ସ୍ତ୍ରୀ ଆଣିଲା ସ୍ଵାମୀ ନାଁ ରେ ଅଭିଯୋଗ।ସ୍ବାମୀ କରୁଥିଲା ଝିଅ ଉପରେ ଅତ୍ୟାଚାର ଏବଂ ଏବେ ଦ୍ଵିତୀୟ ସ୍ତ୍ରୀ ଟେ ନେଇଆସିଛି।

ବାପା – ଝିଅ ସମ୍ପର୍କ ଅତି ଗଭୀର ଏବଂ ମୂଲ୍ୟବାନ ସମ୍ପର୍କ।ଗୋଟେ ବାପା ତା’ର ଝିଅ କୁ ଅତି ସ୍ନେହ ଶ୍ରଦ୍ଧା ରେ ଛୋଟ ରୁ ବଡ଼ କରିଥାଏ।ଝିଅ ର ସବୁ ଅଳି ଅଝଟ କୁ ସହିଥାଏ ଗୋଟେ ବାପା।ତେବେ ନିଜ ଝିଅ ବଡ଼ ହେଲାପରେ ଅନ୍ୟ ଘର କୁ ଯିବ

ସେଠି ନିଜ ସଂସାର ତିଆରି କରିବ,କିପରି ଭଲ ରେ ରହିବ ଏହି ସବୁ କଥା ଚିନ୍ତା କରି ଗୋଟେ ଭଲ ପୁଅ ଏବଂ ଘର ଦେଖି ବିବାହ କରିଥାଏ ତା’ର ଝିଅ ର।ସେ ବାପା ଧନୀ ହୋଇଥାଉ କିମ୍ବା ଗରିବ ସେ ତା’ର ଝିଅ ପାଇଁ ଭଲ ସ୍ବାମୀ ଟିଏ ଖୋଜିଥାଏ।

କିନ୍ତୁ ବର୍ତ୍ତମାନ ସମୟ ରେ କିଛି ସ୍ବାମୀ ସେମାନଙ୍କର ସ୍ତ୍ରୀ ମାନଙ୍କୁ ନିର୍ଯାତନା ଦେଉଛନ୍ତି କିମ୍ବା ସ୍ତ୍ରୀ କୁ ଲୁଚାଇ ଦ୍ଵିତୀୟ ବିବାହ କରିଦେଉଛନ୍ତି।ଆଉ ଗୋଟେ ଗୋଟେ ସ୍ବାମୀ ଏତେ ବଦମାସ୍ ଯେ ସେମାନେ ସ୍ତ୍ରୀ କୁ ନିର୍ଯାତନା ଦେବା ସହ ସ୍ତ୍ରୀ କୁ ଲୁଚାଇ ଦ୍ଵିତୀୟ ବିବାହ ମଧ୍ୟ କରିଦେଉଛନ୍ତି।

ଥରେ ଭାବନ୍ତୁ ସେହି ବାପା କୁ କିପରି ଲାଗୁଥିବ ଯେତେବେଳେ ସେ ଜାଣିବ ଯେ ତା’ର ଝିଅ କୁ ଝିଅ ର ସ୍ବାମୀ ମାରଧର କରୁଛି ଏବଂ ଝିଅ ର ସୌତୁଣି କୁ ଘର କୁ ଆଣିଛି ବୋଲି।ତେବେ ଏମିତି କିଛି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କମଳାନାଳି ଗ୍ରାମ ରେ।

ରଞ୍ଜିତା ୭ ବର୍ଷ ହେଲା ବିବାହ କରିଥିଲେ ତେରଓଡ଼ା ଗ୍ରାମ ର ସୂର୍ଯ୍ୟ ନାରାୟଣ ପ୍ରଧାନ ଙ୍କୁ।ସବୁକିଛି ଠିକ୍ ଥିଲା ଆଉ ବାପା ବି ଯେତିକି ଦେବାକଥା ସେତିକି ଯୌତୁକ ଦେଇଥିଲେ।ଭାବିଥିଲେ ତାଙ୍କ ଜ୍ବାଇଁ ପୁଅ ଝିଅ କୁ ଖୁସି ରେ ରଖିବ।କିନ୍ତୁ କିଏ ଜାଣିଥିଲା ସେ ଦ୍ଵିତୀୟ ବିବାହ କରି ଘର କୁ ନେଇଆସିବ।

ବାପା ଯେତେବେଳ ଜାଣିଲେ ଯେ ଝିଅ କୁ ତା ସ୍ବାମୀ ମାରଧର କରୁଛି ଓ ଦ୍ଵିତୀୟ ସ୍ତ୍ରୀ ଟେ ନେଇଆସିଛି ସେ ଝିଅ କୁ ସବୁ ଜିନିଷ ନେଇ ନିଜ ଘର କୁ ନେଇଯାଉଛନ୍ତି। ୟା ଠୁ ବଡ଼ ଦୁଃଖ ଜଣେ ବାପା ପାଇଁ ଆଉ କ’ଣ ହେବ। ରଞ୍ଜିତା ଙ୍କ କହିବା ଅନୁସାରେ ସୂର୍ଯ୍ୟ ତାଙ୍କୁ ବାରମ୍ବାର ପିଟୁଥିଲେ ଓ ବାପ ଘରୁ ଯୌତୁକ ଆଣିବ ପାଇଁ କହୁଥିଲେ।

କିନ୍ତୁ ସେ କେବେ ବି ଭାବିନଥିଲେ ଯେ ତାଙ୍କ ସ୍ବାମୀ ଆଉ ଗୋଟେ ବାହା ହୋଇ ଘର କୁ ନେଇଆସିବ।ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ବାମୀ ଅଧା ଜିନିଷ ଲୁଚାଇଦେଇଛି ବୋଲି। ଏ ସବୁ କଥା କହିଲା ବେଳେ ବାପା ଝିଅ ଦୁଇ ଜଣଙ୍କ ଆଖି ରୁ ଲୁହ ବନ୍ଦ ହେଉନାହିଁ।

ତେବେ ଏହି ମାମଲା ଟି ଥାନା ରେ ରୁଜ୍ଜୁ ହୋଇଛି ଯାହାକି ରେଡ଼ାଖୋଲ କୋର୍ଟ ରେ ବିଚାରାଧୀନ ଅବସ୍ଥା ରେ ରହିଛି।ପୋଲିସ ରବିବାର ଦିନ ୩ ଟା ବେଳେ ଉଭୟ ପକ୍ଷ କୁ ଥାନା କୁ ଡକାଇ ପଚରାଉଚରା କରିଥିଲା।ଆଉ ଏବେ ରଞ୍ଜିତା ଆଣିଥିବା ଜିନିଷପତ୍ର ନେଇ ଫେରିଯାଇଛନ୍ତି ବାପା ଘର କୁ।ଏହା ଦେଖିବାକୁ ବାକି ରହିଲା ଯେ ରଞ୍ଜିତା ଙ୍କୁ କିପରି ନ୍ୟାୟ ମିଳୁଛି।

odia sambada
Comments (0)
Add Comment