ଅକାମି ହେଇଗଲା ପ୍ରେମିକାର ଦୁଇ ଗୋଡ଼, କିନ୍ତୁ ହାତ ଛାଡ଼ିନି ପ୍ରେମିକ, ହୁଇଲ୍ ଚେୟାରରେ ବସି ବାହା ହେଲା

” ମୁଁ ଚାଲିପାରୁନି, କଣ ହୋଇଗଲା ମୋ ଦୁଇ ଗୋଡ଼କୁ । ମୋ ଗୋଡ଼ ଅକାମି ହୋଇଗଲା ।” ” ତୁମେ ଚିନ୍ତା କରନି, ଯାହା ବି ହେଇଯାଉ ମୁଁ ତୁମକୁ ହିଁ ବାହା ହେବି ।” ଆଜ୍ଞା ହଁ, ପ୍ରେମ୍ ଚାଲିଥିଲା ଏବଂ ଠିକ ବାହାଘର ବେଳକୁ ପ୍ରେମିକା ନିଜ ଗୋଡ଼ରେ ଆଉ ଛିଡ଼ା ହୋଇପାରିଲା ନାହିଁ । ଗୋଡ଼ ଦୁଇଟା ହଠାତ୍ ଅକାମୀ ହୋଇଗଲା ଏବଂ ପ୍ରେମିକା କା-ନ୍ଦି କା-ନ୍ଦି ପ୍ରେମିକକୁ ଜଣାଇଲା । ଆଉ ପ୍ରେମିକ କହିଥିଲା ଯେ ତୁମେ ଚିନ୍ତା କରନି, ମୁଁ ତୁମକୁ ଭଲପାଏ ଏବଂ ମୁଁ ହିଁ ତୁମକୁ ବାହା ହେବି ଆଉ ତୁମର ଯତ୍ନ ନେବି ।

ଆଉ ସତରେ, ଆଜି ପ୍ରେମିକ ଜଣକ ନିଜ ପ୍ରେମିକାକୁ ବାହା ମଧ୍ୟ ହେଲା । ଯେମିତିକି କୁହାଯାଏ ଯେ ପ୍ରେମ ଯଦି ହୃଦୟରୁ ହୋଇଥାଏ, ତେବେ ତାଙ୍କୁ ଦୁନିଆର କେହି ବି ଅଲଗା କରି ପାରିବେନି । ପ୍ରେମିକା ହୁଇଲ ଚେୟାରରେ ବସିଛନ୍ତି ଏବଂ ସାତଜନ୍ମ ପାଇଁ ସାତ ଫେରା ମଧ୍ୟ ବୁଲିଛନ୍ତି । କୌଣସି ଫିଲ୍ମ ପରି ଲାଗୁଛି, ହେଲେ ଏହା ଏକ ରିଅଲ ଲଭ୍ ଷ୍ଟୋରୀ ।

ଏହି ଘଟଣାଟି ହେଉଛି ବାଲେଶ୍ଵର ଜିଲ୍ଲା ଓଉପଦା ବ୍ଲକ ଫତେହପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଫତେହପୁର ଅଞ୍ଚଳର ଅବସର ପ୍ରାପ୍ତ ସେନା କର୍ମଚାରୀ ବିଷ୍ଣୁଚରଣ ମହାପାତ୍ରଙ୍କ ପୁଅ ଶୁଭ୍ରାଂଶୁ ମହାପାତ୍ର ଏବେ ତାଙ୍କର ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଦୀର୍ଘ ଆଠ ବର୍ଷର ପ୍ରେମକୁ ଶେଷରେ ସିନ୍ଦୂର ପିନ୍ଧାଇ ଉଭୟେ ସ୍ବାମୀ ସ୍ତ୍ରୀ ହୋଇଛନ୍ତି ।

2015 ମସିହାରୁ ଶୁଭ୍ରାଂଶୁ ଶେରଗଡ଼ ଗଡପଦା ଅଞ୍ଚଳର ଦେବସ୍ମିତା ପଣ୍ଡାଙ୍କୁ ପ୍ରେମ କରୁଥିଲେ । ଅନେକ ଝଡ ଝଞ୍ଜା ଦେଇ ପ୍ରେମ ସ-ମ୍ପର୍କ ଚାଲିଥିବା ବେଳେ ହଠାତ୍ ଜୀବନରେ ଏକ ମୋଡ ଆସିଲା । ଯେଉଁଥିରେ ଦେବସ୍ମିତା ନିଜ ଗୋଡ଼ରେ ଠିଆ ହୋଇପାରୁ ନଥିଲେ । ଆଉ ଗୋଡ ଦୁଇଟି ଅକାମୀ ହୋଇଯାଇଥିଲା । ଦେବସ୍ମିତା ପକ୍ଷାଘାତର ଶିକାର ହୋଇଥିଲେ ।

ତେବେ ନିଜ ଗୋଡ଼ରେ ଠିକରେ ଠିଆ ହୋଇପାରୁ ନଥିବା ଦେବସ୍ମିତାଙ୍କୁ ଜୀବନସାଥି ଭାବେ ଗ୍ରହଣ କରିବାପାଇଁ ଶୁଭ୍ରାଂଶୁ ସ୍ଥିର୍ କରିଥିଲେ । ଏହାକୁ ନେଇ ଉଭୟେ ଗତ 4 ତାରିଖ ଦିନ ଏକ ମନ୍ଦିରରେ ବିବାହ କରିଥିଲେ । ଆଉ ଏହି ବିବାହକୁ ନେଇ ସୋସିଆଲ ମିଡିଆରେ ଏବେ ସମସ୍ତେ ଚର୍ଚ୍ଚା କରୁଛନ୍ତି । ସତରେ ଏ ପ୍ରେମ କେତେ ପବିତ୍ର ଲାଗୁଛି ।

odia sambada
Comments (0)
Add Comment