ପ୍ରେମ ପାଇଁ ମହାଭାରତ । ପ୍ରେମିକାକୁ ପାଇବା ପାଇଁ କୂଅକୁ ଡେଇଁ ପଡ଼ିଲା ପ୍ରେମିକ।

ତେବେ ବନ୍ଧୁଗଣ ଆମ ସମାଜରେ ଚାରି ପାଖରେ ପ୍ରେମର ବହୁତ ଉଦାହରଣ ଦେଖିବାକୁ ମିଳିଥାଏ । ପ୍ରେମ କରୁଥିବା ଲୋକ ହିଁ ସଠିକ୍ ଭାବରେ ଜାଣିଥାଏ ପ୍ରେମ ନିଶା କେମିତି । ସେଥିପାଇଁ ତ ପ୍ରେମ ଅନ୍ଧ ହୋଇଥାଏ ବୋଲି ଆପଣ ମାନେ ନିଶ୍ଚୟ ଶୁଣିଥିବେ ।

ପ୍ରେମ ପାଇଁ ଲୋକ ମାନେ ଯେଉଁ ସବୁ ଅଦ୍ଭୁତ ପ୍ରକାର କାଣ୍ଡ ସବୁ ଘଟାଇ ଥାଆନ୍ତି ତାହା ମଧ୍ୟ ଆପଣ ଆଖପାଖରେ ଦେଖୁଥିବେ । ଏହି ନିଶା ଏମିତି ଯେ ପ୍ରେମିକ ଓ ପ୍ରେମିକା ମାନେ ଏଥିରେ ପୁରା ଚୂର୍ ହୋଇ ରହିଥାନ୍ତି । ବର୍ତମାନ ସମୟରେ ସେଇଭଳି ଏକ କାଣ୍ଡ ଦେଖିବାକୁ ମିଳିଛି

ପ୍ରେମିକାଙ୍କୁ ପାଇବା ପାଇଁ ହେଲା ଜବରଦସ୍ତ ନାଟକ । ସିନେମା ଷ୍ଟାଇଲରେ ପରିବାର ଲୋକକୁ ବିବାହ ପାଇଁ ରାଜି କରାଇଲେ ପାଗଳ ପ୍ରେମୀ । ଆଉ ଶେଷରେ ସେ ନିଜ ପ୍ରେମକୁ ହିଁ ଜୀବନସାଥୀ ଭାବରେ ପାଇଛନ୍ତି । ତାଙ୍କ ଭଲ ପାଇବାକୁ ସାକାର କରିବା ପାଇଁ କୂଅକୁ ଡେଇଁ ପଡିଥିଲେ ଏହି ଯୁବକ ।

ଯାହା ପରେ ତାଙ୍କୁ ପ୍ରେମରେ ମିଳିଛି ସଫଳତା । ଏଭଳି ଏକ ରୋମାଞ୍ଚକ ଭରା ଘଟଣା ଦେଖିବାକୁ ମିଳିଛି ଗରଖା ଥାନା ଅଞ୍ଚଳର ମୋତିରାଜପୁର ଗ୍ରାମରେ । ସୂଚନା ଅନୁସାରେ, ଯୁବକ ଜଣକ ପ୍ରେମିକାଙ୍କୁ ଭେଟିବା ପାଇଁ ବିଳମ୍ବିତ ରାତିରେ ପହଞ୍ଚିବା ପରେ ଗ୍ରାମବାସୀ ତାଙ୍କୁ ମାଡ ମାରିଥିଲେ।

ଏହାପରେ ଯୁବକ ଜଣକ କୂଅ ଭିତରକୁ ଡେଇଁ ପଡିଥିଲେ । ଯୁବକଙ୍କର ଏହି ପଦକ୍ଷେପ ସେଠାରେ ଏକ ଉତ୍ତେଜନା ସୃଷ୍ଟି କରିଥିଲା । ତାପରେ ଯୁବକଙ୍କୁ ବଞ୍ଚାଇବା ପାଇଁ ଗ୍ରାମବାସୀଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା । କିନ୍ତୁ ସେ ଯିବାକୁ ପ୍ରସ୍ତୁତ ନଥିଲେ । ସେ ତାଙ୍କ ପ୍ରେମିକାଙ୍କୁ ବିବାହ କରିବାର ସର୍ତ୍ତ ରଖିଥିଲେ ।

ତେବେ ଗ୍ରାମବାସୀ ଏହାକୁ ଗ୍ରହଣ କରିବା ପରେ ତାଙ୍କୁ ବାହାରକୁ ନିଆ ଯାଇଥିଲା ଏବଂ ସେ ତାଙ୍କ ପ୍ରେମିକାଙ୍କୁ ବିବାହ କରିଥିଲେ । ତେବେ ଯୁବକଙ୍କର ପରିବାର ସଦସ୍ୟ ଏହି ବିବାହରେ ଭାଗ ନେଇ ନଥିଲେ ।

ତେବେ ଉକ୍ତ ଯୁବକ ଜଣକ ନାଗର ପୋଲିସ ଷ୍ଟେସନ ଅଞ୍ଚଳର ବିଚଲା ଟେଲପା ନିବାସୀ ମୁନ୍ନା ରାଜ ବୋଲି ଜଣାପଡିଛି । ମୁନ୍ନା ଏବଂ ମୋତିରାଜପୁରର ସୋନୀଙ୍କ ମଧ୍ୟରେ ୪ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିଥିଲା, କିନ୍ତୁ ମୁନ୍ନାଙ୍କ ପରିବାର ବିବାହ ପାଇଁ ପ୍ରସ୍ତୁତ ହେଉନଥିଲେ

ତେଣୁ ସେ ନିଜେ ତାଙ୍କ ପ୍ରେମିକାଙ୍କ ପାଖକୁ ଯାଇ ତାଙ୍କୁ ଭେଟିବାକୁ ଯାଇଥିଲେ । କିନ୍ତୁ ମୁନ୍ନା ସେଠାରେ ପହଞ୍ଚିବା ମାତ୍ରେ ଏମିତି ଏକ ହାଇ ଭୋଲଟେଜ୍ ଡ୍ରାମା ଆରମ୍ଭ ହୋଇଥିଲା ଜ୍ଝତେବେ ଶେଷରେ ଉଭୟ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

odia sambada
Comments (0)
Add Comment