ପୁଅ ର ଜୀବନ ବିପଦରେ ଥିବା ଭାବି ମୁହଁ ଖୋଲିଲେନି କି ଅର୍ଚ୍ଚନା?

ସମାଜ ମନୁଷ୍ୟକୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଏ ସମାଜ ଗର୍ବିତ ଓ କିଛି ଲୋକଙ୍କ ଖରାପ କାମ ପାଇଁ ଏ ସମାଜ କଳଙ୍କିତ।ଏହିପରି କିଛି ଖରାପ କାମ କରି ସମାଜ କୁ କଳଙ୍କିତ କରିଛନ୍ତି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ।

ତେବେ ଏହି ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେସ ରେ ଅର୍ଚ୍ଚନା ଏବେ ଇଡି ଆଗରେ ଜମା ରୁ ବି ମୁହଁ ଖୋଲୁନାହାନ୍ତି।ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡ ରେ ନେବା ପୂର୍ବ ରୁ ମିଡିଆ ଆଗରେ ଚିଲେଇ ଚିଲେଇ କହିଥିଲେ ମୋତେ ଖାଲି ୩୦ମିନିଟ୍ ଦିଅ,ସାରା ଓଡ଼ିଶା କୁ ଦୋହୋଲେଇ ଦେବି।

କିନ୍ତୁ ଏହା ପରେ କ’ଣ ହେଲା ଯେ ସେ ପୁରା ଚୁପ୍ ହୋଇଗଲେ।ଇଡି ର ପ୍ରଶ୍ନ ର କୌଣସି ଉତ୍ତର ଦେଲେନି ଅର୍ଚ୍ଚନା।ଆଜି ଯାଏ ମୁହଁ ବନ୍ଦ କରି ରଖିଛନ୍ତି ଅର୍ଚ୍ଚନା। ବନ୍ଧୁଗଣ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ କେସରେ ସବୁଦିନ କିଛି କିଛି କଥା ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଉଛି।

ତେବେ ଏଇ କିଛି ଦିନ ତଳେ ଇଡି ଅର୍ଚ୍ଚନା ଙ୍କୁ ରିମାଣ୍ଡ ରେ ନେବା ବେଳେ ସେ ଗଣମାଧ୍ୟମ କୁ ଚିଲେଇ ଚିଲେଇ କହିଥିଲେ ମୋତେ ଖାଲି ୩୦ମିନିଟ୍ ଦିଅ ମୁଁ ସବୁ ସତ କହିଦେବି ଯାହା ସାରା ଓଡ଼ିଶା ରେ ହଇଚଇ ସୃଷ୍ଟି କରିଥିଲା।

କିନ୍ତୁ ଏହାପରେ ସେ କିଛି ବି କହିନାହାନ୍ତି ଇଡିକୁ।ତେବେ ଶୁଣିବାକୁ ମିଳୁଛି ଅର୍ଚ୍ଚନା କୁଆଡେ ତାଙ୍କ ପୁଅ ପାଇଁ ଚୁପ୍ ରହିଛନ୍ତି।ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପୂର୍ବରୁ ଅର୍ଚ୍ଚନାଙ୍କ ବାପା ପୁଅକୁ ନେଇ ସେଠାରେ ପହଞ୍ଚିଥିଲେ। ପାଖରେ ପୁଅକୁ ଦେଖି ଅର୍ଚ୍ଚନା କାନ୍ଦି ପକାଇଥିଲେ

ତେବେ ବାହାରେ ଥିବା ପୁଅର ଜୀବନ ପ୍ରତି ବିପଦ ଥିବା ଭାବି ଅର୍ଚ୍ଚନା ଇଡିର କୌଣସି ପ୍ରଶ୍ନର ଉତ୍ତର ଦେଇଥିଲେ। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଜୀବନ ଥିଲେ ତାଙ୍କ ପୁଅ।ସେ ତାଙ୍କ ପୁଅ କୁ କୁଆଡେ ଦାମୀ ଦାମୀ ଖେଳନା ଓ ସାମଗ୍ରୀ ଆଣି ଦେଉଥିଲେ।ପୁଅ ଯାହା ଚାହୁଁଥିଲା ସେମାନେ ତାହା କରୁଥିଲେ।

ତେବେ ହଠାତ୍ ମାଁ ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିଥିଲା।ଅର୍ଚ୍ଚନା କୁଆଡେ ଜେଲରେ ସବୁଦିନ ପୁଅ କଥା ଭାବି କାନ୍ଦୁଥିଲେ।ତେବେ ଯେଉଁ ବଡ଼ ନଡ଼ିଆ ଙ୍କ ନାଁ ଧରିଥାନ୍ତେ, ସେମାନେ କୁଆଡେ ତାଙ୍କ ପୁଅର କିଛି କରିଦେବେ ଭାବି ଇଡିର କୌଣସି ପ୍ରଶ୍ନର ଉତ୍ତର ଦେଉନାହାନ୍ତି ଅର୍ଚ୍ଚନା।

ଇଡି ଯେତେ ଗୁଡେ଼ଇ ତୁଡ଼େଇ ପ୍ରଶ୍ନ କଲେ ମଧ୍ୟ ଅର୍ଚ୍ଚନା ପାଟିରୁ କୌଣସି କଥା ବାହାର କରୁନଥିଲେ।ତେବେ ଏହା ଦେଖିବାକୁ ବାକି ରହିଲା ଯେ ଏହି କେସରେ ଆଉ କ’ଣ କ’ଣ କଥା ବାହାରକୁ ଆସିବା ବାକି ରହିଛି।

odia sambada
Comments (0)
Add Comment