ଅର୍ଚ୍ଚନାଙ୍କ ହନିଟ୍ରାପ ମାମଲାରେ କିଏ ସେହି ‘ସୋ କଲଡ୍ ଭିକଟିମ୍’ ତାକୁ ନେଇ ମୁହଁ ଖୋଲିଲେ ଅର୍ଚ୍ଚନା ଜାଣନ୍ତୁ ।

ତେବେ ବନ୍ଧୁଗଣ କୋର୍ଟରେ ହାଜର ପରେ ଅର୍ଚ୍ଚନା ନାଗଙ୍କ ବଡ ବୟାନ । ଗଣମାଧ୍ୟମ ସାମ୍ନାରେ ଅର୍ଚ୍ଚନା ନାଗଙ୍କ ପ୍ରତିକ୍ରିୟା । ତଦନ୍ତ ହେଲେ ବାହାରିବ ସତ । ଶୋ କଲଡ୍ ଭିକଟିମ୍ କେଉଁଠି ଲୁଛିଛନ୍ତି ବୋଲି ଗଣ ମାଧ୍ୟମକୁ ପ୍ରଶ୍ନ କଲେ ଅର୍ଚ୍ଚନା ନାଗ ।

ଆଖି ପାଟି ବନ୍ଦକରି ତାଙ୍କୁ କୋର୍ଟକୁ ଅଣାଯାଇଛି ବୋଲି ରାଗିକି କହିଲେ ଅର୍ଚ୍ଚନା । ହଁ ଆଜ୍ଞା କୋର୍ଟକୁ ଅର୍ଚ୍ଚନାଙ୍କୁ ଆଣିବା ପରେ ଗଣମାଧ୍ୟମ ସାମ୍ନାରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବ୍ଲାକ୍ ମେଲିଂ କୁଇନ ଅର୍ଚ୍ଚନା ନାଗ । ତେବେ କିଛି ସମୟ ପୂର୍ବରୁ ସିଧାସଳଖ ଭାବରେ ଝାଡପଡ଼ା ଜେଲରୁ ଆସି ଏଡିଜିଏମ କୋର୍ଟରେ ପହଁଚିଥିଲେ ଅର୍ଚ୍ଚନା ନାଗ ।

କାରଣ ପାଞ୍ଚ ତାରିଖ ଦିନ ହିଁ ଧାର୍ଯ୍ୟ କରା ଯାଇଥିଲା ଯେ ସେ ସିଧା ସଳଖ ଯାଇ ପହିଁଚିବେ କୋର୍ଟରେ । ଆଉ ଇଡି ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ଯେହେତୁ ସମୟ ମିଳି ନଥିଲା ଅର୍ଚ୍ଚନା ନାଗ ପୁଣିଥରେ କୋର୍ଟରୁ ସିଧା ସଳଖ ବାହାରିଥିଲେ ଝାଡପଡ଼ା ଜେଲକୁ ଯାଇଛନ୍ତି । ଆଉ ତା ଭିତରେ ସେ ଗଣମାଧ୍ୟମ ସାମ୍ନାରେ କିଛି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ଶ୍ରଦ୍ଧାଞ୍ଜଳିକୁ ଜାଣିଛନ୍ତି କିନ୍ତୁ ଖାଲି ଶ୍ରଦ୍ଧାଞ୍ଜଳିଙ୍କୁ ଦୋଷ ଦେଲେ ହେବ ନାହିଁ ।

ଏହି ରାକେଟରେ ଆଉ ଯେଉଁମାନେ ସଂପୃକ୍ତି ରହିଛନ୍ତି ସେମାନଙ୍କୁ କାହିଁକି ଧରା ଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ବ୍ଲାକ୍ ମେଲିଂ କୁଇନ ଅର୍ଚ୍ଚନା ନାଗ । ଅର୍ଚ୍ଚନା କହିଛନ୍ତ କି ତଦନ୍ତ କରା ଗଲେ ପ୍ରକୃତ ସତ ଜଣା ପଡ଼ିବ । ଅର୍ଚ୍ଚନା କହିଛନ୍ତି କି ମୋ ଆଖି ପାଟି ବନ୍ଧାଯାଇ ମୋତେ ନିଆ ଯାଇଥିଲା କୋର୍ଟ ଭିତରକୁ ।

ତାଙ୍କୁ କୋର୍ଟ ନିଆ ଯାଉଛି ବୋଲି ତାଙ୍କୁ ଜଣା ମଧ୍ୟ ଯାଇ ନଥିଲା । ଏକଥା ମଧ୍ୟ ସେ କହିଛନ୍ତି ଯେ ଶୋ କଲଡ ଭିକ୍ଟମ ମାନେ କାହିଁକି ସାମ୍ନାକୁ ଆସୁନାହାଁନ୍ତି ଯଦି ମୁଁ ତାଙ୍କ ପ୍ରତି ଅନ୍ୟାୟ କରିଛି । ସେହିଭଳି ତାଙ୍କ ପରିବାରକୁ ନଜର ବନ୍ଦୀ କରାଯାଇଥିବା ବେଳ ୬ ଦିନ କଣ ହୋଇଛି କିଛି ଜାଣି ପାରିନଥିବା କହିଛନ୍ତି ଅର୍ଚ୍ଚନା ।

ଆପଣମାନେ ଏମିତି କାହିଁକି କରୁଛନ୍ତି ବୋଲି ଗଣ ମାଧ୍ୟମକୁ ମଧ୍ୟ ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା ନାଗ । ପୂର୍ବପରି ଏଥର ମଧ୍ୟ ଗଣମାଧ୍ୟମକୁ ଟାର୍ଗେଟ କରିଛନ୍ତି ଅର୍ଚ୍ଚନା ।ଏମିତି ଅନେକ ବିଷ ଓଗାଳିଛନ୍ତି ବ୍ଲାକ୍ ମେଲିଂ କୁଇନ ଅର୍ଚ୍ଚନା ।

ତେବେ ଅର୍ଚ୍ଚନା ଏପରି କାହିଁକି କହିଛନ୍ତି ନିଜ ଦୋଷ ଘୋଡାଇବାକୁ ଏପରି କହିଛନ୍ତି ନା ଏଥିରେ ସଂପୃକ୍ତି ରହିଥିବା ଅନ୍ୟ ଗୁମର ଖୋଲିବାକୁ ଚାହୁଁଛନ୍ତି ଅର୍ଚ୍ଚନା ତାକୁ ନେଇ ପ୍ରଶ୍ନ ଉଠୁଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

odia sambada
Comments (0)
Add Comment