ନିଶା ଦେଇ କରୁଥିଲେ ଅନୈତିକ କାର୍ଯ୍ୟ

ବର୍ତ୍ତମାନ ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନାଙ୍କ ନାଗଫାଶର ଗୁମର ଖୋଲିଛନ୍ତି । ବ୍ଲାକମେଲ୍ କ୍ୱିନର କଳା କାରବାରର ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ରାଜଧାନୀରେ କେମିତି ଚାଲୁଥିଲା ସେକ୍ସ ସ୍କାଣ୍ଡାଲ ? କିଭଳି ଫସୁଥିଲେ ବଡ ବଡିଆ ଆଉ କିଏ ହେଉଥିଲେ ମାଲାମାଲ ?

ଅର୍ଚ୍ଚନାଙ୍କ ଫୋକସରେ ଅଶ୍ଳୀଳ ଭିଡିଓ ଥିଲା । ଜୋର୍ ଜବରଦସ୍ତି ଏହି ଭିଡିଓ କରୁଥିଲେ । ମୃଦୁ ପାନୀୟରେ ନିଶା ଦେଇ ଅଶ୍ଳୀଳ ଭିଡିଓ କରୁଥିଲେ ବୋଲି ଅର୍ଚ୍ଚନାଙ୍କ ଘନିଷ୍ଠ ସହଯୋଗୀ ଶ୍ରଦ୍ଧାଞ୍ଜଳି କହିଛନ୍ତି ।

ଏସବୁ ନେଇ ଆପତ୍ତି କରିବାପରେ ଶ୍ରଦ୍ଧାଞ୍ଜଳିଙ୍କୁ ଏହି ଭିଡିଓ ଦେଖାଇ ଅର୍ଚ୍ଚନା ଧମକ ଦେଇଥିଲେ । 2022 ମସିହା ଜାନୁଆରି ମାସରେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ସମ୍ପର୍କ ରଖିବାକୁ କହି ଏହାର ଭିଡିଓ ଅର୍ଚ୍ଚନା ସୁଟ କରିଥିଲେ ।

ଏହି ଭିଡିଓ ଜରିଆରେ ଅର୍ଚ୍ଚନା ବ୍ଲାକମେଲିଙ୍ଗ ସହ ମିଛ କେସ ଲକ୍ଷ୍ମୀସାଗର ଥାନାରେ ଦାୟର କରିବାକୁ ଅର୍ଚ୍ଚନା କହିଥିବା ଶ୍ରଦ୍ଧାଞ୍ଜଳି ନିଜ ବୟାନରେ ପୋଲିସକୁ କହିଛନ୍ତି ।

ଖଣ୍ଡଗିରି ପୋଲିସ ଆଗରେ ଶ୍ରଦ୍ଧାଞ୍ଜଳିଙ୍କର 161 ଧାରାରେ ବୟାନ ରେକର୍ଡ କରାଯାଇଛି । ଯେଉଁଠି ଶ୍ରଦ୍ଧାଞ୍ଜଳି କହିଛନ୍ତି 2018 ରେ ସେ ଚାକିରି ପାଇଁ ଭୁବନେଶ୍ବର ଆସିଥିଲେ ।

ଜାଗମରାରେ ଭଡ଼ାରେ ରହୁଥିବା ବେଳେ ଅର୍ଚ୍ଚନା ଓ ଜଗବନ୍ଧୁ ସେହି କୋଠାରେ ରହୁଥିଲେ । ଚାକିରି ଓ ଅଧିକ ଟଙ୍କାର ଲୋଭ ଦେଖାଇ ଶ୍ରଦ୍ଧାଞ୍ଜଳିଙ୍କୁ ସେ ଫସାଇଥିଲେ । ବଡ ଲୋକଙ୍କୁ ଫସାଇ ସେକ୍ସ୍ ଭିଡିଓ କରି ବ୍ଲାକମେଲିଙ୍ଗ କରିବାକୁ କହିଥିଲେ ।

ଏହାପରେ ଆପତ୍ତିଜନକ ଭିଡିଓ ରେକର୍ଡ ହେଉଥିଲା ଏବଂ ସେସବୁ ଗୋଟି ଗୋଟି କରି ଶ୍ରଦ୍ଧାଞ୍ଜଳି ପୋଲିସ ଆଗରେ କହିଛନ୍ତି । ସେପଟେ ବ୍ଲାକମେଲର ନାଗ ଚାନ୍ଦ ଦମ୍ପତିଙ୍କୁ ଏକାଠି ମୁହାଁମୁହିଁ ଜେରା କରିବାକୁ ଇଡିର ଯୋଜନା ରହିଛି ।

ଉଭୟଙ୍କୁ ରିମାଣ୍ଡରେ ଆଣି ଏକତ୍ର ଜେରା କରିବାକୁ ଯୋଜନା କରାଯାଉଛି । ଆଜି ଅର୍ଚ୍ଚନାଙ୍କର ରିମାଣ୍ଡ ସରୁଥିବାରୁ କାଲି ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ ଇଡି ପୁଣିଥରେ ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡିଛି ।

odia sambada
Comments (0)
Add Comment