ଶନି ନେଲା ଲକ୍ଷ ଲକ୍ଷ ଜୀବନ, ବର୍ତ୍ତମାନ 2023 ରୁ 2030 ପର୍ଯ୍ୟନ୍ତ ଶନିର ଗୋଚର କରିବ ଧ୍ବଂସ

ଜ୍ୟୋତିଷ ଅନୁଯାୟୀ, ଦୁନିଆରେ ଯାହା ବି ପରିବର୍ତ୍ତନ ହୁଏ କିମ୍ବା ହେଉଛି ସେଥିରେ ଶନି, ମଙ୍ଗଳ, ରାହୁ ଏବଂ କେତୁ ସହ ଗ୍ରହଣର ସବୁଠାରୁ ବଡ ଭୂମିକା ରହିଥାଏ । ଜ୍ୟୋତିଷ ଗଣନା ଅନୁଯାୟୀ, 30 ବର୍ଷ ପରେ ଯେବେଠାରୁ ଶନି ନିଜ ରାଶି ମକରକୁ ଯାଇଛି ସେବେଠାରୁ ଦେଶ ଦୁନିଆର ଅବସ୍ଥା ବଦଳି ଯାଇଛି ।

ଶନି ଜାନୁଆରୀ 24 ତାରିଖ 2020 ରେ ମକର ରାଶିରେ ପ୍ରବେଶ କରିଥିଲା ଏବଂ ସେବେ ଠାରୁ ଦୁନିଆରେ ମହାମାରୀ ଏବଂ ପ୍ରାକୃତିକ ବିପଦ ଆରମ୍ଭ ହୋଇଛି, ଯାହା ସହ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ସଂଘର୍ଷ କରୁଛନ୍ତି । ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଇଛି ।

ଶନିର କୁମ୍ଭ ରାଶିରେ ପ୍ରବେଶ :-

2020 ରେ ଶନି ଯେତେବେଳେ ମକର ରାଶିକୁ ଯାଇଥିଲା ସେତେବେଳେ ଦେଶ ଦୁନିଆରେ ସତ୍ତା ପରିବର୍ତ୍ତନ, ଆର୍ଥିକ ପରିବର୍ତ୍ତନ, ଜନ ଆନ୍ଦୋଳନ ସହିତ ମହାମାରୀ ସମୟ ଆରମ୍ଭ ହୋଇଥିଲା ।

ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା ଏବଂ ଏହା ପରଠାରୁ ଦୁନିଆ ବଦଳି ଯାଇଛି । ଏହାପରେ ଶନି ଯେତେବେଳେ ମକରରୁ ବକ୍ର, ସେତେବେଳେ ଅନେକ ପ୍ରକାରର ଘଟଣା ଦେଖିବାକୁ ମିଳିଲା । ତାପରେ ଶନି ଏପ୍ରିଲ 29 ତାରିଖ 2022 ରେ ଯେତେବେଳେ କୁମ୍ଭରେ ପ୍ରବେଶ କଲା, ସେତେବେଳେ ରୁଷିଆ ଏବଂ ୟୁକ୍ରେନର ଯୁଦ୍ଧ ହେଲା ।

ଜୁନ 5 ତାରିଖ 2022 ରେ ଶନି ଯେତେବେଳେ ବକ୍ର ହେଲା ଏବଂ ଜୁଲାଇ 12 ତାରିଖ 2022 ରେ କୁମ୍ଭରୁ ବାହାରି ମକରରେ ଗୋଚର କରିବାକୁ ଲାଗିଲା, ସେତେବେଳେ ଅନେକ ଦେଶରେ ସତ୍ତା ପରିବର୍ତ୍ତନ, ବିଦ୍ରୋହ, ବାତ୍ୟା ଏବଂ ପ୍ରାକୃତିକ ବିପଦ ସହିତ ଦୁନିଆରେ ଅନେକ ରାଜନୈତିକ ଘଟଣା ମଧ୍ୟ ଦେଖିବାକୁ ମିଳିଛି । ତାପରେ ଅକ୍ଟୋବର 23 ତାରିଖ 2022 ରେ ଶନି ବକ୍ର ଅଵସ୍ଥା ଛାଡି ମାର୍ଗି ଅବସ୍ଥାରେ ଗୋଚର କଲା, ସେତେବେଳେ ଦୁନିଆରେ ଭଲ ଖବର ମଧ୍ୟ ମିଳିଲା ।

ବର୍ତ୍ତମାନ ଆଶଙ୍କା କରାଯାଉଛି ଯେ ଜାନୁଆରୀ 17 ତାରିଖ 2023 ରେ ଶନି ନିଜ ରାଶି କୁମ୍ଭରେ ଯେତେବେଳେ ପୁଣିଥରେ ପ୍ରବେଶ କରିବ, ସେତେବେଳେ ଦୁନିଆ ଏକ ବଡ ପରିବର୍ତ୍ତନ ଦେଖିବ । ସେହି ପରିବର୍ତ୍ତନ ହୁଏତ ପ୍ରାକୃତିକ ଘଟଣା ରୂପରେ ଦେଖିବାକୁ ମିଳିବ କିମ୍ବା କୌଣସି ବଡ ଯୁଦ୍ଧ ଆଡ଼କୁ ଦୂନିଆକୁ ଯିବାର ଆମେ ଦେଖିବା । ହୋଇପାରେ ତାହା କୌଣସି ଅଭାବନୀୟ ଘଟଣା କିମ୍ବା କୌଣସି ଭୟଙ୍କର ଭାଇରସ ପୁଣି ଥରେ ଆତଙ୍କ ସୃଷ୍ଟି କରିବ ।

odia sambada
Comments (0)
Add Comment