୫୦୦୦ ବର୍ଷ ପୂର୍ବେ ମହାଭାରତ ସମୟରେ ଠିକ ଏଭଳି ଯୁଗ ପଡ଼ିଥିଲା|୧୫ ଦିନ ବ୍ୟବଧାନରେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ଘଟିଥିଲା|ଏହି ସମୟକୁ କୁହାଯାଉଥିଲା କାଳ ଯୋଗର ସମୟ|ଏହାର ପରିଣାମ କୁରୁକ୍ଷେତ୍ରରେ ମହାଭାରତ ଭଳି ଯୁଦ୍ଧ ସୃଷ୍ଟି ହେବା|ପୁଣି ଭାରତ ଉପରେ କ’ଣ ପ୍ରଭାବ ପଡିବ,ତାକୁ ନେଇ ଚାଲିଥିଲା ଗଣନା|
ଗ୍ରହଣ ପରେ ଗ୍ରହଣ ପଡିଲେ ଅଶାନ୍ତି ବଢେ ଓ ବାତାବରଣରେ ଶତ୍ରୁତା ଦେଖାଯାଏ ବୋଲି ଶୁଣିଵାକୁ ମିଳୁଛି|ମହାଭାରତର ୧୫ ଦିନ ଭିତରେ ଗ୍ରହଣ ଲାଗିଥିଲା|ଏବେ ୧୩ ଦିନ ଭିତରେ ଗ୍ରହଣ ଲାଗିଲା|ଯଦି ଜ୍ୟୋତିଷ ଶାସ୍ତ୍ର କୁ ଆପଣ ଅଣଦେଖା କରିବେ ତେଵେ ପୂରାଣରେ ମଧ୍ୟ କାର୍ତ୍ତିକ ମାସରେ ପଡୁଥିବା ଗ୍ରହଣକୁ କାଳଗ୍ରହଣ ବୋଲି କୁହାଯାଇଥାଏ|
ବିଜ୍ଞାନ ଅନୁସାରେ ଚାରିଆଡ଼େ ଅବସ୍ଥା ଶୋଚନୀୟ ହୋଇ ଚାଲିଛି|ଦେଶ ଦେଶ ମଧ୍ୟରେ ହେଉଥିବା ତିକ୍ତତାକୁ ବି କେହି କମାଉ ପାରି ନାହାଁନ୍ତି|ଚାଇନା ,ଋଷ , ୟୁକ୍ରେନ , ଭାରତ ସବୁଆଡେ ଅଶାନ୍ତିର ବାତାବରଣ ବଢି ଚାଲିଛି|ପୂର୍ବରୁ ଭବିଷ୍ୟବାଣୀ ଏବେ ଘଟୁଛି|
ଆକାଶରେ ପରିବର୍ତ୍ତନ ହେଲେ ପାଣିପାଗ ବଦଳିଯିବ|ଏହାସହ ମଣିଷ ଓ ଜୀବଜନ୍ତୁଙ୍କ ପ୍ରକୃତି ମଧ୍ୟ ବଦଳିଯିବ ବୋଲି ଭବିଷ୍ୟବାଣୀ ହୋଇଥିଲା|
ଗ୍ରହଣ ଲାଗିବା ଠାରୁ ମୋକ୍ଷ ସମୟ ପର୍ଯ୍ୟନ୍ତ ସମୟକୁ ନେଇ ଏକ ବିଶେଷ ଗଣନା କରାଯାଇଛି|ଭାରତରେ ଆଗକୁ ପ୍ରାକୃତିକ ବିପର୍ଯ୍ୟୟ ଆସିବ|କାର୍ତ୍ତିକ ମାସରେ ଗ୍ରହଣ ଯୋଗ ଥିବାରୁ ସମୁଦ୍ରରେ ଫରକ ଦେଖିବାକୁ ମିଳିଛି|ଏ ସମୟରେ ପୃଥିବୀର ସମୁଦ୍ର ଭିତରେ ତୋଫାନର ଭୟ ବଢି ଚାଲିଛି|ମଙ୍ଗଳବାର ଗ୍ରହଣ ପଡ଼ିଥିବାରୁ ଅକାଳ ସମ୍ଭାବନା ବଢେଇ ଦେଇଛି|ଦୁନିଆରେ ଚୋରି, ଡକାୟତି, ଅଶ୍ଳୀଳ ଆଚରଣ ବଢିବା ସମ୍ଭାବନା ରହିଛି|
କୁହାଯାଉଛି ଏବେ ଯେଉଁ ଗ୍ରହଣ ଲାଗିଥିଲା ଏହାର କୁପ୍ରଭାବ ୮-୧୮ ମାସ ଭିତରେ ଦେଖିବାକୁ ମିଳିବ|୨୦୨୭ ଯାଏଁ ଏହି ଗ୍ରହଣ କାଳର ପ୍ରଭାବ ରହିବ ବୋଲି କୁହାଯାଉଛି|