ବ୍ଲକବଷ୍ଟର ଫିଲ୍ମ RRR କୁ ପଛରେ ପକାଇ ଇତିହାସ ରଚିଲା ଓଡିଆ ଫିଲ୍ମ,”ଦମନ”

ପୁଣି ଚର୍ଚ୍ଚାରେ ଦମନ ଫିଲ୍ମ|ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି|ନା ତେଲୁଗୁ ନା ହିନ୍ଦୀ ସମସ୍ତଙ୍କୁ ସିଧାସଳଖ ଟକର ଦେଉଛି ଏହି ଦମନ ଫିଲ୍ମ|ଯେମିତି ଫିଲ୍ମର ନାଁ ଦମନ, ସେମିତି ଦମ ଦେଖାଉଛି ଦମନ|

ଏବେ ଫିଲ୍ମ ଆରଆରଆରକୁ ପଛରେ ପକାଇଛି ଦମନ|ତଥ୍ୟ ଆଧାରରେ ଏହା ଆରଆରଆରକୁ ପଛରେ ପକାଇଛି|ଓଡିଆ ଫିଲ୍ମ ଦମନ ଯେଭଳି ଭାବରେ ଆରଆରଆର ଭଳି ଫିଲ୍ମକୁ ପଛରେ ପକାଇଛି ଏହା କୈଣସି ଚମତ୍କାର ଠାରୁ କମ ନାହିଁ|

କେବଳ ଯେ ଭାରତରେ ଦମନକୁ ନେଇ ଚର୍ଚ୍ଚା ଲାଗି ରହିଛି ତା ନୁହେଁ ଏବେ ସୁପରହିଟ ହୋଇଥିବା ଆରଆରଆରଉ ପଛରେ ପକାଇଛି ଏହି ଦମନ ଫିଲ୍ମ|ନଜର ପକାନ୍ତୁ ଏହି ଆଇଏମଡିବି ଉପରେ ଯାହା ବିଶ୍ୱସ୍ତରୀୟ ଫିଲ୍ମ ଉପରେ ରେଟିଙ୍ଗ ଦେଖାଇଥାଏ|

ଏହା ଗୁଣବତ୍ତା ଠାରୁ ଆରମ୍ଭ କରି ଦର୍ଶକଙ୍କୁ ନଜରରେ ରଖି ଏହି ରେଟିଙ୍ଗ ପ୍ରସ୍ତୁତ ହୋଇଥାଏ|ଏଥିରେ ଆରଆରଆରକୁ ୧୦ ରୁ ୮ ପଏଣ୍ଟ ମିଳିଥିଲା ବେଳେ ଦମନକୁ ମିଳିଛି ୧୦ ରୁ ୯.୪ ପଏଣ୍ଟ|ଏଥିରୁ ଜଣାପଡିଛି ଏହା କେତେ ପ୍ରଭାବଶାଳୀ|

ଏମିତିକି ଫିଲ୍ମରେ ଥିବା ଦୃଶ୍ୟ ଠାରୁ ଆରମ୍ଭ କରି କାହାଣୀ ସମସ୍ତଙ୍କୁ କେତେ ପସନ୍ଦ ଆସିଛି|ଦମନ ଫିଲ୍ମର ସଫଳତା ଆଗକୁ ଓଡିଆ ଫିଲ୍ମ ଜଗତରେ ପରିବର୍ତ୍ତନ ଆଣିବାକୁ ଯାଉଛି|କାରଣ ଯେଉଁ ଦର୍ଶକମାନେ ସମସ୍ତେ ଏହି ଦମନ ଫିଲ୍ମ ଦେଖିବାକୁ ଯାଇଛନ୍ତି|

ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ସବୁଠି ଏହାର ଚର୍ଚ୍ଚା ହେଉଛି|ଏବେ ଆରଆରଆରକୁ ପଛରେ ପକାଇବା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି|ଏହା ହିନ୍ଦୀ ରେ ଡବିଙ୍ଗ ହୋଇ ସାରିଛି ଏବେ କୋଣ ଅନୁକୋଣରେ ପହଞ୍ଚିବ ଏହି ଫିଲ୍ମ|

odia sambada
Comments (0)
Add Comment