ପୁଣି ମାସ୍କ ପିନ୍ଧିବାକୁ ବାଧ୍ୟ ହେବେ, ମାଡ଼ି ଆସୁଛି କୋରୋନା ର ନୂଆ ରୂପ।

ସାରା ବିଶ୍ବରୁ କୋରାନା ଭଳି ମହାମାରୀ ର ଭୟ ପ୍ରାୟତଃ ଉଠିଯାଇଥିଲେ ସମସ୍ତେ ପୂର୍ବ ଭଳି ନିଜ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବରେ ଜଡ଼ିତ ହୋଇଯାଇଥିଲେ କିନ୍ତୁ ବର୍ତ୍ତମାନ ସମୟର ଖବର ପରେ ଏବେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏବେ ଶୁଣିବାକୁ ମିଳୁଛି କି ପୁଣିଥରେ କୋରନା ମହାମାରୀ ଆଉ ଏକ ରୂପ ନେଇଛି ଏବଂ ଏହାର ସଂକ୍ରମଣ ର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି।

କୋରୋନା ଭଳି ମହାମାରୀ ରେ ପୀଡ଼ିତ ହୋଇ ଅନେକ ପରିବାର ଲୋକେ ନିଜ ଘରର ଅନେକ ସଦସ୍ୟଙ୍କୁ ହରାଇବସିଛନ୍ତି।ଯାହାର ଭୟ ଏବେ ସମସ୍ତଙ୍କୁ ଘାରିଛି।ସମସ୍ତେ ଏବେ ଏହା ଶୁଣି ସର୍ତକ ମଧ୍ୟ ହୋଇଗଲେଣି।

କିଛି ମାସ ହେଲା ସବୁ କିଛି ପୂର୍ବ ଭଳି ହୋଇଯାଇଥିଲା କାରଣ କୋରନା ସମୟରେ ଦେଶର ଅର୍ଥାବସ୍ତା ଭୁଷୁଡି ପଡ଼ିଥିଲା ଯାହା ଏବେ କିଛି ଉପରକୁ ଉଠିଥିଲା କିନ୍ତୁ ଏହି ଖବର ଆସିବା ମାତ୍ରେ ଏବେ ସମସ୍ତଙ୍କ ମନରେ ଭୟର ସଞ୍ଚାର ହେଉଛି କାରଣ ଏବେ କୋରୋନା କେଉଁ ରୂପରେ ଆସି ନିଜର ତାଣ୍ଡବ ଲୀଳା ରଚିବ।

ଘନେଇଚି ଆଉ ଏକ ବିପଦ।କୋଭିଡର ନୂଆ ଭାରିଆଣ୍ଟ BF 7 ଚିହ୍ନଟ ହଇଛି ଯାହାକି ଚାଇନା ରେ ହଇ ଚଇ ସୃଷ୍ଟି କରିଛି।ଏହି ଭାରିଆଣ୍ଟ ଏତେ ମାତ୍ରାରେ ସଙ୍କର୍ମିତ ହଇଛି ଯେ ସଂକ୍ରମିତ ଙ୍କ ପାଇଁ ନା ମିଳିଛି ବେଡ଼ ନା ମିଳିଛି ଡାକ୍ତର।ଏପରିକି ସଂକ୍ରମଣରେ ମ-ରି-ଥି-ବା ଲୋକମାନଙ୍କ ପାଇଁ ଶ୍ମଶାନ ମଧ୍ୟ ମିଳୁନାହିଁ। ସବୁଠି ଶୁଭୁଚି ଛାତିଫଟା ଚିତ୍କାର।ପୁଣି କିଏ ସଂକ୍ରମିତରୁ ବଞ୍ଚିବା ପାଇଁ ଘର ଭିତରେ ବନ୍ଦୀ ହୋଇ ରହିଛନ୍ତି।

ତେବେ ପୁଣି ଥରେ ଓଡ଼ିଶାରେ ପୁଣିଥରେ କାୟା ବିସ୍ତାର କରିଛି କୋରାନା।କେବଳ ଓଡ଼ିଶା ନୁହଁ ଗୁଜୁରାଟରେ ୨ଜଣ ଏହି ଭାଇରସରେ ସଂକ୍ରମିତ ହେଇଛନ୍ତି।ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରଚାର ପରେ ଓଡ଼ିଶାରେ ଖେଳୁଛି ଆତଙ୍କ ।

ତେବେ ଏହାକୁ ଆଖି ଆଗରେ ରଖି ବିମାନ ବନ୍ଦରରେ ଏବେ ସାମପଲ ଟେଷ୍ଟ ଆରମ୍ଭ ହେଇଛି।ତେବେ କିଛି ଦିନ ମଧ୍ୟରେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ ହୋଇପାରେ ବୋଲି ଜଣା ପଡ଼ୁଛି।ଏହାକୁ ଆଖି ଆଗରେ ରଖି ସରକାର ସତର୍କତା ଅବଲମ୍ବନ କରିବାକୁ ନିଷ୍ପତି ନେଇଛନ୍ତି।

odia sambada
Comments (0)
Add Comment