MLAଙ୍କ ଦରମା ଲକ୍ଷେରୁ ଅଢେଇ ଲକ୍ଷକୁ ବୃଦ୍ଧି।

ସମାଜରେ ଦିନକୁ ଦିନ ରାଜନୀତି ର ପ୍ରଭାବ ବଢ଼ିବାରେ ଲାଗିଛି।ଏବେ ସମସ୍ତେ ରାଜନୀତିରେ ନିଜର କ୍ୟାରିଅର ତିଆରିକରିବାରେ ଲାଗିଛନ୍ତି କାରଣ ନେତା କିମ୍ବା ବିଧାୟକ ମାନଙ୍କ ପାଇଁ ଅନେକ ପ୍ରକାର ସୁବିଧା ସୁଯୋଗ ଥିବା ସହ ଅନେକ ପ୍ରକାର ସହଯୋଗ ସରକାରଙ୍କ ଠାରୁ ମିଳିଥାଏ ଏବଂ ସେମାନଙ୍କ ବେତନର ପରିମାଣ ମଧ୍ୟ ଯଥେଷ୍ଟ ଅଧିକ।

ସେଥିପାଇଁ ଏବେ ସମସ୍ତେ ରାଜନୀତିରେ ନିଜର ପରିଚୟ ସୃଷ୍ଟି କରିବାରେ ଲାଗିପଡିଛନ୍ତି।ପ୍ରଥମତଃ ଏବେ ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ଯେମିତି ମହାବିଦ୍ୟାଳୟ ମାନଙ୍କରେ ଇଲେକ୍ସନ ର ବ୍ୟବସ୍ଥା ମଧ୍ୟ ରହିଛି ଯେଉଁଠାରୁ ପଢିବା ସମୟରୁ ପିଲାମାନେ ଏଥିରେ ଅଂଶ ଗ୍ରହଣ ମଧ୍ୟ କରିଥାନ୍ତି।

ସେବେଠାରୁ ସେମାନେ ନିଜ କ୍ୟାରିୟର ର ଆରମ୍ଭ କରିଥାନ୍ତି ଏବଂ ରାଜନୀତି ବିଷୟରେ ସମ୍ୟକ୍ ଧାରଣା ପାଇଥାନ୍ତି ଯାହା ବଡ଼ ହେଲେ ତାଙ୍କର ସାହାଯ୍ୟରେ ଆସିଥାଏ।ଏବେ ଏମ ଏଲ୍ ଏ ,ବିଧାୟକ ଏବଂ ଅନେକ ରାଜନେତା ମାନଙ୍କର ମାସିକ ବେତନର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି ସେଥିପାଇଁ ଏହା ଅସନ୍ତୋଷ ର କାରଣ ହୋଇଛି।

ଏମ ଏଲ ଏ ଙ୍କ ଦରମା ସମସ୍ତ ଗସ୍ତ ,ଦରଦାମ ଏବଂ ଅନ୍ୟ ରାଜ୍ୟର ବେତନ କୁ ଆଖିରେ ରଖି ୧ ଲକ୍ଷ୍ୟ ବୋଲି ଧାର୍ଯ୍ୟ କରା ଯାଇଥିଲା କିନ୍ତୁ ତାହାକୁ ୨.୫ ଲକ୍ଷ୍ୟ କରାଯିବା ନେଇ ବାଚସ୍ପତି ନିଜର ମତ ରଖିଛନ୍ତି।୧୯ଟି ରାଜ୍ୟ ତୁଳନାରେ ଓଡ଼ିଶା ବିଧାୟକଙ୍କ ଦରମା ଓ ପେନସନ୍ ଅପେକ୍ଷାକୃତ କମ ଥିବାରୁ ଦରମା ବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଛନ୍ତି ଶାସକ ଓ ବିରୋଧୀ ।

କଂଗ୍ରେସ କିନ୍ତୁ ବର୍ତ୍ତମାନ ସମୟରେ ଦରମା ବୃଦ୍ଧି ନକରାଯାଉ ବୋଲି ମତ ରଖିଛି । ବିଧାୟକମାନେ ଏବେ ଦରମା ବାବଦକୁ ୩୫ ହଜାର ଟଙ୍କା ପାଉଥିବା ବେଳେ ବିଭିନ୍ନ ଭତ୍ତା ବାବଦକୁ ପାଉଛନ୍ତି ୬୫ ହଜାର ଟଙ୍କା । ଯେଉଁଥିରେ କନଭେୟାନସ ପାଇଁ ୧୫ ହଜାର, ମେଡ଼ିକାଲ ପାଇଁ ୫ ହଜାର ଓ ଟେଲିଫୋନ ବାବଦରେ ରହିଛି ୮ ହଜାର ଟଙ୍କା ।

ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ବିଧାୟକମାନେ ସେମାନଙ୍କ ଦରମା ୧ଲକ୍ଷ ରୁ ୩ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ଦାବି କରିଥିଲେ । ହେଲେ ବାଚସ୍ପତିଙ୍କ ଦ୍ୱାରା ଗଠନ କରାଯାଇଥିବା କାର୍ଯ୍ୟ ପରାମର୍ଶଦାତା କମିଟି ସବୁ ଦିଗକୁ ବିଚାର କରି ବିଧାୟକମାନଙ୍କ ଦରମା ଅଢେଇ ଲକ୍ଷ ଓ ପୂର୍ବତନ ବିଧାୟକଙ୍କ ପେନସନ ୧ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ସୁପାରିଶ କରିଛି ।

ଏନେଇ ଏବେ ଅଙ୍ଗନବାଡ଼ି, ଶିକ୍ଷକ ,ଏବଂ ସରକାରୀ କର୍ମଚାରୀ ମାନେ ଏହାକୁ କଡ ଭାଷାରେ ନିନ୍ଦା କରୁଛନ୍ତି ଏବଂ ଏହାକୁ ପ୍ରତିବାଦ କରି ସମସ୍ତ ଅନୁଷ୍ଠାନ ଅନଶନ ମଧ୍ୟ କରୁଛନ୍ତି।ଶେଷ ଥର ପାଇଁ ୨୦୧୭ରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଆଉ ଏବେ ଦରଦାମ ବଢିଥିବାରୁ ଦରମା ବଢ଼ାଇବାକୁ ଦାବି କରିଛନ୍ତି ବିଧାୟକ ।

ବିଧାୟକ ଏବଂ ରାଜନେତା ମାନେ କାର୍ଯ୍ୟକାଳ ସରିବା ପରେ ମଧ୍ୟ ପେନସନ ର ସୁବିଧା ରହିଛି ଯାହା ସେ ପାଉଥିବା ବେତନ ର ୫୦ ପ୍ରତିଶତ ପାଇବେ ।କିନ୍ତୁ ଏବେ ଏହି ପେନସନ ର ସୁବିଧା ଶିକ୍ଷକ ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ହୋଇନାହିଁ ଏବେ ଏନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

odia sambada
Comments (0)
Add Comment