କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ପତ୍ନୀଙ୍କ ପ୍ରେମିକର କଲ ରେକର୍ଡ ନେଇପାରିବେ ନାହିଁ ସ୍ୱାମୀ ।

ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଜାଣିଥିବେ । ଆଉ ଆଜିକା ଦୁନିଆରେ ପରକୀୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି

ପରକୀୟା ପ୍ରୀତି ପାଇଁ ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡ଼ି କୁଆଡେ ପଳାଉଛି । ଏହି ପରକୀୟା ପ୍ରୀତି ପାଇଁ କେତେ ଯେ ସମ୍ପର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ । ଏମିତି କିଛି କରିବା ପୂର୍ବରୁ ସ୍ତ୍ରୀ ହେଉ ବା ପୁରୁଷ ଟିକେ ନିଜ ଇଜ୍ଜତ ଆଉ ପରିବାରର ଇଜ୍ଜତ କଥା ଭାବୁ ନାହାଁନ୍ତି । ବିବାହ ଗୋଟିଏ ପବିତ୍ର ବନ୍ଧନ । ଦୁଇ ମନର ସ୍ୱଚ୍ଛ ମିଳନ ।

କିନ୍ତୁ ଆଜିକାର କିଛି ଦମ୍ପତ୍ତି ଏହି ପରକୀୟା ପ୍ରୀତି ପାଇଁ ଏତେ ତଳକୁ ଖସି ଯାଉଛନ୍ତି ଯାହାର ତୁଳନା କରିବା ଅସମ୍ଭବ ଅଟେ । ମିଛ, ଛଳନା, ଅନୈତିକ ଭଳି ସମ୍ପର୍କ ଦେଖିବା ପାଇଁ ମିଳୁଛି । ତେବେ ନିକଟରେ ଏ ସମ୍ପର୍କିତ କର୍ଣ୍ଣାଟକ ହାଇକୋର୍ଟ ଗୋଟେ ଗୁରୁତ୍ୱପୂଣ୍ଣ ରାୟ ଶୁଣାଇଛନ୍ତିି । ଯେ ପତ୍ନୀଙ୍କ ପ୍ରେମିକର କଲ ରେକର୍ଡ ସମ୍ପର୍କୀତ ତଥ୍ୟ ନେବାର ସ୍ୱାମୀଙ୍କର କୌଣସି ଅଧିକାର ନାହିଁ ବୋଲି ।

ବନ୍ଧୁଗଣ ସୂଚନା ମୁତାବକ ଜନୈକ ସ୍ଵାମୀ ନିଜ ପତ୍ନୀର ତାଙ୍କ ପ୍ରେମିକଙ୍କ ସହ ଥିବା ଅବୈଧ ସମ୍ପର୍କ ପ୍ରମାଣ କରିବାକୁ କୋର୍ଟରେ ଦାବି କରି ଉକ୍ତ ପ୍ରେମିକର ମୋବାଇଲ ଟାୱାର ଲୋକେସନ ପ୍ରଦାନ କରିବାକୁ ଦାବି କରି୍ଥିଲେ ସ୍ୱାମୀ ।

୨୦୧୯ରେ ଫେମିଲି କୋର୍ଟ ପ୍ରେମିକକୁ ତଥ୍ୟ ଦେବାକୁ ଅର୍ଡର ଦେଇଥିଲେ । କିନ୍ତୁ ପ୍ରେମିକ ଜଣକ ଏହାକୁ ଚ୍ୟାଲେଞ୍ଜ କରିଥିଲେ । ତଳ କୋର୍ଟର ଏକ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପିଟିସନ ଦାଖଲ କରିଥିବା ପ୍ରେମିକ ସପକ୍ଷରେ ରାୟ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ

ପତି ପତ୍ନୀଙ୍କ ମଧ୍ୟରେ ଥିବା ଝଗଡ଼ା ପାଇଁ ତୃତୀୟ ଲୋକର ବ୍ୟକ୍ତିଗତ ସୁରକ୍ଷାକୁ ଅସମ୍ମାନ କରାଯିବା ଉଚିତ୍ ନୁହଁ ବୋଲି ରାୟ ଦେଇଛନ୍ତି ଜଷ୍ଟିସ୍ ଏମ ନାଗାପ୍ରସନ୍ନ ଖଣ୍ଡପୀଠ ।

ପତ୍ନୀର ତା ପ୍ରେମିକ ସହ ଥିବା ଅବୈଦ୍ଧ, ବେଆଇନ ସମ୍ପର୍କ ପ୍ରମାଣ କରିବା ପାଇଁ ତୃତୀୟ ପକ୍ଷଙ୍କ ବ୍ୟକ୍ତିଗତ ଅଧିକାରକୁ କ୍ଷତି ପହଞ୍ଚାଇ ଯିବ ନାହଁ । ତେଣୁ ପତ୍ନୀଙ୍କ ପ୍ରେମିକର କଲ ରେକର୍ଡ ତଥ୍ୟ ନେବାର ସ୍ୱାମୀର କୌଣସି ଅଧିକାର ନାହିଁ ବୋଲି ଏଭଳି ଗୁରୁତ୍ୱପୂଣ୍ଣ ରାୟ ଶୁଣାଇଛି କର୍ଣ୍ଣାଟକ ହାଇକୋର୍ଟ ।

odia sambada
Comments (0)
Add Comment