ସେ ଝିଅ ମୋତେ ବାହା ହେବାକୁ ମନା କରିଦେଲା ବୋଲି ମୋ ମୁଣ୍ଡ ଗରମ ହୋଇଗଲା ଆଉ ମା ଝିଅକୁ ଦେଲି ଭଲକି ଗୋଟେ…..

“ମୁଁ ଜେଲ୍ ରେ ରହି ତୋତେ ଭାବୁଥିଲି ହେଲେ ତୁ ଆଉ କାହାକୁ ନେଇ ସ୍ବପ୍ନ ଦେଖୁଛୁ । ତୋ ପାଇଁ ମୁଁ ଜେଲ୍ ଗଲି ଆଉ ତୁ ଏଠି ଆଉ କାହାକୁ ବାହା ହବୁ । ତୋତେ ଭଲ ପାଇଛି ମାନେ ମୁଁ ତତେ ହିଁ ବାହା ହେବି । ତୁ ମୋର ନ ହେଲେ ମୁଁ ତତେ ଆଉ କାହାର କରେଇ ଦେବିନି । ବାହା ହେବାକୁ ମନା କଲେ ତତେ ମାରିବି ତୋ ମାଆକୁ ବି ମାରିବି । ଜୀବନରୁ ତୋତେ ଅଧିକ ଭଲ ପାଇଥିଲି ଆଉ ସମସ୍ତଙ୍କ ଠାରୁ ତୋତେ ମୁଁ ଅତି ନିଜର ବୋଲି ଭାବୁଥିଲି । ତୁ ବି ମୋତେ ତୋର ସବୁକିଛି ବୋଲି କହୁଥିଲୁ । ଏକାଠି ଚାଲୁଥିଲେ ଏକାଠି ବୁଲୁଥିଲେ ଆଉ ଏକାଠି ବି ବଞ୍ଚିବା ମରିବା ବୋଲି ନିଷ୍ପତି ନେଇଥିଲେ ।

ସବୁଥିରେ ତୁ ରାଜିଥିଲୁ ଆଉ ମୁଁ ତୋତେ ନେଇ କେତେ ସ୍ବପ୍ନ ଦେଖିଥିଲି । ହେଲେ ତୁ ଶେଷକୁ ମୋ ସହ କଣ କଲୁ । କିଛି ଦୋଷ ନଥାଇ ମଧ୍ୟ ତୁ ମୋତେ ଦୋଷୀ କରିଦେଲୁ ଆଉ ମନ ଶାନ୍ତି ହେଲାନି ବୋଲି ମୋଟ ଜେଲ୍ ପଠେଇଦେଲୁ । ଆଉ ମୁଁ ଏସବୁ କେମିତି ସହିଥାନ୍ତି । ଏକଥା ଶୁଣିକି ମୋ ରକ୍ତ ପୁରା ଗରମ ହୋଇଗଲା ବେଲରୁ ଭାବିକି ତୋ କଥା ବୁଝିବି” ।

ଆଜ୍ଞା ହଁ ଦର୍ଷକବନ୍ଧୁ ବାହା ହେବାକୁ ରାଜି ନ ହେବାରୁ ଯୁବତୀ ଏବଂ ତାଙ୍କ ମାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଏହି ପ୍ରେମୀ ଯୁବକ । ଏହାସହ ଯୁବତୀଙ୍କ ମାଆଙ୍କୁ ମଧ୍ୟ ଆକ୍ରମଣ କରିଛି ଅଭିଯୁକ୍ତ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳିଆ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଟାଉନଥାନା ପୁରୁଣା ଘଡ଼ୁଆଳ ଗାଁରେ । ତେବେ ମିିଳିଥିବା ସୂଚନା ଅନୁସାରେ ଘଡ଼ୁଆଳ ଗାଁର ଗୋବର୍ଦ୍ଧନ ବଳିଆରଙ୍କ ଝିଅ ସେହି ଗାଁର ଦିପୁ ପାଳ ନାମକ ଯୁବକ କିଛି ବର୍ଷ ହେଲା ଭଲ ପାଇ ଆସୁଥିଲେ । ୨ ବର୍ଷ ତଳେ ସସ୍ମିତାଙ୍କୁ ଅପହରଣ କରିବା ଅଭିଯୋଗରେ ଦିପୁ ପୋଲିସ ଦ୍ୱାରା ଗିରଫ ହୋଇଥିଲା ।

ହେଲେ ଜେଲରୁ ଜାମିନରେ ଆସିବା ପରେ ସସ୍ମିତାଙ୍କୁ ବାହା ହେବାକୁ ଜିଦ୍ ଧରିଥିଲା ଅଭିଯୁକ୍ତ ଦୀପୁ । ଏହାସହ କୋର୍ଟରୁ ଅପହରଣ ମାମଲା ଉଠାଇ ଦେବା ପାଇଁ ସସ୍ମିତାଙ୍କ ପରିବାରକୁ କହିଥିଲା । ହେଲେ ସେମାନେ ଏଥିରେ ରାଜି ହୋଇ ନଥିଲେ । ଗତକାଲି ସଂଧ୍ୟାରେ ମା’ଝିଅ ବାହାରକୁ ଆସିଥିବା ବେଳେ ଅଭିଯୁକ୍ତ ଉଭୟଙ୍କୁ ଲୁହା ରଡ଼ରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲା । ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି ।

odia sambada
Comments (0)
Add Comment