ବିବାହ ଭାଙ୍ଗି ଦେଲା ସାମାନ୍ୟ ସାମ୍ପୁ । ଥାନାରେ ଅଭିଯୋଗ ଆଣିଲେ କନ୍ୟାଘର ଲୋକେ ।

ହଠାତ୍ ବାହାଘର ଭାଙ୍ଗିବାର ଅନେକ ଗୁରୁତ୍ୱପୂର୍ଣ୍ଣ କାରଣ ତ ଆପଣମାନେ ଜାଣିଥିବେ । କିନ୍ତୁ ନିକଟରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ପଢିଲେ ଆପଣମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ହଁ ଆଜ୍ଞା ବନ୍ଧୁଗଣ ଗୋଟିଏ ଦିନ ପରେ ହୋଇଥାନ୍ତା ବାହାଘର କିନ୍ତୁ ବାହାଘର ହେବା ପୂର୍ବରୁ ଲାଗିଗଲା ବୋଧେ କାହାର ନଜର । ବିବାହରେ ଟଙ୍କା, ଆସବା ପତ୍ର ନେଣ ଦେଣ ହେବା ସାଧାରଣ କଥା । ବର ପକ୍ଷ କନିଆ ପକ୍ଷଙ୍କୁ କିଛି ଦେଇଥାନ୍ତି ଆଉ କନିଆ ପକ୍ଷ ମଧ୍ୟ ବରପକ୍ଷଙ୍କୂ ଉପହାର ସଦୃଶ ଦେଇଥାଆନ୍ତି ।

କିନ୍ତୁ ଏହି ଉପହାର ବିବାହରେ ସାଜିଲା କଣ୍ଟା । ଝିମିଟି ଖେଳରୁ ହେଲା ମହାଭାରତ । ଆଉ କନ୍ୟାଙ୍କୁ ମହଙ୍ଗା ପଡ଼ିଲା ବରକୁ କରିଥିବା ମେସେଜ । ଭାଙ୍ଗିଗଲା ବାହାଘର ଆଉ ଥାନାକୁ ଦୌଡ଼ିଲେ ପରିବାର ଲୋକ । ଏଭଳି ଅଭାବନୀୟ ଘଟଣା ଘଟିଛି ଆସାମର ବାରପେଟା ଜିଲ୍ଲା ହୌଲି ଅଞ୍ଚଳରେ ଘଟିଛି ।

ତେବେ ବନ୍ଧୁଗଣ ସୂଚନା ଅନୁଯାୟୀ, ଗତ ୧୪ରେ ବିବାହ ହେବାର ଥିଲା । ଜୋରୋନରେ ଉକ୍ତ ଅଞ୍ଚଳରେ ଥିବା ପ୍ରଥା ଅନୁଯାୟୀ ବିବାହ ପୂର୍ବଦିନ ପାଳନ ହେଉଥିବା ଏକ ରଶମରେ ବରଘର ପକ୍ଷରୁ କନ୍ୟାଘର ପାଇଁ ସାମ୍ପୁ ଆସିଥିଲା । ଆଉ ଯାହାକୁ କନ୍ୟା ଜଣକ ନିମ୍ନମାନର କହିବା ସହ ଭାବୀସ୍ୱାମୀଙ୍କୁ ମେସେଜ କରିଥିଲେ । ଏଥିରେ ଇଞ୍ଜିନିୟର ବର ଜଣକ ଲଜ୍ଜିତ ଅନୁଭବ କରିଥିଲେ ।

ମେସେଜ ପାଇବାର ୬ ଘଣ୍ଟା ପରେ ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ । ଯାହା କନ୍ୟା ଜଣକ କେବେ କଳ୍ପନା କରିନଥିଲେ । ତେବେ ଯୁବକ ଜଣକ ହେଉଛନ୍ତି ଗୌହାଟୀରେ ଇଞ୍ଜିନିୟର ଅଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାବୀ ପତ୍ନୀଙ୍କ ଏପରି ମେସେଜ ତାଙ୍କୁ ଆଘାତ କରିଛି । ତେଣୁ ସେ ଏହି ବିବାହ ଭାଙ୍ଗିବାକୁ ସ୍ଥିର କରିଥିଲେ । ଯୁବକଙ୍କ ଏଭଳି ନିଷ୍ପତ୍ତିରେ କନ୍ୟାଘର ଲୋକଙ୍କୁ ଝଟକା ଲାଗିଥିବା ବେଳେ ବରକୁ ଗୌହାଟି ଯାଇ ବୁଝାସୁଝା ମଧ୍ୟ କରିଥିଲେ  । ହେଲେ ବର ନିଜ ଜିଦ୍‌ରେ ଅଟଳ ରହିଥିଲେ ।

odia sambada
Comments (0)
Add Comment