ଦହିବରା ବାଲିର ଖେଳ ଖତମ, କଟକରେ ଦହିବରା ଦେଲା ନୟାଗଡ଼କୁ ଡାକି ମାରି ଦେଲା।

ଏ ଦୁନିଆ ଆଜି ଆସି ଏମିତି ସ୍ଥିତିରେ ପହଞ୍ଚିଛି ଯେଉଁଠି ମଣିଷ ମାନେ କାମନା ଓ ବାସନରେ ଅନ୍ଧ ହୋଇ ମାନବିକତାକୁ ମଧ୍ୟ ବଳିପକାଇବା ପାଇଁ ପଛଘୁଂଚା ଦେଉନାହିଁ।

ମଣିଷ ଏବେ କାମନା ପାଇଁ ଏତେ ବ୍ୟଗ୍ରତ ପ୍ରକାଶ କରୁଛି ଯାହାପାଇଁ ସେ ଆତ୍ମହରା ହୋଇ ଭୁଲ କାର୍ଯ୍ୟ କରିବା ପାଇଁ ସର୍ବଦା ଆଗକୁ ବାହାରି ଆସୁଛି। ଏବେ ଏମିତି ଏକ ଖବର ସାମନା କୁ ଆସିଛି ଯେଉଁଠି ଜଣେ ମହିଳା ବିବାହ କରିବା ପରେ ମଧ୍ୟ ସ୍ବାମୀର ଅଜାଣତରେ ଆଉ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଗଢ଼ି ଦେଇଛି।

ଏମିତି ଏକ ଘଟଣା ଘଟିଛି କଟକରେ ଯେଉଁଠି ମହିଳା ଜଣକ ନିଜ ସ୍ବାମୀ ସହ ରହୁଥିଲେ।ମହିଳା ଜଣକ କଟକ୍ ରେ ଦହିବରା ଦୋକାନ କରିଥିଲେ ଏବଂ ତାଙ୍କୁ ଦହି ବରା ବାଲି ବୋଲି ଲୋକେ ଜାଣନ୍ତି।ସେ ସବୁଦିନ ପରି ଦହି ବରା ବିକ୍ରି କରିବା ପାଇଁ ଆସିଥାଏ ,ଏବଂ ନିତିଦିନ ଖାଇବା ପାଇଁ ଜଣେ LIC ଏଜେଣ୍ଟ ଖାଇବା ପାଇଁ ଯାଇଥାଏ।

ଏମିତି କିଛି ଦିନ ପରେ ସେ ସେଠାକୁ ପ୍ରତ୍ୟେକ ଦିନ ଯିବା ସତ୍ତ୍ୱେ ସେ ତା ଠାରୁ ଖାଇବା ପରେ ଦହି ପାଣି ପିଇଥାଏ ଏବଂ ପରେ ହାତରେ ଗାଣ୍ଠିଆ ଭଜା ହାତରେ ନେଇଥାଏ।ଏମିତି ବାରମ୍ବାର ହେବା ସତ୍ତ୍ୱେ LIC ଏଜେଣ୍ଟ ଏବଂ ଦହିବରା ବାଲି ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ଏହାକୁ ଦହିବରା ବାଲି ର ସ୍ବାମୀ ଜାଣିବା ପରେ ସେ ସେଠାକାର ଦୋକାନ ବାଣ୍ଡ କରି ନିଜ ଗ୍ରାମ ନୟାଗଡ଼ କୁ ଚାଲିଯାଇଥିଲେ।କିନ୍ତୁ ପ୍ରେମ ଏମିତି ଏକ ସମ୍ପର୍କ ଏହା ଯେତେ ଦୂରତାରେ ଥିଲେ ମଧ୍ୟ ତାହା କେବେ ଊଣା ହୋଇନଥାଏ।

ଏହା ପାଉଁଶ ତଳର ନିଆଁ ପରି ଜଳିଉଠିଥିଲା ସେ ମହିଳାଙ୍କ ମନରେ। ଯାହା ପାଇଁ ସେ ସେହି ଏଯେଣ୍ଟ କୁ ଫୋନ୍ କରି ନୟାଗଡ଼ ଯିବା ପାଇଁ କହିଥିଲା।ତା ପରେ ସେହି ପୁରୁଷ ଯାଇ ନୟାଗଡ଼ରେ ପହଞ୍ଚିଥିଲା।ଏହା ସେହି ମହିଳାର ସ୍ବାମୀ ଜାଣିବା ପରେ ସେ ରାଗର ଚରମ ସୀମାରେ ପହଞ୍ଚି ଯାଇଥିଲା ।

ଯାହାଫଳରେ ସେ ରାଗିଯାଇ ତା ସ୍ତ୍ରୀର ପ୍ରେମିକକୁ ପିଟି ପିଟି ହତ୍ୟା କରିଥିଲା ଏବଂ ପରେ ତାକୁ ଗଦା ରେ ପକାଇ ପୋଡ଼ିଦେଇଥିଲା।ହତ୍ୟା ହୋଇଥିବା ଯୁବକ ନାମ ଶୈଲେନ୍ଦ୍ର ଜେନା ଯାହାଙ୍କ ଘର କେନ୍ଦ୍ରପଡା ଜିଲ୍ଲାରେ ।

ସେ କଟକରେ LIC ଏଜେଣ୍ଟ ଭାବରେ କାର୍ଯ୍ୟ କରି ଆସୁଥିଲେ।ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କ ନାମ ଦିପୁ ସାହୁ ବୋଲି ଜାଣିବାକୁ ମିଳିଛି ।ସେ ହତ୍ୟା କରି ପୋଡ଼ି ସାରିବା ପରେ ବାପ ଓ ପୁଅ ମିଶି ରାତି ୨ଟା ସମୟରେ ଥାନାରେ ଯାଇ ଆତ୍ମ ସମର୍ପଣ କରିଛନ୍ତି। ସ୍ଥାନୀୟ ପୋଲିସ ଅଭିଯୁକ୍ତକୁ ସେହି ସ୍ଥାନକୁ ନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

odia sambada
Comments (0)
Add Comment