ବନ୍ଧୁଗଣ ଏବେ ଦୁନିଆ ଆଗ ଅପେକ୍ଷା ବହୁତ୍ ବଦଳିଗଲାଣି।ଆଗରୁ ବାପା ମା ଯେଉଁଠି କହୁଥିଲେ ପିଲା ମାନେ ସେଇଠି ବିବାହ କରୁଥିଲେ।ବାପା ମା ମାନେ ପିଲା ମାନଙ୍କ ପାଇଁ ଜୀବନ ସାଥି ଖୋଜୁଥିଲେ ।କିନ୍ତୁ ଏବେ ସବୁ ବଦଳିଗଲାଣି।ଏବେ ପିଲା ମାନେ ନିଜେ ନିଜର ଜୀବନ ସାଥି ଖୋଜୁଛନ୍ତି।
ପୁଅ ମାନେ ଝିଅ ମାନଙ୍କୁ ମିଠା ମିଠା କଥାରେ ଫସାଇ ବିବାହ କରୁଛନ୍ତି।ବିବାହର କିଛି ମାସ ହସ ଖୁସିରେ ରହିଲା ପରେ ଆଉ ସେ ହସ ଖୁସି ରହୁନାହିଁ।ଏଭଳି ଅନେକ ଘଟଣା ସବୁଦିନ ନ୍ୟୁଜ୍ କିମ୍ବା ଖବରକାଗଜ ରୁ ଜାଣିବାକୁ ମିଳିଥାଏ।କିନ୍ତୁ ଏପରି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି।
ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ପୁଅ ଜଣେ ଝିଅ କୁ ପ୍ରେମ କରି ବିବାହ କରି ଘର କୁ ଆଣିଥିଲେ।କିଛି ମାସ ଖୁସିରେ ରହିବା ପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯ୍ୟାତନା
ତେବେ ଏବେ ଶ୍ୱଶୁର ଘର ଲୋକ ଝିଅକୁ ଘରୁ ବାହାର କରିଦେଇଛନ୍ତି।ହଁ ଆଜ୍ଞା ପାଠକବନ୍ଧୁ ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଥାନା ଅନ୍ତର୍ଗତ ରାଣୀଗୋଡ଼ା ଗ୍ରାମ ରେ।
ଘଟଣା ଟି ଥିଲା କିଛି ଏପରି ବନ୍ତଳା ଥାନା ଅନ୍ତର୍ଗତ ପୋକଟୁଙ୍ଗା ଗାଁ ର ଜ୍ୟୋତ୍ସ୍ନା ସାହୁ ରାଣୀଗୋଡ଼ା ଗାଁ ର ମାନସ ବାରିକ ଙ୍କୁ ୮ମାସ ତଳେ ପ୍ରେମ କରି ବିବାହ କରିଥିଲେ।ଏପରିକି ନୋଟରି ପାଖରେ ଉଭୟ ସତ୍ୟପାଠ କରିଥିଲେ।୩ ମାସ ଖୁସିରେ ରହିଥିଲେ।
କିନ୍ତୁ ତା ପରେ ଶାଶୁ , ଶ୍ୱଶୁର , ଦେଢ଼ ଶାଶୁ ବାପଘରୁ ଯୌତୁକ ଆଣିବା ପାଇଁ ଅତ୍ୟାଚାର ଆରମ୍ଭ କରିଥିଲେ। ଜ୍ୟୋତ୍ସ୍ନାଙ୍କ କହିବା ଅନୁସାରେ ସେ ୮ ମାସ ତଳେ ମାନସ ବାରିକଙ୍କୁ ବିବାହ କରିଥିଲେ।ସେମାନେ ପ୍ରଥମେ ଭଡ଼ାରେ ରହୁଥିଲେ ପରେ ଶାଶୁ ଶ୍ଵଶୁର ତାଙ୍କୁ ଆପଣେଇ ଘରକୁ ଆଣିଥିଲେ।
ସବୁ ଠିକ୍ ଠାକ୍ ଥିଲା କିନ୍ତୁ ରହିବାର ୩ ମାସ ପରେ ଯୌତୁକ ପାଇଁ ଅତ୍ୟାଚାର କରିଥିଲେ। ଜ୍ୟୋତ୍ସ୍ନାଙ୍କୁ ଶାଶୁ ଘର ୩ ମାସ ଧରି ମାରଧର କରିଥିଲେ।ଏହାପରେ ଜ୍ୟୋତ୍ସ୍ନା ୪୯୮ ଧାରାରେ କେସ କରିଥିଲେ।ମାନସ ଏହା ପରେ ଜେଲ ଯାଇଥିଲେ।ଜେଲ୍ ରୁ ବେଲ୍ ରେ ଆସିବା ପରେ ଜ୍ୟୋତ୍ସ୍ନାଙ୍କୁ ଘରକୁ ଆଣି ରଖିଥିଲେ।
କିନ୍ତୁ ପୁଣି ତାଙ୍କ ଦେଢ଼ ଶାଶୁ ତାଙ୍କ ସ୍ବାମୀ ଙ୍କୁ କ’ଣ ଶିଖାଇ ତାଙ୍କ ବିରୋଧ ରେ ପୁଣି ତାଙ୍କୁ ଶୀତ ରେ ଘରୁ ବାହାର କରିଦେଇଛନ୍ତି।ସେ କହିଛନ୍ତି ସେ ତିନି ଦିନ ହେଲା ଘର ବାହାରେ ଅଛନ୍ତି।ମାନସ କୁଆଡେ ଫେରାର ହୋଇ ଯାଇଛନ୍ତି।ଜ୍ୟୋତ୍ସ୍ନା କହିଛନ୍ତି ତାଙ୍କ ଶାଶୁ,ଶ୍ୱଶୁର ଓ ଦେଢ଼ ଶାଶୁଙ୍କ କଥାରେ ତାଙ୍କ ସ୍ଵାମୀ ତାଙ୍କ ପାଖରେ ରହୁ ନାହାନ୍ତି।
ଜ୍ୟୋତ୍ସ୍ନାଙ୍କୁ ମାରପିଟ୍ କରି ଘରୁ ବାହାର କରିଦେଉଥିଲେ।ବର୍ତ୍ତମାନ ସେ ଘରେ ରହିବା ପାଇଁ ତିନି ଦିନ ହେଲା ବାରଣ୍ଡାରେ ଧାରଣାରେ ବସିଛନ୍ତି।ତେବେ ଦେଖିବାକୁ ବାକି ରହିଲା ଜ୍ୟୋତ୍ସ୍ନାଙ୍କୁ ତାଙ୍କ ଶାଶୁ ଘର ଲୋକ କେବେ ଅପଣାଉଛନ୍ତି।