ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କଲା ଇଡି । ଶ୍ରଦ୍ଧାଞ୍ଜଳିଙ୍କ ଜେରା ଦେଖି ଅର୍ଚ୍ଚନାଙ୍କୁ ହେଲା ଜ୍ଵର ।

ମିଡିଆ ଆଗରେ ଫଁ କରୁଥିବା ଅର୍ଚ୍ଚନା ନାଗ ଇଡି ଆଗରେ ମୁହଁ ଖୋଲି ନାହିଁ । ସବୁ ଗୁମର ଖୋଲି ଦେବେ ବୋଲି ଗର୍ଜନ କରୁଥିବା ଅର୍ଚ୍ଚନା ଇଡି ପ୍ରଶ୍ନରେ ମୌନ ଥିଲା । ଜେରାରେ ତଦନ୍ତକାରୀ ଅଫିସରଙ୍କୁ ସହଯୋଗ ମଧ୍ୟ କରୁ ନଥିଲେ ଅର୍ଚ୍ଚନା ।

ସନ୍ତୋଷଜନକ ଉତ୍ତର ଦେଉ ନଥିବା ଇଡି ସୂଚନା ଦେଇଥିଲା । କେମିତି ଠିଆ କଲେ ଏତେ ବଡ଼ କଳା ସାମ୍ରାଜ୍ୟ ? କୁଆଡୁ ଆସୁଥିଲା ଟଙ୍କା । ହନିଟ୍ରାପ ନେଇ ଯେତେ ପଚାରିଲେ ବି ଉତ୍ତର ଦେଉ ନାହାନ୍ତି ଅର୍ଚ୍ଚନା । ଅକ୍ଷୟ ପରିଜା ଓ ପ୍ରମୋଦ ସ୍ୱାଇଁ ଆଣିଥିବା ଅଭିଯୋଗ ଉପରେ ମଧ୍ୟ ମୌନ ଥିଲେ ।

ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗର ଡାଏରୀ ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଖଣ୍ଡଗିରି ଥାନାରୁ ଅର୍ଚ୍ଚନାର ଇଡି ୨ଟି ଡାଏରୀ ସଂଗ୍ରହ କରିଥିଲା ।

ଆଉ ସେହି ଡାଏରୀ ହନିଟ୍ରାପ କଳା ସାମ୍ରାଜ୍ୟର ପର୍ଦ୍ଦାଫାଶ କରିବ ବୋଲି ଅନୁମାନ କରାଯାଉଥିବା ବେଳେ କେହି ବଡ ବଡିଆ ବି ଏହି ମାମଲା ଭିତରକୁ ଟାଣି ହୋଇ ଆସିବେ କି ନାହଁ ସେନେଇ ଏବେ ମଧ୍ୟ ବଡ ପ୍ରଶ୍ନ ଗୋଟେ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ଏହି ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଆଗରେ ମୁହଁ ଖୋଲିଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି ।

ଇଡି ଅଧିକାରୀମାନେ ଅର୍ଚ୍ଚନା ନାଗ, ଶ୍ରଦ୍ଧାଞ୍ଜଳି ବେହେରା ଓ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଜେରା କରିଛନ୍ତି । ଜେରା ସମୟରେ ୪ ଜଣ ଅଧିକାରୀ ଓ ୨ ଜଣ ସାକ୍ଷୀ ଥିଲେ । ସୂଚନାଯୋଗ୍ୟ ଶ୍ରଦ୍ଧାଞ୍ଜଳି ବେହେରା ତୃତୀୟ ଥର ପାଇଁ ଆଜି ଇଡିରେ ହାଜର ହୋଇଥିଲେ ।

ଏହା ପୂର୍ବରୁ ସେ ଦୁଇ ଦୁଇ ଥର ଇଡି ଜେରାର ସାମ୍ନା କରିଥିଲେ । ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଇଡି ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ତେବେ ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳି- ଜଗବନ୍ଧୁଙ୍କୁ ମୁହାଁମୁହିଁ ଜେରା ସମୟରେ ଅର୍ଚ୍ଚନା ନାଗ ଅସୁସ୍ଥ ଅନୁଭବ କରୁଥିବା କହିବାରୁ କ୍ୟାପିଟାଲ ହସ୍‌ପିଟାଲ ଡାକ୍ତର ଟିମ୍‌ ଇଡି କାର୍ଯ୍ୟାଳୟରେ ପହଂଚିଥିଲେ ।

ଜେରା ଏଡ଼ାଇବାକୁ ଅର୍ଚ୍ଚନା ଅସୁସ୍ଥତା ବାହାନା କରିଥିବା ଚର୍ଚ୍ଚା ହେଉଛି । ଅନ୍ୟପଟରେ ଏହି ମାମଲାରେ ଏକ ପ୍ରତିଷ୍ଠିତ ସୁନା ଦୋକାନର କର୍ମଚାରୀ ହାଜର ହୋଇଛନ୍ତି। ତାଙ୍କୁ ସୁନା କିଣାବିକା ନେଇ ଇଡି ଅଧିକାରୀମାନେ ପଚରାଉଚରା କରିଛନ୍ତି। ଅର୍ଚ୍ଚନା ଦୁଇଟି ଜୁଏଲାରି ସୋ’ରୁମ ଠାରୁ ସୁନା ଗହଣା କିଣିଥିବା ନେଇ ସୂଚନା ।

odia sambada
Comments (0)
Add Comment