ଯୁବଗୋଷ୍ଠୀଙ୍କ ପାଇଁ ବଡ ଖବର, କେନ୍ଦ୍ର ସରକାର ପ୍ରତିମାସରେ ଦେବେ 3400 ଟଙ୍କା, ଜାଣନ୍ତୁ କଣ ରହିଛି ପ୍ରକୃତ କଥା

କେନ୍ଦ୍ର ସରକାରଙ୍କ ତରଫରୁ ଗରିବ, ଚାଷୀ ଏବଂ ମହିଳାଙ୍କ ଠାରୁ ନେଇ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ଅନେକ ସରକାରୀ ସ୍କିମ୍ କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ମାଗଣା ରାସନ୍ ସମେତ ଅନେକ ସୁବିଧା ଉପଲବ୍ଧ ହେଉଛି

ନିକଟରେ ଏକ ପୋଷ୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଦାବି କରାଯାଉଛି ଯେ କେନ୍ଦ୍ର ସରକାର ଯୁବଗୋଷ୍ଠୀଙ୍କୁ ପ୍ରତିମାସରେ 3400 ଟଙ୍କା ଦେବେ । ଏହି ମାମଲାକୁ ନେଇ ସତ୍ୟତା କେତେ ରହିଛି ଆସନ୍ତୁ ଜାଣିବା ।

ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଭାଇରାଲ ହେଉଛି । ଯାହାକୁ ବହୁତ୍ ମାତ୍ରାରେ ସେୟାର ମଧ୍ୟ କରାଯାଉଛି । ଆଉ ଏହି ଭାଇରାଲ ପୋଷ୍ଟରେ ଦାବି କରାଯାଉଛି ଯେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜ୍ଞାନବିର ଯୋଜନା ଅନୁଯାୟୀ ଯୁବଗୋଷ୍ଠୀଙ୍କୁ ପ୍ରତିମାସରେ 3400 ଟଙ୍କା ଦେବେ । ଏହି ପୋଷ୍ଟକୁ ଦେଖିବାପରେ PIB ଏହାର ଫ୍ୟାକ୍ଟ ଚେକ୍ କରିଛି । ଫ୍ୟାକ୍ଟ ଚେକରେ ଏହାର ସତ୍ୟତା ବିଷୟରେ କୁହାଯାଇଛି ।

PIB ନିଜର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲରେ ଏହାକୁ ନେଇ ସୂଚନା ଦେଇଛି । PIB ତାର ପୋଷ୍ଟରେ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ଜ୍ଞାନବିର ଯୋଜନା ଅନୁଯାୟୀ ପଞ୍ଜିକରଣ କରିବା ଦ୍ଵାରା ସବୁ ଯୁବଗୋଷ୍ଠୀଙ୍କୁ ପ୍ରତିମାସରେ 3400 ଟଙ୍କା ବା 3 ହଜାର 4 ଶହ ଟଙ୍କା ଦିଆଯିବ । PIB ଜଣାଇଛି ଯେ ଏହି ଦାବି ଫର୍ଯି କିମ୍ବା ନକଲି ଅଟେ ।

ଏହିଭଳି କୌଣସି ୱେବସାଇଟ କିମ୍ବା ଲିଙ୍କରେ ନିଜର ବ୍ୟକ୍ତିଗତ ଡାଟା ଦିଅନ୍ତୁ ନାହିଁ । ଏହାସହିତ ଏଭଳି କୌଣସି ପୋଷ୍ଟକୁ ସେୟାର କରିବା ପୂର୍ବରୁ ଏହାର ଫ୍ୟାକ୍ଟ ଚେକ୍ ନିଶ୍ଚୟ କରିବା ଉଚିତ୍ ।

ତେବେ ଆସନ୍ତୁ ଜାଣିବା ଆପଣ କିପରି ଫ୍ୟାକ୍ଟ ଚେକ୍ କରିପାରିବେ । ଆପଣ ଜାଣିବା ଉଚିତ୍ ଯେ ସୋସିଆଲ ମିଡ଼ିଆ ଯୁଗରେ ଭୁଲ ଖବର ଭାଇରାଲ ହେବାରେ ଲାଗିଛି । ଯଦି ଆପଣଙ୍କୁ ସୋସିଆଲ ମିଡ଼ିଆ ଆକାଉଣ୍ଟ କିମ୍ବା ହ୍ଵାଟସଆପରେ ଆସିଥିବା କୌଣସି ଖବରକୁ ନେଇ ସନ୍ଦେହ ହେଉଛି, ତେବେ ଆପଣ PIB ଜରିଆରେ ଫ୍ୟାକ୍ଟ ଚେକ୍ କରିପାରିବେ ।

ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ PIB ଜରିଆରେ ଫ୍ୟାକ୍ଟ ଚେକ୍ କରିବାକୁ ପଡ଼ିବ । ଏହାବ୍ୟତୀତ ଆପଣ ହ୍ଵାଟସଆପ ନମ୍ୱର୍ 8799711259 କିମ୍ବା PIB କୁ ଇମେଲ କରି ସୂଚନା ପଠାଇ ପାରିବେ ।

odia sambada
Comments (0)
Add Comment