ବନ୍ଧୁଗଣ ଆମ ଦେଶରେ ସବୁ ବର୍ଗର ଲୋକମାନେ ବାସ କରନ୍ତି।ଏଠାରେ ଧନୀକ ଶ୍ରେଣୀର ବ୍ୟକ୍ତି,ଗରିବ ଶ୍ରେଣୀର ବ୍ୟକ୍ତି, ମଧ୍ୟମ ଶ୍ରେଣୀର ବ୍ୟକ୍ତି ବସବାସ କରନ୍ତି।ପ୍ରଥମେ ତଳତଳିଆ ବର୍ଗର ଲୋକମାନଙ୍କ ପାଇଁ କୌଣସି ସୁବିଧା ଉପଲବ୍ଧ ନଥିଲା।ସେମାନେ ଭୋକ ଉପାସ ରେ ଦିନ କାଟୁଥିଲେ।
କିନ୍ତୁ ବର୍ତ୍ତମାନ ସେମାନଙ୍କ ପାଇଁ ଅନେକ ଯୋଜନା ରହିଛି,ଯାହା ଦ୍ଵାରା ସେହି ବର୍ଗର ଲୋକମାନେ ମଧ୍ୟ ଭଲ ଭାବରେ ଜୀବନ ଯାପନ କରିପାରିବେ।କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମ ରେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି।ତେବେ ଚଳିତ ମାସ ରାସନକାର୍ଡଧାରୀ ଓ ବିପିଏଲ୍ କାର୍ଡଧାରୀଙ୍କ ପାଇଁ ସରକାରଙ୍କ ତରଫରୁ କିଛି ସୁବିଧା ମିଳିବ।
ଏହି ସୁବିଧା ବିଷୟରେ ଜାଣିବା ରାସନକାର୍ଡଧାରୀ ଓ ବିପିଏଲ୍ କାର୍ଡଧାରୀଙ୍କ ପାଇଁ ନିହାତି ଜରୁରୀ।ଆସନ୍ତୁ ଜାଣିବା ସେହି ସୁବିଧା ଗୁଡ଼ିକ ବିଷୟରେ।ଯଦି ଆପଣ ରାସନକାର୍ଡଧାରୀ ହୋଇଥାନ୍ତି ତେବେ ଆପଣ ଏହା ବିଷୟରେ ଜାଣିବା ନିହାତି ଜରୁରୀ।
କେନ୍ଦ୍ର ସରକାର ଓ ରାଜ୍ୟ ସରକାର ରାସନକାର୍ଡଧାରୀ ମାନଙ୍କ ପାଇଁ ଅନେକ ଯୋଜନା ଆଣିଥାନ୍ତି।ପ୍ରଧାନମନ୍ତ୍ରୀ କିଶାନ ଗରିବ କଲ୍ୟାଣ ଅନ୍ନ ଯୋଜନା ଦ୍ଵାରା ଦେଶର ୮୦କୋଟି ଲୋକଙ୍କୁ ମାସ କୁ ୫କିଲୋଗ୍ରାମ ଗହମ ମାଗଣାରେ ଦିଆଯାଉଛି।ଏହା ବ୍ୟତୀତ କାର୍ଡଧାରୀ ଙ୍କ ପାଇଁ ରାଜ୍ୟ ସରକାର ଦ୍ବାରା ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି।
ତେବେ ନୂଆବର୍ଷ ଉପଲକ୍ଷେ ହରିୟଣା ସରକାର ରାଜ୍ୟ ର ୨୯ଲକ୍ଷ ବିପିଏଲ୍ ପରିବାରଙ୍କୁ ହଳଦିଆ ରାସନକାର୍ଡ ଉପହାରରେ ଦେବାକୁ ଯାଉଛନ୍ତି।ଏହି ହଳଦିଆ କାର୍ଡ ସବୁ ହିତାଧିକାରୀଙ୍କୁ ଅନଲାଇନ୍ ମାଧ୍ୟମରେ ଯୋଗାଇ ଦିଆଯିବ।ଏହି ସୁବିଧା ପାଇବା ପାଇଁ ଏକ କ୍ଲିକ୍ କରିବାକୁ ପଡ଼ିବ ଯାହାପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ହିତାଧିକାରୀଙ୍କୁ ବଣ୍ଟନ କରିବେ।
ଏହା ବ୍ୟତୀତ ହରିୟଣା ସରକାର ବିପିଏଲ୍ କାର୍ଡ ପାଇଁ ସର୍ବନିମ୍ନ ବାର୍ଷିକ ଆୟ ୧ଲକ୍ଷ୨୦ହଜାର ରୁ ୧ଲକ୍ଷ୮୦ହଜାର କୁ ବୃଦ୍ଧି କରିଛନ୍ତି।ଏହି ବାର୍ଷିକ ଆୟ ବୃଦ୍ଧି କରିବା ଦ୍ୱାରା ରାଜ୍ୟ ରେ ହିତାଧିକାରୀ ପରିବାର ୧୧.୫୦ଲକ୍ଷ ରୁ ବର୍ତ୍ତମାନ ୨୮.୯୩ଲକ୍ଷ କୁ ବୃଦ୍ଧି ହୋଇଛି।
ବିପିଏଲ୍ ଅଧୀନରେ ଆସୁଥିବା ପରିବାର ର ପୁଣି ଥରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଏହାକୁ ଆଧାର କରି ନୂତନ ତାଲିକା ଜାରି କରାଯାଇଛି।ଏହା ଦ୍ବାରା ଏହି ସୁବିଧା ପାଇବା ପାଇଁ ଯୋଗ୍ୟ ପରିବାରକୁ ଅନ୍ତର୍ଦ୍ୱୟ ଅନ୍ନ ଯୋଗୀ ପରିବାର ଓ ପ୍ରାଥମିକ ପରିବାର ରେ ବିଭକ୍ତ କରାଯାଇଛି।
ଅନ୍ତର୍ଦ୍ୱୟ ପରିବାରକୁ ୩୫କେଜି ଓ ବିପିଏଲ୍ ପରିବାର କୁ କିଲୋ ପିଛା ୨ଟଙ୍କା ବାବଦ ରେ ୫କେଜି ର ଖାଦ୍ୟ ଶସ୍ୟ ବଣ୍ଟନ କରାଯାଏ।ଏହା ବ୍ୟତୀତ କେନ୍ଦ୍ର ସରକାର ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ର ଏହା ହେଉଛି ଶେଷ ମାସ।ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ହିତାଧିକାରୀଙ୍କୁ ୫କିଲୋ ଗହମ ମାଗଣାରେ ଦିଆଯାଉଛି।