ଓଡ଼ିଆ ଯୁବକଙ୍କ ଦେଶୀ ଯୁଗାଡ । ଇ-ସ୍କୁଟର ରେ କଲେ କ୍ରିକେଟ୍ କମେଣ୍ଟ୍ରି । ଦେଖିକି ଯୁବକଙ୍କ ବୁଦ୍ଧିକୁ ତାରିଫ୍‌ କଲେ ଓଲା ସିଇଓ ।

ତେବେ ବନ୍ଧୁଗଣ କ୍ରିକେଟ୍ ଖେଳ ସମୟରେ କମେଣ୍ଟ୍ରି କରିବା ଏକ ପ୍ରକାରର କଳା ହୋଇଥାଏ । ଆପଣମାନେ ପ୍ରାୟତଃ କେଉଁଠି ନା କେଉଁଠି ପଡ଼ିଆରେ କ୍ରିକେଟ୍ ଖେଳ ହେଉଥିବା ବେଳେ ଗୋଟେ ଦୁଇଟା ଲୋକ ମଧ୍ୟ ସେଠାର କମେଣ୍ଟ୍ରି କରୁଥିବାର ଦେଖିଥିବେ ନିଶ୍ଚୟ

ସାଧାରଣତଃ କମେଣ୍ଟ୍ରି କରୁଥିବା ବ୍ୟକ୍ତିଟି ମାଇକ୍ ସାହାଯ୍ୟରେ କହିଥାଏ ।କିନ୍ତୁ ଦର୍ଶକବନ୍ଧୁ କଣ ଆପଣ କେବେ ଓଲା ଇ-ସ୍କୁଟର ମାଧ୍ୟମରେ କମେଣ୍ଟ୍ରି କରୁଥିବାର ଦେଖିଛନ୍ତି କି?

ହଁ ଆଜ୍ଞା ଦର୍ଶକବନ୍ଧୁ ଶୀର୍ଷକ ପଢ଼ି ଆଶ୍ଚର୍ୟ୍ଯ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ ରୂପରେ ସତ । ତେବେ ଓଲା କମ୍ପାନୀର ଇ-ସ୍କୁଟର ମାର୍କେଟ ରେ ଉପଲବ୍ଧ ହେବା ପାଖରୁ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହି ଆସିଛି ।

କେତେବେଳେ ସ୍କୁଟରରେ ନିଆଁ ଲାଗୁଛି ତ ପୁଣି କେଉଁଠି ସ୍କୁଟର ବୁକ୍‌ କରିବା ପରେ ଗାଡ଼ି ପାଇବା ପାଇଁ ଅନେକ ଦିନ ଧରି ଗ୍ରାହକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି । ଆଉ ଏବେ ପୁଣିଥରେ ଏହି ଓଲା ଇ-ସ୍କୁଟର ଚର୍ଚ୍ଚାର ପରିଧିକୁ ଆସିଛି।

ହେଲେ ବନ୍ଧୁଗଣ ଏଥର କିନ୍ତୁ କାରଣଟି ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଏଥର ଓଲା ସ୍କୁଟର କୌଣସି ଖରାପ କାରଣ ପାଇଁ ନୁହଁ ବରଂ ଏହାର ସଦୂପଯୋଗ ପାଇଁ ବେଶ୍ ଚର୍ଚ୍ଚା ହେଉଛି । ହଁ ଆଜ୍ଞା ଏଭଳି ଏକ ଆଶ୍ଚର୍ୟ୍ଯଜନକ ଘଟଣା ଦେଖିବାକୁ ମିଳିଛି କଟକ ଅଞ୍ଚଳରେ ।

ଜଣେ ଯୁବକ ସେଠାରେ କ୍ରିକେଟ୍ ମ୍ୟାଚର କମେଣ୍ଟ୍ରି କରିବା ପାଇଁ ନିଜର ଓଲା ଇ-ସ୍କୁଟରକୁ ବ୍ୟବହାର କରିଛନ୍ତି । ଅର୍ଥାତ୍ ସ୍କୁଟରର ବ୍ଲୁଟୁଥକୁ ଫୋନ୍ ସହିତ ସଂଯୋଗ କରି ନିଜ ଫୋନର ସ୍ପିକରରେ କମେଣ୍ଟ୍ରି କରୁଛନ୍ତି ଯୁବକ ଜଣକ । ଆଉ ତାହା ଓଲା ସ୍କୁଟର ୱୟାରଲେସ୍‌ ସହ ଯୋଡ଼ା ହୋଇଛି ଯାହା ସ୍ପିକର ମାଧ୍ୟମରେ ସମସ୍ତେ ଶୁଣୁଛନ୍ତି ।

ଆଉ ଏଥିରେ ବ୍ୟକ୍ତି ଜଣକ ମ୍ୟାଚ୍‌ର ସ୍କୋର ଜଣାଉଛନ୍ତି । ଯାହାକି ଉପସ୍ଥିତ ଲୋକଙ୍କୁ ବହୁତ କୌତୁହଳ ପୂର୍ଣ୍ଣ ଲାଗିଥିଲା । ତେବେ ବିକାଶ ନାମକ ଜଣେ ଯୁବକ ଉକ୍ତ ଭିଡ଼ିଓକୁ ସେୟାର କରିଥିବା ବେଳେ ସୋସିଆଲ ମିଡ଼ିଆରେ ଏହା ବହୁତ ଭାଇରାଲ ହୋଇ ସାରିଛି ।

ଏପରିକି ନିଜେ ଓଲାର ପ୍ରତିଷ୍ଠାତା ଭାବିଶ ଅଗ୍ରୱାଲ ଏହି ଭିଡ଼ିଓରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଓଲା ଇ-ସ୍କୁଟରର ସମସ୍ତ ବ୍ୟବହାର ମଧ୍ୟରୁ ଏହା ହେଉଛି ସବୁଠାରୁ ଭିନ୍ନ’ ।

odia sambada
Comments (0)
Add Comment