ବିଶ୍ୱକପ ଜିତିବା ପରେ ବାବର ହେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ! ରାଜନୀତିରେ ବହୁତ ଜଲ୍ଦି ଦେଇ ପାରନ୍ତି ପାଦ !

ଆପଣ ମାନେ ତ ଏବେ ଅଷ୍ଟ୍ରେଲିଆ ରେ ଚାଲିଥିବା ଟି ୨୦ ବିଶ୍ୱକପ୍ ସମ୍ପର୍କ ରେ ଜାଣିଥିବେ।ତେବେ ଆସନ୍ତା ରବିବାର ଦିନ ମେଲବୋର୍ଣ୍ଣ କ୍ରିକେଟ୍ ପଡ଼ିଆ ରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟ ରେ ଫାଇନାଲ ଖେଳ ହେବାକୁ ଅଛି।୨୦୨୨ ବିଶ୍ୱକପ୍ ରେ ଗୋଟିଏ ସମୟ ରେ ଯେଉଁଠି ପାକିସ୍ତାନ ବିଶ୍ୱକପ୍ ରୁ ବାହାରିଯିବା ନେଇ ଆଶଙ୍କା ଥିଲା,ସେଠାରେ ପାକିସ୍ତାନ ନିଉଜିଲ୍ୟାଣ୍ଡ କୁ ହରାଇ ଫାଇନାଲ କୁ ଯିବାକୁ ଥିବା ଟିକେଟ ନିଜ ହାତ କୁ ନେଇଛି। ତେବେ ଏ ନେଇ କ୍ରିକେଟ୍ ବୁଦ୍ଧିଜୀବୀ ,ଦର୍ଶକ ଏବଂ ପୂର୍ବତନ କ୍ରିକେଟର୍ ମାନଙ୍କ ମଧ୍ୟ ରେ ବିଭିନ୍ନ କଥା କୁ ନେଇ ଚର୍ଚ୍ଚା ଚାଲିଛି।ସେହି ସବୁ କଥା ମଧ୍ୟ ରୁ ଯେଉଁ କଥା ବେଶ୍ ଚର୍ଚ୍ଚା ର ପାତ୍ର ହୋଇଛି,ତାହା ହେଉଛି ପାକିସ୍ତାନ ର ଅଧିନାୟକ ବାବର୍ ଙ୍କୁ ନେଇ ଭାରତ ର ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ଙ୍କ ଭବିଷ୍ୟବାଣୀ।

ତେବେ ଏହି ମେଲବୋର୍ଣ୍ଣ ପଡ଼ିଆ ରେ ଆଜିକୁ ୩୦ ବର୍ଷ ତଳେ ଅର୍ଥାତ୍ ୧୯୯୨ ରେ ପାକିସ୍ତାନ ତାର ପ୍ରଥମ ବିଶ୍ୱକପ୍ ଜିତିଥିଲା ଇମ୍ରାନ୍ ଖାନ୍ ଙ୍କ ନେତୃତ୍ୱ ରେ।୧୯୯୨ ର ବିଶ୍ୱକପ୍ ଫାଇନାଲ ସହ ଲୋକେ ୨୦୨୨ ରେ ହେବାକୁ ଥିବା ବିଶ୍ୱକପ୍ ଫାଇନାଲ ସହ ସଂଯୋଗ କରୁଛନ୍ତି।ସେତେବେଳେ ମଧ୍ୟ ପାକିସ୍ତାନ ଫାଇନାଲ୍ ରେ ଇଂଲଣ୍ଡ ବିପକ୍ଷ ରେ ମ୍ୟାଚ୍ ଜିତିଥିଲା।ଏବେ ମଧ୍ୟ ପାକିସ୍ତାନ ଇଂଲଣ୍ଡ ବିପକ୍ଷ ରେ ସେହି ମେଲବୋର୍ଣ୍ଣ ପଡ଼ିଆ ରେ ଖେଳିବ।

ତେବେ ଏହି ବିରଳ ସଂଯୋଗ କୁ ନେଇ ଲୋକେ ଚର୍ଚ୍ଚା କରୁଛନ୍ତି।ତେବେ କ୍ରିକେଟ୍ ପରେ ଇମ୍ରାନ ଖାନ୍ ଯେପରି ପାକିସ୍ତାନ ର ପ୍ରଧାନମନ୍ତ୍ରୀ ହୋଇଥିଲେ, ସେହିପରି ବାବାର ଆଜମ୍ ମଧ୍ୟ କ୍ରିକେଟ୍ ପରେ ରାଜନୀତି ରେ ପାଦ ଦେଇ ପାକିସ୍ତାନ ର ପ୍ରଧାନମନ୍ତ୍ରୀ ହେବେ।ତେବେ ଲୋକ ମାନଙ୍କର ଏହି କଥା ରେ ସୁନିଲ ଗାଭାସ୍କର ମଧ୍ୟ ନିଜର ସ୍ଵର ମିଳାଇ ଛନ୍ତି।ଲୋକେ ୧୯୯୨ ଓ ୨୦୨୨ର ଏହି ସଂଯୋଗ କୁ ସତ ମାନିବାକୁ ଲାଗିଲେଣି।

ଆହୁରି କହୁଛନ୍ତି ଯେ ପାକିସ୍ତାନ ଏଥର ବିଶ୍ୱକପ୍ ବିଜେତା ହେବ ବୋଲି।ତେବେ ସୁନିଲ ଗାଭାସ୍କର ଭାରତ ଓ ଇଂଲଣ୍ଡ ର ମ୍ୟାଚ୍ ପୂର୍ବ ରୁ କହିଥିଲେ ଯେ ଯଦି ଏଥର ପାକିସ୍ତାନ ବିଶ୍ୱକପ୍ ଜିତେ ତେବେ ବାବର୍ ୨୦୪୮ ରେ ପାକିସ୍ତାନ ର ପ୍ରଧାନମନ୍ତ୍ରୀ ହେବେ ବୋଲି।ଏହା ଶୁଣି ସେନ୍ ୱାଟସନ୍ ଏବଂ ମାଇକେଲ ଆର୍ଟନୀ ହସିଥିଲେ।ସେ ଏପରି କହିଥିଲେ କାରଣ ୧୯୯୨ରେ ଇମ୍ରାନ ଙ୍କ ନେତୃତ୍ୱ ରେ ପାକିସ୍ତାନ ବିଶ୍ୱକପ୍ ଜିତିବା ପରେ ୨୦୧୮ ରେ ଇମ୍ରାନ ପାକିସ୍ତାନ ର ପ୍ରଧାନମନ୍ତ୍ରୀ ହୋଇଥିଲେ।

odia sambada
Comments (0)
Add Comment