ପ୍ରତିଦିନ ଜଙ୍ଗଲ ରୁ ଆସୁଛି ସମ୍ବର ପୁଣି ବରା ଖାଇବାକୁ। ହଁ,ଆଜ୍ଞା ବନ୍ଧୁଗଣ କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ଜଙ୍ଗଲ ହେଉଛି ବନ୍ୟଜନ୍ତୁ ମଙ୍କର ବାସସ୍ଥଳୀ।ଜଙ୍ଗଲ ରୁ ଆମକୁ ବହୁତ୍ ଦରକାରୀ ଜିନିଷ ମିଳିଥାଏ।ଜଙ୍ଗଲ ରୁ ଆମକୁ ଅମ୍ଳଜାନ ମିଳିଥାଏ।କିନ୍ତୁ ଆଜି କାଲି ମଣିଷ ମାନେ ନିଜ ର ସୁବିଧା ପାଇଁ ଜଙ୍ଗଲ କରି ସଫା କରି ଦେଉଛନ୍ତି। ଯେଉଁଥି ପାଇଁ ବନ୍ୟଜନ୍ତୁ ମାନେ ତାଙ୍କ ବାସଗୃହ ହରାଉଛନ୍ତି ଓ ଜନ ବସତି ମୁହା ହେଉଛନ୍ତି।

ଏପରି ଅନେକ ଦୃଶ୍ୟ ଆଗରୁ ଦେଖିବାକୁ ମିଳିଛି ଯେଉଁଥିରେ ଜୀବଜନ୍ତୁ ମାନେ ସହର ମୁଁହ ହେଉଛନ୍ତି ଖାଦ୍ୟ ଅନ୍ୱେଷଣ ରେ।କିନ୍ତୁ ଏବେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଏକ ସମ୍ବର ପ୍ରତିଦିନ ଏକ ହୋଟେଲ ପାଖକୁ ଆସୁଛି ବରା ଖାଇବାକୁ।ଏହି ଘଟଣା ଟି ଘଟିଛି କେରଳ ରେ।

ବନ୍ଧୁଗଣ କଥା ଟି ଏପରି ଯେ ଏକ ଭିଡିଓ ଇଣ୍ଟରନେଟ ରେ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଏକ ସମ୍ବର ଏକ ହୋଟେଲ ପାଖକୁ ଆସି ବରା ଖାଉଛି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏକ ହୋଟେଲ ସାମ୍ନା ରେ ଏକ ସମ୍ବର ଠିଆ ହୋଇଛି,

ସେତେବେଳ ଜଣେ ବ୍ୟକ୍ତି ତାକୁ ପାଖକୁ ଡାକିନେଉଛନ୍ତି ଓ ତାକୁ ବାର ଖାଇବାକୁ ଦେଉଛନ୍ତି।ସ୍ଥାନୀୟ ଲୋକ ମାନଙ୍କର କହିବା ଅନୁସାରେ ଏହି ସମ୍ବର ଟି ପ୍ରତିଦିନ ଖାଦ୍ୟ ଅନ୍ୱେଷଣ ରେ ହୋଟେଲ ପୁଲିଆପାରା ରୁ ଆଦିଆପ୍ରେଲି ଏହି ଦୁଇଟି ଜାଗା କୁ ଆସିଥାଏ।

ସେଠାରେ ଯାହା ଖାଇବାକୁ ଦିଅନ୍ତି ଖାଇଦେଇ ଜଙ୍ଗଲ କୁ ପଳାଇଥାଏ।ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ବେଳେ ଲୋକ ମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଲୋକ ମାନଙ୍କ କହିବା ଅନୁସାରେ ମଣିଷ ଓ ପଶୁ ମାନଙ୍କ ମଧ୍ୟରେ ଦୂରତା କମିଛି କିନ୍ତୁ ତାହା ଭଲ ଭାବରେ ନୁହେଁ ଖରାପ ଭାବରେ।ମଣିଷ ଜଙ୍ଗଲ କୁ ସଫା କରିଦେବା ଫଳ ରେ ଯାଆନ୍ତୁ ମାନେ ସହର ମୁହାଁ ହେଉଛନ୍ତି।ତେବେ ଏ ଭିଡିଓ ଟି ସେୟାର କରିଛନ୍ତି ଇଣ୍ଡିଆନ ଫରେଷ୍ଟ ସର୍ଭିସ ର ଡକ୍ଟର ସମ୍ରାଟ ଗୌଡ଼।

ସେ କହିଛନ୍ତି ଏମାନେ ସମ୍ବର ପ୍ରତି ଯାହା ବ୍ୟବହାର କରୁଛନ୍ତି ତାହା ଭଲ କିନ୍ତୁ ଜୀବ ମାନଙ୍କର ଏଭଳି ସହର ମୁହାଁ ହେବ ଆଦୌ ଭଲ ସଂକେତ ନୁହେଁ।ସେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଏଭଳି ଆପଣଙ୍କ ସହର ପାଖାପାଖି ଯଦି ଏଭଳି ଜନ୍ତୁ ଆସନ୍ତି ଆପଣ କ’ଣ ଖାଇବାକୁ ଦେବେ।ଦେଖିବାକୁ ବାକି ରହିଲା ଯେ ଏହି ଭିଡିଓ ଟି ରୁ ଲୋକ ମାନେ କେତେ ସଚେତନ ହେଉଛନ୍ତି।

odia sambada
Comments (0)
Add Comment