କଣ ଆପଣଙ୍କ ପାଖରେ ମଧ୍ୟ ଏପରି ସମ୍ପତ୍ତି ଅଛି ? ମୋଦୀ ସରକାର ନେବାକୁ ଯାଉଛନ୍ତି ଏହି ପଦକ୍ଷେପ

କଣ ଆପଣ ଶତ୍ରୁ ସମ୍ପତ୍ତି ବିଷୟରେ ଜାଣିଛନ୍ତି କି ? କଣ ଆପଣଙ୍କ ଘର କିମ୍ବା ପଡୋଶୀରେ ମଧ୍ୟ ଶତ୍ରୁ ସମ୍ପତ୍ତି ରହିଛି ? କଣ ଆପଣ ଶତ୍ରୁ ସମ୍ପତ୍ତିକୁ ବ୍ୟବହାର କରିପାରୁ ନାହାଁନ୍ତି ? କଣ ଆପଣଙ୍କ କୌଣସି ପଡୋଶୀ ଶତ୍ରୁ ସମ୍ପତ୍ତି ଉପରେ କବଜା କରି ରଖିଛନ୍ତି ? ଯଦି ଏସବୁ ପ୍ରଶ୍ନ ମଧ୍ୟରୁ ଗୋଟିଏ ବି ପ୍ରଶ୍ନର ଉତ୍ତର ହଁ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ ସବୁଠାରୁ ଅଧିକ ଜରୁରୀ ଅଟେ ।

ସାରାଦେଶରେ ଶତ୍ରୁ ସମ୍ପତ୍ତି ଉପରେ ମୋଦୀ ସରକାର ବର୍ତ୍ତମାନ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଯଦି କାହା ପାଖରେ ଶତ୍ରୁ ସମ୍ପତ୍ତି ଅଛି କିମ୍ବା କେହି ତା ଉପରେ କବଜା କରି ରଖିଛି, ତେବେ ଏହି ଖବର ସେମାନଙ୍କ ପାଇଁ ହିଁ ଅଟେ । ଆସନ୍ତୁ ଜାଣିବା ପ୍ରକୃତରେ ଶତ୍ରୁ ସମ୍ପତ୍ତି ଅଟେ ?

ବାସ୍ତବରେ ଦେଶ ଭାଗ ହେବା ସମୟରେ ଏବଂ ତାପରେ 1962 ମସିହା, 1965 ମସିହା ଏବଂ 1971ମସିହାର ଯୁଦ୍ଧ ସମୟରେ ଏବଂ ତାପରେ ଯେଉଁ ଲୋକମାନେ ଦେଶ ଛାଡି ଚୀନ କିମ୍ବା ପାକିସ୍ତାନ ଚାଲିଗଲେ, ସେମାନଙ୍କ ସମ୍ପତ୍ତି ସବୁ ଘର, ଦୋକାନ କିମ୍ବା ଜମି ଭାରତରେ ହିଁ ରହିଗଲା, ତାକୁ ଶତ୍ରୁ ସମ୍ପତ୍ତି ବୋଲି କୁହାଯାଏ ।

ଦେଶର ପ୍ରାୟତଃ ସବୁ ରାଜ୍ୟରେ ଏପରି ହଜାର ଶତ୍ରୁ ସମ୍ପତ୍ତି ଚିହ୍ନଟ କରାଯାଇଛି । 1962 ମସିହାର ରକ୍ଷା ଅଧିନିୟମ ଅନୁଯାୟୀ, ସରକାରଙ୍କର ଏପରି ସମସ୍ତ ଶତ୍ରୁ ସମ୍ପତ୍ତିକୁ ଜବତ କରିବାର ଅଧିକାର ରହିଛି । ଏହାସହିତ ସରକାର ଏହି ସମ୍ପତ୍ତିର ଦେଖାଶୁଣା ପାଇଁ ଜଗୁଆଳି ମଧ୍ୟ ନିଯୁକ୍ତ କରିପାରିବେ ।

ତେବେ ଦେଶର 21 ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ 12 ହଜାର 615 ଶତ୍ରୁ ସମ୍ପତ୍ତି ରହିଛି । କିନ୍ତୁ ସବୁଠାରୁ ଅଧିକ ଶତ୍ରୁ ସମ୍ପତ୍ତି ୟୁପି ଅର୍ଥାତ୍ ଉତ୍ତରପ୍ରଦେଶରେ ରହିଛି । ୟୁପିରେ ମୋଟ 6255 ଶତ୍ରୁ ସମ୍ପତ୍ତି ରହିଛି । ତେବେ ଏଥିମଧ୍ୟରୁ 3797 ଶତ୍ରୁ ସମ୍ପତ୍ତି ଚିହ୍ନଟ କରାଯାଇଛି । ତେବେ ଦିଲ୍ଲୀରେ ମଧ୍ୟ ଏପରି ଅନେକ ଶତ୍ରୁ ସମ୍ପତ୍ତି ରହିଛି ।

ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ରହିଛି ଯେ ଦେଶରେ ଯେତେ ବି ଶତ୍ରୁ ସମ୍ପତ୍ତି ଅଛି, ବର୍ତ୍ତମାନ ସରକାର ଏସବୁର କଣ୍ କରିବେ ? ତେବେ ଆପଣଙ୍କୁ କହିରଖୁଛୁ ଯେ ମୋଦୀ ସରକାର ସର୍ବପ୍ରଥମେ ସମସ୍ତ ଶତ୍ରୁ ସମ୍ପତ୍ତିକୁ ଚିହ୍ନଟ କରି ତାକୁ କବଜା ମୁକ୍ତ କରାଇବେ ।

ଯଦି କୌଣସି ଜମି ଉପରେ ଅବୈଧ ନିର୍ମାଣ ହୋଇସାରିଛି, ତେବେ ତାକୁ ମଧ୍ୟ ସରକାର କବଜା ମୁକ୍ତ କରାଇବେ । ଏହାପରେ ଭୂମି ଏବଂ ଘରର ବର୍ତ୍ତମାନର ଖର୍ଚ୍ଚ ଅନୁଯାୟୀ ତାର ନିଲାମ କରାଯିବ । ଅବୈଧ ଭାବରେ ଯଦି କୌଣସି ଶତ୍ରୁ ସମ୍ପତ୍ତି ଉପରେ କବଜା କରିଛି, ତେବେ ବର୍ତ୍ତମାନ ତାକୁ ମଧ୍ୟ ହଟାଇ ଦିଆଯିବ ।

odia sambada
Comments (0)
Add Comment