ଅର୍ଚ୍ଚନା ନାଗ ମାମ-ଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ଚିନ୍ତା । ରହିଛି ତାଙ୍କ ଜୀବନ ପ୍ରତି ବି-ପଦ । ଇଡିକୁ ପତ୍ତା ମିଳିପାରି ନାହିଁ ।

ତେବେ ବନ୍ଧୁଗଣ ବହୁ ଚର୍ଚ୍ଚିତ ବ୍ଲା-କମେ-ଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦ-ନ୍ତରେ ଖୋଲୁଛି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ପେଡ଼ି । ସହଯୋଗୀ ଖଗେଶ୍ୱର ମୁହଁରୁ ତଥ୍ୟ ବାହାର କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍‌ । ଖଗେଶ୍ବର ଯେତେ ଅଧିକ ଦିନ ଇଡି ରିମା-ଣ୍ଡରେ ରହୁଛି ସେତେ ନୂଆନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି ।

ଗତ ଶୁକ୍ରବାର ରିମା-ଣ୍ଡର ୮ମ ଦିନରେ ଇଡି ଅର୍ଚ୍ଚନାଙ୍କ ସହିତ ଯୁବ ଆଇଏଏସ୍ ଅଫିସରଙ୍କ ସଂପୃକ୍ତିକୁ ନେଇ ତଥ୍ୟ ପାଇବା ପାରେ ରାଜ୍ୟ ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଅର୍ଚ୍ଚନା ନାଗ ମାମ-ଲାର ଆଉ ଏକ ଦିଗ ଅନ୍ଧାର ମଧ୍ୟକୁ ଧିରେ ଧିରେ ଠେଲି ହୋଇ ଗଲା ଭଳି ଲାଗୁଛି ।

ଘଟ-ଣାର ପ୍ରଥମ ଅଭି-ଯୋଗକାରିଣୀ ତଥା ଅର୍ଚ୍ଚନାଙ୍କ ଅତ୍ୟନ୍ତ ଖାସ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଏବେ କେଉଁଠି ? କୁଆଡେ ଗଲେ ସେ ? ଶ୍ରଦ୍ଧାଞ୍ଜଳିଙ୍କ ବାଙ୍କୀ ଘରେ ଉଭୟ କମିସନରେଟ ପୁ-ଲିସ ଓ ଇଡି ଚଢ଼ଉ କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ପାରି ନାହିଁ ।

ଓଲଟି ତାଙ୍କ ପରିବାର ଲୋକ କହିଥିଲେ କି ଝିଅ ଦୀର୍ଘଦିନ ହେବ ଘରକୁ ଆସୁ ନାହିଁ । ଶେଷରେ ଖାଲି ହାତରେ ଫେରିଥିଲା ଇଡି । ଏବେ ଶ୍ରଦ୍ଧାଞ୍ଜଳି ନ ମିଳିବା ଉଭୟ କମିସନରେଟ ପୁ-ଲିସ ଓ ଇଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ।

ଖଣ୍ଡଗିରି ଥା-ନାରେ ଅଭି-ଯୋଗ କରିବାର ଗୋଟିଏ ଦିନ ପରେ ସେ କେଉଁ ଆଡେ ଅର୍ନ୍ତଧାନ ହୋଇ ଯାଇଥିଲେ । ତେଣୁ ଅର୍ଚ୍ଚନା ନାଗ ମାମ-ଲାର କମିସନରେଟ ପୁଲି-ସର ତ-ଦନ୍ତ କେତେ ଦୂର ଆଗେଇବ ତାହା ଏବେ ଠାରୁ ସ-ନ୍ଦେହ ସୃଷ୍ଟି କଲାଣି ।

ଶ୍ରଦ୍ଧାଞ୍ଜଳି କୁଆଡେ ଗଲେ, କାହିଁକି ଖଣ୍ଡଗିରି ଥା-ନାରେ ଅଭି-ଯୋଗ ପରେ ସେ ଉଭାନ ହୋଇ ଗଲେ ତାହା ଏବେ ବି ସ-ନ୍ଦେହ ଘେରରେ । ଯେହେତୁ ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନାଙ୍କ ସାମ୍ରାଜ୍ୟର ଅନେକ ରହସ୍ୟ ଓ ଗୁରୁତ୍ବପୂର୍ଣ୍ଣ କଥା ଜାଣିଥିଲେ ତାଙ୍କ ଜୀବନ ପ୍ରତି ବି-ପଦ ମଧ୍ୟ ରହିଛି ।

ତେଣୁ ଶ୍ରଦ୍ଧାଞ୍ଜଳି ତୁରନ୍ତ ବାହାରକୁ ଆସି ମତ ଦେବାର ଆବଶ୍ୟକତା ରହିଛି ବୋଲି  ଆଇ-ନଜୀବୀ ମାନଙ୍କ ମତ । ପ୍ରକାଶଥାଉକି, ଖଗେଶ୍ବରକୁ ରିମା-ଣ୍ଡରେ ଆଣିବା ପରେ ଏବେ ଇଡି ୯ ଜଣଙ୍କ ତାଲିକା ପ୍ରସ୍ତୁତ କରି ସାରିଛି ।

ସେମାନଙ୍କ ମଧ୍ୟରେ ଫିଲ୍ମ ପ୍ରଯୋଜକ, ନେତା, ବିଲଡର, ଠିକା-ଦାର ଓ ବ୍ୟବସାୟୀ ଅଛନ୍ତି । ସମସ୍ତଙ୍କୁ ନୋଟିସ ହୋଇଛି । ଇଡିରେ ହାଜର ହୋଇ ନିଜ ନିଜ ପକ୍ଷ ରଖିବାକୁ ତାରିଖ ଧାର୍ଯ୍ୟ କରାଯାଇଛି । ଏହି କ୍ରମରେ ଆଜି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଇଡିରେ ହାଜର ହେବାର ଥିଲା । କିନ୍ତୁ ଅସୁସ୍ଥତା କାରଣରୁ ସେ ହାଜର ହୋଇ ପାରି ନ ଥିଲେ ।

odia sambada
Comments (0)
Add Comment