ଦ୍ଵିତୀୟ ଥର ପାଇଁ ଇଡି ରେ ହାଜର ହେଲେ କଣ୍ଟ୍ରାକ୍ଟର, କ୍ୟାସ ନୁହେଁ ଆକାଉଣ୍ଟ ରୁ ଆକାଉଣ୍ଟ କୁ ହୋଇଥଲା ଟ୍ରାଞ୍ଜାକ୍ସନ୍।

ମୃତ୍ୟୁ ର ଜାଲ ରେ ଅର୍ଚ୍ଚନା । ବାହାରିବା ର ବାଟ ନାହି । ଜେଲ୍ ରେ ବର୍ତ୍ତମାନ ଚିନ୍ତା ରେ ଅଛି ଅର୍ଚ୍ଚନା ।ଯିଏ ଦିନେ ଶୋଉ ଥିଲା ହାତୀ ଦାନ୍ତ ପଲଙ୍କର ସିଏ ଆଜି ଶୋଇବ ମାଟି ଚଟାଣରେ। ଯିଏ ଦିନେ ଶୋଇଲା ପରେ ଜଳୁ ଥିଲା ନାଲି ନେଳୀ ଆଲୁଅର ଝୁମର ସିଏ ଆଜି ଶୋଇବ ଅନ୍ଧାର ଘର।

ସେଥିପାଇଁ କୁଆଡେ଼ ତଦନ୍ତ କାରୀ ବାବୁ ମାନେ ଗଦି ଆଉ ତକିଆ କିଣି ଛନ୍ତି। ହଁ ଆଜ୍ଞା ଆମେ କହୁଛୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଥା।ସାରା ରାଜ୍ୟ ଉଠୁଛି ଆଉ ପଡୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ।

କଡ଼ା ସୁରକ୍ଷା ଭିତରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ଅଣାଯାଇଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ଆଉ ଯାହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।ଆଉ ବିଳାସପୂର୍ଣ୍ଣ ଜୀବନ ନୁହେଁ ବରଂ ସାଧାସିଧା କଏଦୀ ପରି ରାତି କଟାଇବେ ଅର୍ଚ୍ଚନା ନାଗ।

ସମୟ ବଦଳି ଯାଇଛି ଅର୍ଚ୍ଚନା ଙ୍କ ପାଇଁ ଆଉ ନାହିଁ ରାଜମହଲ ଆଉ ନାହିଁ ସେ ରତ୍ନ ପଲଙ୍କ ନା ଅଛି ଆଉ ତାଙ୍କ ଠିକଣା ଏବେ ଅର୍ଚ୍ଚନା କେତେବେଳେ ଜେଲ୍ ଭିତରେ ରାତି କଟାଉ ଛନ୍ତି ତ ଆଉ କେତେବେଳେ ଇଡି ଅଫିସ୍ ଭିତରେ।

ଧିରେ ଧିରେ ଅର୍ଚ୍ଚନା ଙ୍କ ଅବସ୍ଥା ଗୁରୁତର ହେବାକୁ ଯାଉଛି । ବିପଦ ମୁଁହ ରୁ ବାହାରି ପାରୁ ନାହାନ୍ତି ଅର୍ଚ୍ଚନା । କଳା ସାମ୍ରାଜ୍ୟ କେତେ ବେଳେ ଭୁଶୁଡ଼ି ପଡ଼ିବ ତାହା କହି ହେବ ନାହିଁ । ଅର୍ଚ୍ଚନା ଙ୍କ କୋଟି କୋଟି ଟଙ୍କାର ଘର ପାଇଁ ଯେଉଁ କଣ୍ଟ୍ରାକ୍ଟର ଥିଲେ ପବିତ୍ର ଙ୍କୁ ଆଜି ୧୪ ଘଣ୍ଟା ଜେରା କରା ଯାଇଛି ।

ଜେରା ପରେ ସେ ବାହାରକୁ ବାହାରିବା ପରେ ତାଙ୍କୁ ପଚାରିବାରୁ ସେ କହିଥିଲେ ଯେ ବର୍ତ୍ତମାନ ଡକୁମେଣ୍ଟ ଭେରିଫିକେସନ୍ ଚାଲିଛି । ଏହି ବାବଦ ରେ କିଛି କହି ପାରିବି ନାହିଁ । ମୁଁ କାମ କରୁଥିଲି ମୁଁ ଜାଣି ନାହି କିଏ କଣ । ଏହି ପରି ମିଡିଆ ସାମ୍ନା ରୁ ପଳାଇ ଥିଲେ ।

odia sambada
Comments (0)
Add Comment