ଗାଁକୁ ଆସିଲା, ସ୍ତ୍ରୀକୁ ଛାଡି ମୋ ଝିଅ ଉପରେ ନଜର ପକେଇ ପଳେଇଲା

ଗାଁକୁ ଆସିଲା, ଆଖି ଆଖିରେ ପଟେଇ ମୋ ଝିଅକୁ ନେଇ ପଳେଇଲା । ସ୍ତ୍ରୀକୁ ଛାଡି ମୋ ଝିଅ ଉପରେ ନଜର ପକେଇଲା । ଦେଖନ୍ତୁ ଝିଅକୁ ହରାଇଥିବା ଜଣେ ବାପା କଣ କହୁଛନ୍ତି ।

ଦର୍ଶକବନ୍ଧୁ ବର୍ତ୍ତମାନ ଆମ ସମାଜରେ ପ୍ରେମ ପାଇଁ ବାପା ମା’ଙ୍କୁ ଛାଡି ଯିବାକୁ ପିଲାମାନେ ପଛାଉ ନାହାନ୍ତି । ପ୍ରେମର ନିଶା ଏତେ ଘାରିଛି କି ବାପା ମା’ଙ୍କୁ ବି ଭୁଲି ଯାଉଛନ୍ତି ପିଲାମାନେ ।

ଜାଣି ଜାଣି ଭୁଲ କରୁଛନ୍ତି ଆଉ ଶେଷରେ ପ୍ରେମ ପାଇଁ ନିଜର ଜୀବନ ହାରୁଛନ୍ତି ଆଜିର ସମୟରେ ଯୁବପିଢୀ । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମନାକୁ ଆସିଛି ଯାହାକୁ ନେଇ ଜଣେ ବାପା ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ବିସ୍ତାର ଭାବେ । ଗାଁକୁ ଟ୍ରକ ନେଇ ଆସିଲା ଆଖି ଆଖିରେ ଇସାରା କରିଲା । ଆଉ ମୋ ଝିଅକୁ ପଟେଇ ନେଇ ଚାଲିଗଲା ଦରବୁଢା । ତାର ଆଗରୁ ୨ଟି ସ୍ତ୍ରୀ ୩ଟି ଛୁଆ ତଥାପି ମୋ ଝିଅକୁ ଦେଖି ଲୋଭ କରିଲା ।

ଆଉ ଗାଁକୁ ଆସି ମୋ ଝିଅ ସହ କଥା ହେଲା । ଆଉ ଏବେ ମୋ ଝିଅକୁ ନେଇ କୁଆଡେ ପଳାଇଛି ଦରବୁଢା ଟ୍ରକ ଡ୍ରାଇଭର । ମୋ ଝିଅକୁ ନେଇ ଚାଲିଗଲା ଟ୍ରକ ଡ୍ରାଇଭର ମୁଁ ଦିନ ମଜୁରିଆ କାମ କରେ । କଷ୍ଟକରି ଝିଅକୁ ପାଠ ପଢାଇଲି ।

ହେଲେ ମୋ ଝିଅ ଟ୍ରକ ବାଲା ସହ ପଳାଇଲା । ସେ ଡ୍ରାଇଭର ମୋ ଝିଅକୁ ଲୋଭ କରିଲା ମୋ ସୁନ୍ଦରୀ ଝିଅକୁ ଫସେଇ ନେଇ କୁଆଡେ ଚାଲି ଯାଇଛି ଦରବୁଢା । ପୋଲିସକୁ ଜଣାଇଲେ ବି ପୋଲିସ କିଛି ଶୁଣୁନାହିଁ ।

ମୋ ଝିଅର ଜୀବନ ବରବାଦ ହୋଇଯିବ । ମୋ ଝିଅକୁ ଫେରାଇ ଆଣ । ହଁ ଆଜ୍ଞା ଏମିତି କିଛି କ୍ୟାମେରା ଆଗରେ କହିଛନ୍ତି ଜଣେ ବାପା ଝିଅ ଟ୍ରକ ଡ୍ରାଇଭର ସହ ଯିବା ପରେ ଘର ଲୋକେ ଯେତେ ଖୋଜା ଖୋଜି କରିଲେ ବି କିଛି ସନ୍ଧାନ ମିଳିନାହିଁ ।

ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଟିଟିଲା ପଞ୍ଚାୟତର ସୁମନା ଗ୍ରାମର କାର୍ତ୍ତିକ ମହାନ୍ତିଙ୍କ ଝିଅ ଶୁଭଶ୍ରୀରେ ମହାନ୍ତି ଟ୍ରକ ଡ୍ରାଇଭର ସହ କୁଆଡେ ପଳାଇଛି । ଯାହାକୁ ନେଇ ବାପା ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି । ଏ ବାବଦରେ କାର୍ତ୍ତିକ କହିଛନ୍ତି “ମୁଁ ଗରିବ ଲୋକ ମୋର ୨ଟି ଝିଅ ।

ସେଥି ମଧ୍ୟରୁ ମୋ ବଡ ଝିଅକୁ ଟ୍ରକ ଡ୍ରାଇଭର ଅପହରଣ କରି ନେଇଛି । ରାହଣ ପଞ୍ଚାୟର ମୁରୁଣି ଗାଁର କାନ୍ଦୁରା ହାତୀଙ୍କ ପୁଅ ମିଟୁଆ ହାତୀ ମୋ ଝିଅକୁ ନେଇ କେଉଁଠି ରଖିଛି । ତାର ଆଗରୁ ଦୁଇ ଦୁଇଟା ସ୍ତ୍ରୀ ଅଛି ତଥାପି ମୋ ଝିଅକୁ ନେଇ କୁଆଡେ ପଳାଇଛି । ମୋତେ ନ୍ୟାୟ ଦରକାର ମୋତେ ମୋ ଝିଅ ଦରକାର” ।

odia sambada
Comments (0)
Add Comment