ଖଗେଶ୍ବରକୁ ଇଡି ମାରାଥନ ଜେରା ଜାରି ରଖିଥିବା ବେଳେ ଇଡି ହାତରେ ଲାଗିସାରିଛି ଅନେକ ତଥ୍ୟ ପ୍ରମାଣ ।

ଜଗବନ୍ଧୁର ବିଜନେସ ପାର୍ଟନର ଏବଂ ଅର୍ଚ୍ଚନାର ପୁରୁଣା ପ୍ରେମିକ କୁହାଯାଉଥିବା ଜଗା ବର୍ତ୍ତମାନ ସାଙ୍ଘାତିକ ଖୁଲାସା କରିବାରେ ଲାଗିଛି । ଆଜ୍ଞା ହଁ, ଜଗା ଖୋଲୁଛି ଅର୍ଚ୍ଚନା ମାମଲା । ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡି ଖଗାଠାରୁ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇଛି । ଇଡି ରିମାଣ୍ଡରେ ଥିବା ଖଗେଶ୍ବରକୁ ଚତୁର୍ଥ ଦିନରେ ଗୋଳେଇ ଘାଣ୍ଟି ପଚରାଉଚରା କରିଛି । ଆଜି ତାକୁ ଜେରା କରିବା ବେଳେ ଖଗା ଅନେକ ଗୁମର ଖୋଲିଦେଇଛି ।

ଆଜ୍ଞା ହଁ, ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟରେ ତିନିଜଣ ବିଧାୟକଙ୍କ ନା ଆସୁଥିବା ଇଡି ଶୁରାଗ ପାଇଛି । ଆଉ ଏ ତିନିଜଣ ବିଧାୟକଙ୍କ ମଧ୍ୟରେ ଜଣେ କୁଆଡେ ମନ୍ତ୍ରୀ ମଧ୍ୟ ଥିଲେ । ଏମାନେ କୁଆଡେ ଅର୍ଚ୍ଚନାଙ୍କ ଟଙ୍କା ଦେବାନେବା କରୁଥିଲେ । ମୁଖ୍ୟତଃ ଏହି କାରବାର ଖଗେଶ୍ବରଙ୍କ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ହେଉଥିଲା ଏବଂ ଇଡି ଅଧିକାରୀଙ୍କ ସାମ୍ନାରେ ଏସବୁ ଗୁମର ଖୋଲିଛି ଖଗା ।

ଆସନ୍ତା ଦିନେ କି ଦୁଇଦିନ ମଧ୍ୟରେ ଏହି ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ ତଥ୍ୟ ବ୍ୟାଙ୍କରୁ ମିଳିବା ପରେ ତିନିଜଣ ବିଧାୟକଙ୍କୁ ନୋଟିସ କରାଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ ଖୁବଶୀଘ୍ର ସେ ନେତା ହୁଅନ୍ତୁ କିମ୍ବା ଅଭିନେତା, ବଡ ବିଲଡର କିମ୍ବା ବଡ ପ୍ରଯୋଜକ ବା ବଡ ଅଫିସର୍, ସମସ୍ତଙ୍କୁ ଇଡି ନୋଟିସ କରିବ । ଆଉ ଏବେ ସବୁଠାରୁ ବଡ କଥା ହେଉଛି ଖଗା ଉବାଚ କୁଆଡେ ରାଜନୀତିରେ ଝଡ ସୃଷ୍ଟି କରୁଛି ।

ତେବେ ରବିବାର ଖଗେଶ୍ବର ଠାରୁ ଯେଉଁ ସବୁ ତଥ୍ୟ ସନ୍ଧାନ ପାଇଛି ତା ଉପରେ ଇଡି ଅଧିକାରୀ ମାନେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି । ତେବେ ବିଶେଷ ସୂତ୍ରରୁ ଖବର ମିଳିଥିବା ଅନୁସାରେ, ଖୁବଶୀଘ୍ର ଅର୍ଚ୍ଚନା, ଜଗବନ୍ଧୁ ଓ ଖଗାକୁ ମିଶାଇ ସାମନାସାମନି ଜେରା କରାଯିବ । ଆଉ ତାପରେ ଅନେକ ଗୁଡିଏ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

odia sambada
Comments (0)
Add Comment