ନବ ବିବାହିତ ଯୋଡ଼ିଙ୍କୁ ସରକାର ଦେବେ ଲକ୍ଷ ଲକ୍ଷ ଟଙ୍କା । ଜାଣନ୍ତୁ ଏହା କେଉଁ ଯୋଜନା ଅଧୀନରେ ଆସୁଛି ଏବଂ କିପରି ଆବେଦନ କରି ପାରିବେ ।

ବନ୍ଧୁଗଣ ତେବେ ସମାଜରେ ସମତା ଆଣିବା ଲାଗି ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦେଇ ସରକାର ଡକ୍ଟର ଆମ୍ବେଦକର ଫାଉଣ୍ଡେସନ ସହ ମିଶିକି ଆନ୍ତଃଜାତି ବିବାହ ପାଇଁ ଅଢେଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ଯାହାକୁ ସୁମଙ୍ଗଳ ଯୋଜନା କୁହାଯାଉଛି ।

ତେବେ ଆଜି ଆମେ ସୁମଙ୍ଗଳ ଯୋଜନା ବିଷୟରେ କଥା ହେବା । ସରକାରଙ୍କ ତରଫରୁ ଜାତି ପ୍ରଥା ଉଠେଇବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ ଜାରି ରହିଛି । ବର୍ତମାନ ସମୟରେ ଖବର ଆସିଛି ଯେଉଁ ମାନେ ଇଣ୍ଟର୍କାଷ୍ଟ ବିବାହ କରୁଛନ୍ତି । ସେମାନଙ୍କୁ ସହାୟତା ରାଶି ହିସାବରେ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଆମେ ଆଜି ଜାଣିବା କି ଏହି ସହାୟତା ରାଶି ଆମେ ମାନେ କିଭଳି ଭାବେ ଆବେଦନ କରି ପାରିବା ।ଏଥିପାଇଁ କଣ ସବୁ ଡୋକ୍ୟୁମେଣ୍ଟ ଜରୁରୀ ଅଟେ ଜାଣିବା । ଏଥିପାଇଁ ଆପଣ ମାନଙ୍କୁ ସୁମଙ୍ଗଳ ଯୋଜନା ୱେବସାଇଟ୍ କୁ ଯିବାକୁ ପଡିବ ।

ଆପଣ ମାନେ ସହାୟତା ରାଶି ପାଇବା ପାଇଁ ଯେଉଁ ଦୁଇ ଜଣ ବିବାହ କରୁଛନ୍ତି ସେମାନେ ଓଡିଶାର ବାସୀ ହୋଇଥିବା ଦରକାର । ସେଥି ମଧ୍ୟରୁ ଜଣେ ସିଡିଲ କାଷ୍ଟ ହେବା ଦରକାର । ନଚେତ ସେମାନେ ଏହା ପାଇବା ପାଇଁ ଯୋଗ୍ୟ ହେବେନି ।

ଏହା କେବଳ ଆପଣଙ୍କୁ ଗୋଟେ ଥର ମିଳିବ । ଯଦି ଆପଣ ମାନେ କେବଳ ବିବାହ କରୁଛନ୍ତି ତେବେ ଆପଣଙ୍କୁ ମିଳିବ ନାହିଁ । ଏହା ପାଇଁ ଆପଣଙ୍କୁ ବିବାହ ସାର୍ଟିଫିକେଟର ଫଟୋ କପି, ଦୁହିଁ ଙ୍କ କାଷ୍ଟ ସାର୍ଟିଫିକେଟର ଫଟୋ କପି, ସ୍ୱମୀ ସ୍ତ୍ରୀ ଉଭୟଙ୍କ ଫଟୋ ଏବଂ ଆପଣଙ୍କର ଏକ ଯେକୌଣସି ବ୍ୟାଙ୍କରେ ଜଏଣ୍ଟ ପାସ ବହି ରହିଥିବା ଦରକାର ।

ସେହିଥିରେ ସମସ୍ତ ତଥ୍ୟ ରହିବ ଯଦି ଆପଣ ନିଜର ସପତ୍ନୀ ଙ୍କୁ ବିବାହର ୫ ବର୍ଷ ମଧ୍ୟରେ ଛାଡ ପତ୍ର ଦିଅନ୍ତି ତେବେ ଆପଣ ମାନେ ପାଇଥିବା ଟଙ୍କା ସହିତ ୬.୫ ପ୍ରତିଶତ ସୁଧ ଦେବାକୁ ପଡିବ ।

ଏହା ପରେ ଦ୍ୱିତୀୟ ଫର୍ମ ଡାଉନଲୋର୍ଡ କରନ୍ତୁ ଏବଂ ଏଥିରେ ସ୍ୱାମୀ ସ୍ତ୍ରୀଙ୍କ ଦସ୍ତଖସ୍ତ ଜରୁରୀ ଅଟେ । ଆପଣଙ୍କ ସ୍କାନ କପି କମ୍ବା ପିଡିଏଫ ଜରୁରୀ ଅଟେ । ଏହାପରେ ଆପଣମାନେ ରେଜିଷ୍ଟର ଉପରେ କ୍ଲିକ୍ କରନ୍ତୁ ।

ସେହିଥିରେ ଆପଣ ମାନଙ୍କ ନାମ ମୋବାଇଲ ନମ୍ବର, ଇମେଲ ଏହା ସହିତ ନିଜର ଜିଲ୍ଲା ପଞ୍ଚାୟତ ଦିଅନ୍ତୁ ଏହା ପରେ ରେଜିଷ୍ଟର ଉପରେ କ୍ଲିକ୍ କରିବେ ଏବଂ ପରେ ନିଜର ଏକାଉଣ୍ଟ ହେବା ପରେ ନିଜର ମୋବାଇଲ ନମ୍ବର ଓ ପାସୱାର୍ଡ ଦେଇ ଲଗଇନ କରନ୍ତୁ ଏବଂ ପରେ ଆପ୍ଲାୟ କରି ପାରିବେ ।

odia sambada
Comments (0)
Add Comment