ପ୍ରତିଟି ଲୋକ ମନ୍ଦିର ଯାନ୍ତି ଠାକୁର ଙ୍କ ପାଖରୁ ଆଶୀର୍ବାଦ ନେବାପାଇଁ , ଯେମିତିକି ସେ ଭଲରେ ରହିବ। ସୁଖ ସମୃଦ୍ଧି ରେ ତାର କିଛି ଅଭାବ ରହିବ ନାହିଁ ଏହି ଭଳି କିଛି ଶୁଭ ମାନସୀ ଲୋକ ମାନେ ମନ୍ଦିର ଯାଇଥାନ୍ତି ଠାକୁରଙ୍କ ଆଶୀର୍ବାଦ ନେବା ପାଇଁ। କିନ୍ତୁ ବନ୍ଧୁଗଣ ଏକ ଦୁର୍ଲଭ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରେ।
ଜଣେ ଯୁବକ ଠାକୁରଙ୍କ ଆଶୀର୍ବାଦ ନେବାକୁ ଯାଇ ସବୁଦିନ ପାଇଁ ଆଖି ବୁଜିଛନ୍ତି। ମଧ୍ୟ ପ୍ରଦେଶରୁ ଏହି ଖବର ଆଜି ରାଜ୍ୟକୁ ହଲଚଲ କରିଦେଇଛି। ଯୁବକ ଜଣକ ସନ୍ଥ ନଗରର ବାସିନ୍ଦା ବୋଲି ଜଣାପଡିଛି। ଗୁରୁବାର ସନ୍ଧ୍ୟାରେ ସାଇ ମନ୍ଦିର ବାବାଙ୍କୁ ଦର୍ଶନ କରିବାକୁ ଯାଇଥିଲେ ଯୁବକ ଜଣକ ତା ପରେ ଯାହା ହେଲା ଆପଣ ବୁ ଶୁଣିଲେ ବିଶ୍ୱାସ କରିପାରିବେନି
ମଧ୍ୟପ୍ରଦେଶର କଟନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାଇ ବାବାଙ୍କୁ ଦର୍ଶନ କରିବାକୁ ଯାଇଥିବା ବେଳେ ଜଣେ ଯୁବକ ମନ୍ଦିରରେ ହିଁ ମୃତ୍ୟୁ ବରଣ କରିଛନ୍ତି। ଯେତେବେଳେ ସେ ମନ୍ଦିରରେ ସାଇ ବାବାଙ୍କ ପ୍ରତିମୂର୍ତ୍ତି ଆଗରେ ମୁଣ୍ଡ ନୁଆଁଇବାକୁ ଲାଗିଥିଲେ, ସେତେବେଳେ ସେ ଆଉ ଉଠି ପାରିଲେ ନାହିଁ।
ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେହି ଅବସ୍ଥାରେ ବସିଥିଲେ। ଯେତେବେଳେ ଲୋକମାନେ ଯାଇ ଦେଖିଲେ, ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି।ଏହି ପୂରା ଘଟଣା ମନ୍ଦିରରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓଟି ଶନିବାର ଦିନ ସାମ୍ନାକୁ ଆସିଛି। ମୃତକଙ୍କ ନାମ ରାକେଶ ମେହାନି ବୟସ ୪୨ ବୋଲି ଜଣାପଡ଼ିଛି । ସେ ସନ୍ଥ ନଗରର ବାସିନ୍ଦା ବୋଲି ଜଣାପଡିଛି।
ଗୁରୁବାର ସନ୍ଧ୍ୟାରେ ସାଇ ମନ୍ଦିର ବାବାଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ସାଇ ବାବାଙ୍କ ଏହି ମନ୍ଦିର କୁଥାଲା ପୋଲିସ ଷ୍ଟେସନ ଅଞ୍ଚଳର ପହରୁଆ କୃଷି ମଣ୍ଡି ଅଞ୍ଚଳରେ ରହିଅଛି।ରାକେଶ ମେହାନି ମନ୍ଦିରର ଗର୍ଭଗୃହରେ ସାଇ ବାବାଙ୍କ ପ୍ରତିମୂର୍ତ୍ତିକୁ ସେ ପରିକ୍ରମା କରିଥିଲେ
ମନ୍ଦିର ବେଢା ପରିକ୍ରମା କରିବା ପରେ ସେ ମୁଣ୍ଡ ନୁଆଁଇ ସାଇ ବାବାଙ୍କ ସାମ୍ନାରେ ବସିଥିଲେ । ସେ ଦୀର୍ଘ ସମୟ ଧରି ଏହି ଏମିତି ବସିରହିଥିଲେ। କୌଣସି ଗତିବିଧି ନ ଦେଖିବାରୁ ମନ୍ଦିର ପରିଚାଳନାର ସଦସ୍ୟମାନେ ତାଙ୍କ ନିକଟକୁ ଆସିଥିଲେ। ସେମାନେ ଯୁବକଙ୍କୁ ହାତପକାଇ ହଲାଇଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା।
ଏହା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନା ଶୀଘ୍ର ଭର୍ତ୍ତି କରାଯାଇଥିଲା। ତା ପରେ ସେଠାରେ ଡକ୍ଟର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ।ପରିବାର ଲୋକେ ରାକେଶଙ୍କ ପୋଷ୍ଟମର୍ଟମ କରିନଥିଲେ। ଏହି କାରଣରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିପାରିନାହିଁ। ଡାକ୍ତରମାନେ କହିଛନ୍ତି ଯେ ମୃତ୍ୟୁର ସମ୍ଭାବ୍ୟ କାରଣ ହୃଦଘାତ ଭଳି ମନେ ହେଉଛି।
ମନ୍ଦିର ପୁରୋହିତ ପ୍ରଦୀପ କୁମାର ତ୍ରିପାଠୀ କହିଛନ୍ତି ଯେ ରାକେଶ ମେହାନି ଗୁରୁବାର ଦିନ ମନ୍ଦିରକୁ ଆସିଥିଲେ, ସେ ପ୍ରତି ଗୁରୁବାର ସାଇ ମନ୍ଦିର ବାବାଙ୍କ ପୂଜା ପାଇଁ ଆସୁଥିଲେ। ଆସିବା ପରେ ସେ ମନ୍ଦିରରେ ପରିକ୍ରମା କରି ବାବାଙ୍କ ନିକଟରେ ମଥା ଟେକି ଆଶୀର୍ବାଦ ନେଇଥିଲେ। ହେଲେ ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ସୁଦ୍ଧା ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡ଼ିନାହିଁ।