ମାଛିଙ୍କ ଯୋଗୁ ଭାଙ୍ଗୁଛି ସମ୍ପର୍କ । ଶଶୂର ଘର ଛାଡି ପଳାଉଛନ୍ତି ବୋହୂ । ଅବିବାହିତଙ୍କୁ ମିଳୁନି ବିବାହ ପ୍ରସ୍ତାବ।

କୌଣସି ଯୌତୁକ ପ୍ରଥା ପାଇଁ ନୁହେଁ । ବରଂ ମାଛିମାନଙ୍କ ଆତଙ୍କ ପାଇଁ ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲା ଅହିରୋରୀ ବ୍ଲକର ପ୍ରାୟ ୧୦ଟି ଗାଁରେ ବିବାହ କରିବାକୁ ରାଜି ହେଉନାହାନ୍ତି କନ୍ୟା । ଲୋକେ ମାଛିଙ୍କୁ ନେଇ ଅତିଷ୍ଠ ହୋଇ ପଡିଛନ୍ତି।

ତେଣୁ ବ୍ଲକ୍‌ର କୌଣସି ଗାଁରେ ଝିଅ ବାହା ଦେବାକୁ ଲୋକେ ଅରାଜି । ମାଛିଙ୍କ ଯୋଗୁ ଗାଁର ବୋହୂମାନେ ଘର ଛାଡି ପଳାଇ ଯାଉଛନ୍ତି । ଖାସ ମାଛି ସମସ୍ୟା ଯୋଗୁ ଏହି ସବୁ ଗାଁର ଯୁବକଙ୍କୁ ବିବାହ ପ୍ରସ୍ତାବ ବି ମିଳୁନି ।

ପରିସ୍ଥିତି ଏବେ ଏପରି ହୋଇଛି ଯେ ଲୋକେ ମାଛିଙ୍କ ସମସ୍ୟାରୁ ମୁକ୍ତି ଲାଗି ସଡକକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ଏଠାରେ ଏକ ପଲେଟ୍ରି ଫାର୍ମ ସ୍ଥାପନା ନିମନ୍ତେ କୁଇୟା ଗ୍ରାମସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା ।

ପ୍ରସ୍ତାବ ଅନୁସାରେ ସାଗୱାନରେ ପଲେଟ୍ରି ଫାର୍ମ ସ୍ଥାପନା ହୋଇଥିଲା, ଯେଉଁଠୁ ୨୦୧୭ ମସିହାରେ ଉତ୍ପାଦନ ଆରମ୍ଭ ହୋଇଥିଲା । ପଲେଟ୍ରି ଫାର୍ମ ଯେତିକି ପୁରୁଣା ହେଉଛି ଆଖପାଖ ଗ୍ରାମାଞ୍ଚଳ ଲାଗି ମାଛି ସମସ୍ୟା ଉତ୍କଟ ହେବାରେ ଲାଗିଛି।

ପଲେଟ୍ରି ଫାର୍ମରୁ ୩୦୦ ମିଟର ଦୂରରେ ରହିଛି ବଢଇନପୂରବା ଗାଁ । ଗ୍ରାମର ମୁଖିଆ ମାଛି ସମସ୍ୟାରେ ଗୁରୁତର ପ୍ରଭାବିତ ଗ୍ରାମରେ ଶ୍ରବଣ କୁମାର ବର୍ମାଙ୍କ ନେତୃତ୍ୱରେ ଗତ ୧୦ ଦିନ ଲୋକେ ତମ୍ବୁ ବାନ୍ଧି ବିରୋଧ ପ୍ରଦର୍ଶନ କରୁଛନ୍ତି ।

ଶ୍ରବଣ କୁମାରଙ୍କ ଅନୁସାରେ ମାଛିଙ୍କ ଉତ୍ପାତ ଯୋଗୁ ବୋହୂମାନେ ଏବେ ଗାଁ ଛାଡି ପଳାଇଛନ୍ତି । ଗ୍ରାମର ଯୁବକମାନଙ୍କ ଲାଗି ମାଛିଙ୍କ କାରଣରୁ ଅନ୍ୟ ଗାଁରୁ ବିବାହ ପ୍ରସ୍ତାବ ମିଳୁନାହିଁ ।ଚଳିତବର୍ଷ ବିବାହ ଋତୁ ଚାଲିଥିଲେ ବି ଗାଁରେ ଗୋଟିଏ ବି ବିବାହ ହେଉ ନାହିଁ । ମାଛିଙ୍କ ଯୋଗୁ ଗାଁରେ କେହି ଝିଅ ଦେବାକୁ କି ଗାଁରୁ ଝିଅ ନେବାକୁ ରାଜି ହେଉ ନଥିବା ସେ କହିଛନ୍ତି।

ପାଖାପାଖି ୫ହଜାର ଲୋକ ଏହି ମାଛି ଆତଙ୍କ ହେତୁ ଅସୁବିଧା‌ର ସମ୍ମୁଖୀନ ହେଉଛନ୍ତି । ଏଠାରେ ରହୁଥିବା ଲୋକମାନଙ୍କ ପାଇଁ ଖାଇବା, ପିଇବା, ଗାଧୋଇବାକୁ ନେଇ ବହୁ ଅସୁବିଧା ହେଉଛି ।

ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ଧାରଣା ପ୍ରଦର୍ଶନ କରିବା ସହିତ ବିଭିନ୍ନ ସ୍ଥାନରେ ଏନେଇ ଅଭିଯୋଗ କରିଥିଲେ । କିନ୍ତୁ କେହି ବି ଲୋକଙ୍କ ସମସ୍ୟାର ସମାଧାନ କରି ପାରିଲେ ନାହିଁ । ସ୍ଥାନୀୟ ପ୍ରଶାସନ ଏଥିପାଇଁ ପ୍ରଦୂଷଣ ବିଭାଗ ଦାୟୀ ବୋଲି କହି ଚୁପ ରହି ଯାଇଛି ।

odia sambada
Comments (0)
Add Comment