ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଙ୍କ କେସ୍ ରେ ସମାଜସେବୀ ଅମିୟ ଦାସ ଙ୍କ ସଂପୃକ୍ତି ଜଣା ପଡ଼ିଛି।ଆସନ୍ତୁ ଜାଣିବା ଏ ସମ୍ପର୍କ ରେ ଅମିୟ ଦାସ କ’ଣ କହିଛନ୍ତି।

ସମାଜ ମନୁଷ୍ୟ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଏ ସମାଜ ଗର୍ବିତ ଓ କିଛି ଲୋକଙ୍କ ଖରାପ କାମ ପାଇଁ ଏ ସମାଜ କଳଙ୍କିତ।ଏହିପରି କିଛି ଖରାପ କାମ କରି ସମାଜ କୁ କଳଙ୍କିତ କରିଛନ୍ତି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ।ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣ ମିଶି ଭୁବନେଶ୍ୱର ରେ ସେକ୍ସ ରାକେଟ ଚଲାଇ ବଡ଼ ବଡ଼ିଆ ମାନଙ୍କୁ ନିଜ ମାୟା ଜାଲ ରେ ପକାଇ ସେମାନଙ୍କୁ ବ୍ଲାକମେଲ୍ କରି କମାଇଥିଲେ କୋଟି କୋଟି ଟଙ୍କା।

ଏହି ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ କେସ କୁ ଇଡି ଜେରା କରୁଛି।ଜେରା ସମୟ ଅନେକ ତଥ୍ୟ ସାମ୍ନା କୁ ଆସିଛି।ବର୍ତ୍ତମାନ ସମାଜସେବୀ ଅମିୟ ଦାସ ଙ୍କ ଅର୍ଚ୍ଚନା ନାଗ ଙ୍କ ସହ ସଂପୃକ୍ତି ର ସୂଚନା ଆସିଛି।ଅମିୟ ଙ୍କ କହିବା ଅନୁସାରେ ସେ ଖାଲି ଅର୍ଚ୍ଚନା ଙ୍କୁ କିଛି ପଇସା ଦେଇ ସାହାଯ୍ୟ କରିଥିଲେ ଓ ଏପରି ସେ ଆଗରୁ ଅନେକ ଲୋକ ଙ୍କୁ ପଇସା ଦେଇଛନ୍ତି।

କିନ୍ତୁ ଯେତେବେଳେ ମିଡିଆ ତାଙ୍କୁ କିଛି ପ୍ରଶ୍ନ କରିଥିଲା ସେତେବେଳେ ସେ ପ୍ରଶ୍ନ ଏଡାଇ ଦେଉଥିଲେ। ସୂଚନା ଅନୁଯାୟୀ ସମାଜସେବୀ ଅମିୟ ଦାସ ଅର୍ଚ୍ଚନା ଙ୍କୁ ଫେସବୁକ୍ ରୁ ଚିହ୍ନିଥିଲେ ଓ ସେ ତାଙ୍କୁ ୧୦ଲକ୍ଷ ଟଙ୍କା ଦେଇଥିଲେ।କିନ୍ତୁ ଅମିୟ କହିଛନ୍ତି ସେ ତାଙ୍କୁ ୭ଲକ୍ଷ ଟଙ୍କା କୋରନା ସମୟରେ ଦେଇ ସାହାଯ୍ୟ କରିଥିଲେ।ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ କାହାକୁ ନ ଚିହ୍ନି ନ ଜାଣି କିପରି ଏତେ ପଇସା ଦେଲେ,।

ଏହାର ଉତ୍ତର ରେ ସେ କହିଥିଲେ ଯେ ସେ ଏପରି ବହୁତ୍ ଲୋକ ଙ୍କୁ ସାହାଯ୍ୟ କରିଛନ୍ତି,ପଇସା ଦେଇଛନ୍ତି।ସେ ଏହା ମଧ୍ୟ କହିଛନ୍ତି ଯେ ସେ ଅର୍ଚ୍ଚନା ଙ୍କୁ ୭ଲକ୍ଷ ଟଙ୍କା ଦୁଇଥର ଦେଇଛନ୍ତି।କିନ୍ତୁ ସେ ଯେପରି ଭାବରେ ମିଡିଆ ର ପ୍ରଶ୍ନ କୁ ଏଡାଇ ଦେଉଥିଲେ ସେଥିରୁ ଜଣା ପଡୁଛି ଯେ ତାଙ୍କ ପାଖରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ରହିଛି ଯାହାକୁ ସେ ଲୁଚାଇବାକୁ ଚାହୁଁଛନ୍ତି।ଖାଲି ଦେଖିବାକୁ ବାକି ରହିଲା ଯେ ଏହି କେସ ରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି।

odia sambada
Comments (0)
Add Comment