷ୍ଣ କହିଥିଲେ କଳି ଯୁଗରେ ମହିଳା ମାନେ ନିଜର କେସ ଶଯ୍ୟାକୁ ନେଇ ଗର୍ବ କରିବେ। ସ୍ତ୍ରୀ ମାନେ ତାଙ୍କର ଗରିବ ସ୍ବାମୀଙ୍କୁ ଛାଡି ଧନୀ ବ୍ୟକ୍ତିଙ୍କ ସହିତ ରହିବାକୁ ଲାଗିବ । ସେ କହିଥିଲେ ପୁରୁଷଙ୍କ ରଙ୍ଗ ରୂପ ଚରିତ୍ର ସବୁକିଛି ଲୁଚିଯିବ ।ଯଦି ପଇସା ଅଛି ସେ ପୁରୁଷ ଅନେକ ମହିଳାଙ୍କ ସ୍ବାମୀ ବନିପରିବ।

ଅଳ୍ପ ତାଙ୍କ ପକେଟକୁ ଆସିଲେ ଲୋକେ ଗର୍ବରେ ଫଟି ପଡିବେ।ଏହି ସମୟରେ ଲୋକେ କେବଳ ଲୋକପ୍ରିୟ ବ୍ୟକ୍ତି ଏବଂ ଧନୀ ମଣିଷଙ୍କ ସହ ସମ୍ପର୍କ ବଢାଇ ଚାଲିବେ। କଳି ଯୁଗରେ ଲୋକ ମାନେ ସମସ୍ତ ଧାନ କେବଳ ଘର ଏବଂ ଗଡ଼ି କିଣିବାରେ ସାରିଦେବେ। ଏହି ଲୋକମାନେ ଦାନ ଧର୍ମ କରିବାକୁ ପସନ୍ଦ କରିବେନି।

odia sambada
Comments (0)
Add Comment