କରୋନା ଭାଇରସ ଯୋଗୁଁ ଭାରତରେ ପୁଣି ଲାଗିବାକୁ ଯାଉଛି ଲକଡାଉନ, ମୋଦି ସରକାର ନେଲେ ବଡ଼ ପଦକ୍ଷେପ:-

ଚୀନ ର ହାଲତ ବର୍ତ୍ତମାନ ଗମ୍ଭୀର ହୋଇପଡ଼ିଛି ଯାହାଦ୍ୱାରା ସେଠାରେ ହସ୍ପିଟାଲରେ ରୋଗୀକୁ ବେଡ଼ ମିଳୁନାହିଁ ଓ ମୃତ୍ୟୁ ଲଗାତାର ବଢ଼ିବାରେ ଲାଗିଛି। ଚୀନ। ରର ଅବସ୍ଥାକୁ ଦେଖି ବର୍ତ୍ତମାନ ସାରା ବିଶ୍ୱ ଚିନ୍ତିତ ରହିଛି।

ଭାରତରେ ମଧ୍ୟ ଏହାର ଭୟାବହ ଦେଖିବାକୁ ମିଳିଛି। ମୋଦି ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଓ ଏବେ ଭ୍ୟାକ୍ସିନ ନାକ ଦ୍ୱାରା ନିଆଯିବ ବୋଲି ସରକାର ସମସ୍ତ ମେଡ଼ିକାଲକୁ ଏହାର ଅଭ୍ୟାସ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି।

ସାରା ଦେଶର ହସ୍ପିଟାଲରେ ହେବ ମୋକଡ୍ରିଲ :-

ଚୀନ ର ପରସ୍ଥିତିକୁ ଦେଖି ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଓ ଡିସେମ୍ବର 27 ତାରିଖରୁ ସାରା ଦେଶର ହସ୍ପିଟାଲ ଗୁଡ଼ିକରେ ମୋକଡ୍ରିଲ କରାଯିବ ବୋଲି ସରକାର ଆହ୍ୱାନ ଦେଇଛନ୍ତି।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ମଧ୍ୟ ଏକ ହସ୍ପିଟାଲ ଗସ୍ତ କରିବେ। ମୋକଡ୍ରିଲ ସମୟରେ ଏମରଜେନ୍ସି ରସ୍ପନ୍ସ ଚେକ କରାଯିବ ଯାହାଦ୍ୱାରା କରୋନାର ଜଟିଳ ପରିସ୍ଥିତି ସହ ଯେମିତି ସମ୍ମୁଖୀନ ହୋଇପାରିବା।

ଭାରତ ପାଇଁ ଭଲ ଖବର:-

ଭଲ ଖବର ଏହାକି ଯେ, ସାରା ବିଶ୍ବର ଦେଶ ମାନଙ୍କରେ ବର୍ତ୍ତମାନ କରୋନାର ମାମଲା ବଢ଼ିବାରେ ଲାଗିଥିବା ବେଳେ ଭାରତରେ ଏହା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଜାପାନରେ ପ୍ରତିଦିନ 1 ଲକ୍ଷ 50 ହଜାର, ଦକ୍ଷିଣ କୋରିଆରେ 67 ହଜାର, ଆମେରିକାରେ 65 ହଜାର, ଫ୍ରାନ୍ସରେ 49 ହଜାର, ଜର୍ମାନୀରେ 33 ହଜାର ଓ ଇଟାଲୀରେ ପ୍ରତିଦିନ 29 ହଜାର ମାମଲା ସାମ୍ନାକୁ ଆସୁଛି ଓ ଏହି ସମୟରେ ଭାରତରେ 100 ରୁ ବି କମ ମାମଲା ସାମ୍ନାକୁ ଆସୁଛି।

କଣ ପୁଣି ଲାଗିବ ଲକଡାଉନ:-

ଚୀନରେ ପରିସ୍ଥିତିକୁ ଦେଖି ବର୍ତ୍ତମାନ ସାରା ଦେଶ ସତର୍କ ହୋଇସାରିଛନ୍ତି ଓ ଭାରତ ମଧ୍ୟ ସତର୍କତା ଅବଲମ୍ବନ କରୁଛି। ହୁଏତ ଭାରତରେ ସେତେ କରୋନା କେସ ଦେଖିବାକୁ ମିଳୁନାହିଁ କିନ୍ତୁ ସାବଧାନତା ଅବଲମ୍ବନ ନକଲେ ଆମକୁ ସାରା ଦେଶରେ ଲକଡାଉନ ଦେଖିବାକୁ ମିଳିପାରେ। ଏହି ଅସାବଧାନତା ପାଇଁ ଆମେ ପୂର୍ବରୁ ମଧ୍ୟ ଦେଶରେ ଲକଡାଉନ ଦେଖିସାରିଛେ।

odia sambada
Comments (0)
Add Comment