ପୁଅ ବାବୁସାନର “ଦମନ”ଫିଲ୍ମ ପାଇଁ କାନ୍ଦିଲେ ମା ଅପରାଜିତା

ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ପ୍ରତ୍ୟେକ ଦିନ ଦେଖୁଥିବେ ନିଶ୍ଚିତ । ହେଲେ ଆପଣଙ୍କ ଅତି ପ୍ରିୟ ଓଡିଆ ସିନେମା ଜଗତର ଷ୍ଟାର ବାବୁସାନ ମହାନ୍ତିଙ୍କୁ ତ ଆପଣ ଜାଣିଥିବେ ନିଶ୍ଚିତ । ବାବୁସାନ ମହାନ୍ତି ଓଡ଼ିଆ ସିନେମା ଜଗତରେ ଅନେକ ଫିଲ୍ମ କରି ବହୁତ ସୁନାମ ଅର୍ଜନ କରିଛନ୍ତି । ସେ ଓଡ଼ିଆ ସିନେମାରେ ଏକ ସୁନାମ ଧନ୍ୟ କଳାକାର ଭାବରେ ପରିଚିତ ।

ବାବୁସାନଙ୍କ ପୁରା ପରିବାର ଅର୍ଥାତ ତାଙ୍କ ବାପା ମା ମଧ୍ୟ ଏହି ସିନେମା ଜଗତରେ ବହୁତ ନାଁ କରିଥିଲେ, ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ଯୋଡିକୁ ଲୋକେ ବହୁତ ସନମାନ ଦେବା ସହ ବହୁତ ପସନ୍ଦ ମଧ୍ୟ କରନ୍ତି । ଉତ୍ତମ ମହାନ୍ତି ଓ ଅପରାଜିତାଙ୍କର ଓଡ଼ିଆ ସିନେମା ଜଗତରେ ଅନେକ ଫିଲ୍ମ ରହିଛି ।

ଆମେ ଆଜି ଆପଣ ମାନଙ୍କୁ ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ ମହାନ୍ତିଙ୍କର ଏକ ଫିଲ୍ମ ଯାହାକି ଏହି କିଛି ଦିନ ପୂର୍ବରୁ ସୁଟିଂ ହେଉଥିଲା ତାହା ରିଲିଜ ହୋଇଛି ବାବୁସାନ ମହାନ୍ତିଙ୍କ ଏହି ସୁନ୍ଦର ଫିଲ୍ମ “ଦମନ” ରିଲିଜ ହୋଇଛି, ତାହା ବେଶ ସୁନ୍ଦର ମଧ୍ୟ ହୋଇଛି ।

ବନ୍ଧୁଗଣ ଜଣେ ଡାକ୍ତରଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଗତ ସପ୍ତାହ ବଡ଼ ପରଦାରେ ରିଲଜ ହୋଇଛି । ଏହି ଫିଲ୍ମ ରିଲିଜ ହେଲା ପରେ ଓଡ଼ିଆ ସିନେଶିଳ୍ପ ପୁଣି ଥରେ ବର୍ତ୍ତମାନ ପୁଣି ଚଳଚଞ୍ଚଳ ହୋଇଉଠିଛି ।

ଏଥିରେ ବାବୁସାନ୍‌ ନିଜର ଚିରାଚରିତ କମେଡି, ରୋମାଣ୍ଟିକ ଓ ଆକ୍ସନ ଛାଡି ବାସ୍ତବବାଦୀ ଅଭିନୟ କରିଛନ୍ତି । ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଯେଉଁଥିରେ କି ଜଣେ ଯୁବ ଡାକ୍ତରଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି

ତେବେ ନିଜ ଗେହ୍ଲା ପୁଅର ଦମନ ଫିଲ୍ମରେ ଅଭିନୟ ବହୁତ ସୁନ୍ଦର ହୋଇଛି ବୋଲି କହିଛନ୍ତି ମା’ ଅପରାଜିତା ମହାନ୍ତି । ସୂଚନାଯୋଗ୍ୟ ଅପରାଜିତା ମହାନ୍ତି ତାଙ୍କ ବହୁ ତୃପ୍ତି ବାବୁଶାନଙ୍କ ସହିତ ଏହି ଦମନ ପିକଚର ଦେଖିବା ପାଇଁ ସିନେମା ହଲ ଯାଇଥିବାର ଦେଖିବାକୁ ମିଳିଛି ।

ଅପରାଜିତା ଏହି ଫିଲ୍ମ ଦେଖି ଭାବବିହ୍ୱଳ ହୋଇ ପଡ଼ି କାନ୍ଦି ପକାଇବା ସହିତ ବହୁତ ସୁନ୍ଦର ହୋଇଛି ବୋଲି କହିଛନ୍ତି । ସେ କହିଛନ୍ତି ଯେ ଫାଷ୍ଟ ଟାଇମ ପାଇଁ ସେ ଏପରି ଏକ ଷ୍ଟୋରିବାଲା ଫିଲ୍ମ ଦେଖିଲେ । ଏହି ଫିଲ୍ମରେ ଡିରେକ୍ସନ୍ ସହ ଫୋଟୋଗ୍ରାଫି ଓ ଲୋକେସନ ମଧ୍ୟ ବହୁତ ଭଲ ହୋଇଛି ବୋଲି କହିଛନ୍ତି । ଏହି ଫିଲ୍ମ ସବୁ ବର୍ଗର ଲୋକମାନଙ୍କୁ ବହୁତ ଭଲ ଲାଗିବା ସହିତ ଏହାକୁ ସପରିବାର ମଧ୍ୟ ବସି ଦେଖିପାରିବେ ।

odia sambada
Comments (0)
Add Comment