ଇଡିଙ୍କୁ ମିଳିଲା ଅର୍ଚ୍ଚନା ନାଗଙ୍କ ଡାଏରୀ,ବଡ଼ ବଡିଆଙ୍କ ଭିତରେ ପଶିଛି ଛନକା।

କିଛି ଦିନ ତଳେ ଅର୍ଚ୍ଚନା ନାଗ ଙ୍କ ବିଷୟରେ ଆଲୋଚନା ହେଉଥିଲା ଯେ ସେ ନିଜ ସୌନ୍ଦର୍ଯ୍ୟ ଜାଲରେ ରାଜନେତା ,କଳାକାର ଏବଂ ଶିଳ୍ପପତିଙ୍କୁ ଫସାଇ ତାଙ୍କୁ ବ୍ଲାକ ମେଲ କରି ତାଙ୍କ ଠାରୁ ଅନେକ ପ୍ରକାରର ଉପହାର ନେଇଥିଲେ,କିନ୍ତୁ ଅର୍ଚ୍ଚନା ସେମାନଙ୍କ ନାମ ନେଇନଥିଲେ ଯାହାଦ୍ଵାରା ଏହା ଇଡି କର୍ତୁପକ୍ଷଙ୍କ ପାଖରେ ପହଞ୍ଚିଥିଲା ଏବଂ ଏହି ଘଟଣାକୁ ଇଡି ପରିଚାଳନା କରୁଛନ୍ତି ଯାହାଦ୍ଵାରା ସତ କଣ ତାହା ସମସ୍ତଙ୍କ ଆଗକୁ ଧୀରେ ଧୀରେ ଆସୁଛି।

ଏହିଭଳି ଆହୁରି ଅନେକ ଚେହେରା ଅଛି ଯେଉଁମାନେ ଏହି ଘଟଣା ସହ ଜଡ଼ିତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଲୋକଙ୍କ ସମ୍ମୁଖକୁ ଆସିବାର ଆହୁରି ବାକି ରହିଛି ବୋଲି ଲେଡି ବ୍ଲାକମେଲର ମିଡିଆ ଆଗରେ ପରିପ୍ରକାଶ କରୁଥିବାର ଦେଖାଯାଉଛି।

ସେ ମିଡିଆ ଆଗରେ କହୁଥିବା ଦେଖିବାକୁ ମିଳୁଛି ଯେ ସେ ଠିକ୍ ସମୟକୁ ଅପେକ୍ଷା କରିଛନ୍ତି।ଏତେ ଦିନର ଅପେକ୍ଷା ର ଅନ୍ତ ହେବାକୁ ଯାଉଛି କାରଣ ଏବେ ଇଡି ହାତରେ ଲାଗିଛି ଅର୍ଚ୍ଚନାଙ୍କ ପରସନାଲ ଡ଼ାଇରି। ଯେଉଁଥିରେ ଏହି ଘଟଣା ସମ୍ପୃକଟରେ ଇଡି କୁ ଅନେକ କିଛି ତଥ୍ୟ ମିଳିପାରିବ ଯାହାକୁ ଦୁଇ ଦିନ ତଳେ ଖଣ୍ଡଗିରି ପୋଲିସ ଷ୍ଟେସନ ରୁ ଇଡି ସଂଗ୍ରହ କରିଛି।

ଯେଉଁଥିରେ ଅନେକ ପ୍ରକାର ଗୁମର ବାହାରିବା ଆଲୋଚନା ହେଉଛି।ଇଡି ଅର୍ଚ୍ଚନା ଙ୍କର ଦୁଇଟି ଡ଼ାଇରି ସଂଗ୍ରହ କରିଛି। ଯାହାଦ୍ଵାରା ବଡ଼ ବଡିଆଙ୍କ ମନରେ ପଶିଛି ଛନକା କାରଣ ଯେଉଁମାନେ ଏହି ଘଟଣା ସହ ଜଡ଼ିତ ଥିଲେ ସେମାନେ ଏବେ ବ୍ୟସ୍ତ ବିବ୍ରତ ହେଉଥିବେ।

କାରଣ ସେମାନଙ୍କର କଳା ଚିଠା ଏବେ ଇଡି ହାତରେ ପହଞ୍ଚିଯାଇଛି।ଡ଼ାୟେରୀରେ ଏମିତି କିଛି ଥାଇପାରେ ଯାହାକୁ ଇଡି ଜାଣିଲେ ତାଙ୍କୁ ଏହି ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ସୁବିଧା ହୋଇପାରେ।ଏହି ଡାୟେରୀ ମିଳିବା ପରେ ହୋଇଥିବା ହୋନି ଟ୍ରାପର ଗୁମର ଯଥାଶୀଘ୍ର ଖୋଲିବା ବୋଲି ଆଶଙ୍କା କରାଯାଉଛି।

ତେବେ ଅର୍ଚ୍ଚନା ନାଗ ମାମଲାରେ ରାଜ୍ୟ ଫରେଂଶିକ ଲାବରୁ ଖାଲି ହାତରେ ଫେରିଛି ଇଡି ଏବଂ ପୋଲିସ ।ଏହି ବିଷୟରେ ଅଧିକ ସୂଚନା ସଂଗ୍ରହ କରିବା ପାଇଁ ଯାଇଥିଲା ଇଡି ଅଧିକାରୀ କିନ୍ତୁ SFSLରୁ ସେମାନେ ଖାଲି ହାତରେ ଫେରିଥିବା ଦେଖିବାକୁ ମିଳିଛି।ଫରେଂଶିକ୍ ଲାବ୍ ରୁ ତଥ୍ୟ ସଂଗ୍ରହ କରିବାରେ ବିଳମ୍ବ ହେଉଥିବାରୁ ଏହି ଘଟଣାରେ ତଦନ୍ତ କରିବାରେ ଇଡିକୁ ବହୁତ ଅସୁବିଧା ହେଉଛି।

ଦେଖାଯାଉ ଅର୍ଚ୍ଚନାଙ୍କ ଡାୟେରୀରୁ ଇଡି କଣ ତଥ୍ୟ ପାଉଛି ଏବଂ ଏହି ତଥ୍ୟ ସେମାନଙ୍କୁ ସାହାଯ୍ୟ କରିପାରିଛି କି ନାହିଁ ତାହା ଦେଖିବାକୁ ବାକି ରହିଛି।

odia sambada
Comments (0)
Add Comment