ଦୁର୍ବଳ ହେଉଛି ଗରୁଡ଼ ସ୍ତମ୍ଭ । ଆଗାମୀ ଦିନରେ ଗରୁଡ ସ୍ତମ୍ଭକୁ ଭକ୍ତ ଛୁଇଁ ପାରିବେ କି ନାହିଁ ସେନେଇ ସୃଷ୍ଟି ହୋଇଛି ସନ୍ଦେହ ଜାଣନ୍ତୁ କଣପାଇଁ ।

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯାହା ଶୁଣିବାକୁ ମିଳୁଛି ସେଇଟା ହେଉଛି ବର୍ତମାନ ସମୟରେ ଧୀରେ ଧୀରେ ଦୁର୍ବଳ ହେବାକୁ ବସିଛି ମହାପ୍ରଭୁଙ୍କ ଗରୁଡ଼ ସ୍ତମ୍ଭ । ଶ୍ରଦ୍ଧାଳୁ ମାନେ ଛୁଇଁବା ଦ୍ୱାରା ଗରୁଡ଼ ସ୍ତମ୍ଭ ଦୁର୍ବଳ ହେଉଥିବା ସୂଚନା ଦିଆଯାଇଛି ।

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ କୋଳାଗ୍ରତ ଯୋଗୁଁ ମୋଟେଇ ପତଳା ହେଉଥିବା କୁହାଯାଇଛି । ଏପରି ହେବା ଦ୍ୱାରା ସ୍ତମ୍ଭର ସ୍ଥାୟିତ୍ୱ ପ୍ରତି ବିପଦ ଦେଖା ଯାଉଥିବା ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି ।

ତାହାସହ ପୂର୍ବତନ ଏଏସଆଇ ନିର୍ଦେଶକ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଆଉ ତାଙ୍କ ମତରେ ଗରୁଡ଼ ସ୍ତମ୍ଭ ଚନ୍ଦନ କାଠ ଜୀବାଶ୍ମରେ ନିର୍ମିତ ହୋଇଛି । ତେଣୁ ଭକ୍ତଙ୍କୁ ପ୍ରତ୍ୟେକ୍ଷ ସ୍ପର୍ଶରୁ ନିବୃତ୍ତ ରଖିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ସ୍ତମ୍ଭର ଚାରିପାର୍ଶ୍ବରେ ଏକ ବୃତ୍ତାକାର ଫ୍ରେମ୍‌ କରି ରୁପା ଆଚ୍ଛାଦିତ ପାଇଁ ପ୍ରସ୍ତାବ ଦିଆଯାଇଛି । ହେଲେ ଏନେଇ ହୋଇଥିବା ବୈଠକରେ କୌଣସି ନିଷ୍ପତ୍ତି ନିଆ ଯାଇନଥିବା ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଉଛି, ଗରୁଡ଼ ସ୍ତମ୍ଭକୁ ଛୁଇଁବା ବାରଣ ଭକ୍ତଙ୍କ ଭାବାବେଗ ଉପରେ ପ୍ରଭାବ ପକାଇବ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

ଖବର ଅନୁଯାୟୀ, ବର୍ଷ ବର୍ଷ ଧରି ଦୂରଦୂରାନ୍ତର ଭକ୍ତ ଶ୍ରୀମନ୍ଦିରକୁ ଆସି ପ୍ରଥମେ ଗରୁଡ ସ୍ତମ୍ବକୁ ସ୍ପର୍ଷ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରୁଛନ୍ତି । ତେଣୁକରି ଭକ୍ତଙ୍କ ସ୍ପର୍ଶ ଯୋଗୁ ଗରୁଡ଼ ସ୍ତମ୍ଭ ପତଳା ହେଉଥିବାରୁ ଭବିଷ୍ୟତରେ ଗରୁଡ଼ ସ୍ତମ୍ଭକୁ ଆଉ କୋଳେଇ ହେବ କି ନାହିଁ ତାକୁ ନେଇ ଆଶଙ୍କା ଦେଖା ଦେଇଛି ।

ଏଥିପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ନାଟମଣ୍ଡପ ସ୍ଥିତ ଗରୁଡ଼ ସ୍ତମ୍ଭକୁ ରୂପା ଚାଦରରେ ଆଚ୍ଛାଦନ କରାଯିବ ।ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ନେଇ ବସିଥିବା ବୈଠକରେ ଏନେଇ ପ୍ରସ୍ତାବ ରଖାଯାଇଛି ।

ଏହାସହ ଗରୁଡ଼ ସ୍ତମ୍ଭଟିକୁ ଶ୍ରଦ୍ଧାଳୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟେଇ ପତଳା ହେବା ସହ ସ୍ତମ୍ଭଟିର ସ୍ଥାୟିତ୍ୱ ପ୍ରତି ବିପଦ ଦେଖାଦେଇଛି । ଏହାର ସୁରକ୍ଷା ପାଇଁ ସ୍ତମ୍ଭର ଚାରିପଟେ ଏକ ବୃତ୍ତାକାର ଫ୍ରେମ୍ ଉପରେ ରୂପା ଚାଦର ଆଚ୍ଛାଦନ କରାଯିବ ।

ଆଉ ଏଥିପାଇଁ ୧୩୦ ଲକ୍ଷ ଟଙ୍କାର ଅଟକଳ ମଧ୍ୟ ପ୍ରସ୍ତୁତ କରାଯାଇଛି ସାରିଛି । ଗତକାଲି ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ପରେ ଏହି ସବୁ ପ୍ରସ୍ତାବ ରଖାଯାଇଥିଲା ।

odia sambada
Comments (0)
Add Comment