ଛାତ୍ରୀଙ୍କୁ ପ୍ରେମ କରି ବିବାହ କରିବା ପାଇଁ ନିଜର ଲି-ଙ୍ଗ ପରିବର୍ତ୍ତନ କରିଛନ୍ତି ଜଣେ ଶିକ୍ଷୟିତ୍ରୀ।

ଏ ବିଚିତ୍ର ଦୁନିଆ ବିଚିତ୍ର ପ୍ରାଣୀ ମାନଙ୍କୁ ନେଇ ଗଠିତ।ସେହି ବିଚିତ୍ର ପ୍ରାଣୀ ମାନଙ୍କ ମଧ୍ୟରେ ମଣିଷ ଶ୍ରେଷ୍ଠ।ସମାଜ ସେହି ମଣିଷ କୁ ନେଇ ଚାଲେ।ଭଲ ପାଇବା ଏକ ସୁନ୍ଦର କଥା।ସ-ମ୍ପର୍କ ରେ ଭଲ ପାଇବା ରହିବ ନିହାତି ଜରୁରୀ।ଯେଉଁ ସ-ମ୍ପର୍କ ରେ ଭଲ ପାଇବା ନାହିଁ ସେ ସମ୍ପ-ର୍କ ସ-ମ୍ପର୍କ ନୁହେଁ।ତେବେ ଆପଣ ମାନେ ତ ଗୋଟେ କଥା ଶୁଣିଥିବେ ଯେ ମଣିଷ ବେଳେ ବେଳେ ପ୍ରେମ ରେ ଅନ୍ଧ ହୋଇଯାଏ।ଆଉ ସେଇ ପ୍ରେମ ପାଇବା ପାଇଁ କିଛି ବି କରିପାରେ।

ତେବେ ଏହି କଥା କୁ ସତ କରି ଦେଖାଇ ଛନ୍ତି ରାଜସ୍ଥାନ ର ଭରତପୁର ର ଏକ ଦମ୍ପତି।ଏହି ଦମ୍ପତିଙ୍କ ବିବାହ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।କାରଣ ସେହି ଦମ୍ପତିଙ୍କର ସମ୍ପ-ର୍କ କିଛି ବର୍ଷ ତଳେ ଶିକ୍ଷୟିତ୍ରୀ ଓ ଛାତ୍ରୀ ର ଥିଲା।ପ୍ରେମ ରେ ସବୁକିଛି ସମ୍ଭବ,ଏହାକୁ ପ୍ରମାଣ କରି ଦେଖିଛନ୍ତି ଅରଭ୍।ଅରଭ୍ ଙ୍କ ପ୍ରକୃତ ନାମ ହେଉଛି ମୀରା କୁନ୍ତଲ୍। ସେ ପେଶା ରେ ଜଣେ ଶିକ୍ଷୟିତ୍ରୀ।ତେବେ ସେ ପଢ଼ାଉଥିବା ସ୍କୁଲ୍ ରେ ଜଣେ ଛାତ୍ରୀ କଳ୍ପନାଙ୍କୁ ମନେ ମନେ ଭଲ ପାଇ ବସିଥିଲେ।

ତେବେ କଳ୍ପନାଙ୍କୁ ବିବାହ କରିବା ପାଇଁ ଅରଭ୍ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ନିଷ୍ପତି ନେଇଥିଲେ।ତେବେ ଅରଭ୍ ଙ୍କ କହିବା ଅନୁଯାୟୀ ସେ ନିଜର ଲି-ଙ୍ଗ ପରିବର୍ତ୍ତନ କରିବା ପାଇଁ ବହୁତ ଜଣଙ୍କ ସହ କଥା ହୋଇଥିଲେ। ତେବେ ଶେଷ ରେ ସେ ଜଣେ ଡକ୍ଟର ଙ୍କ ଖବର ପାଇଥିଲେ ଯିଏ କି ସେହି ସର୍ଜ-ରୀ କରନ୍ତି।ତା’ପରେ ତାଙ୍କର ୨୦୧୯ ରେ ଲି-ଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀ ଆରମ୍ଭ ହେଲା ଏବଂ ସର୍ଜରୀ ୨୦୨୧ ରେ ସଫଳତା ପୂର୍ବକ ଶେଷ ହେଲା।

ତା’ପରେ ସେ କଳ୍ପନାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ କଳ୍ପନା ମଧ୍ୟ ଏଥିରେ ରାଜି ହୋଇଥିଲେ।ତେବେ କଳ୍ପନାଙ୍କ କହିବା ଅନୁଯାୟୀ ଅରଭ୍ ଯଦି ଲି-ଙ୍ଗ ପରିବର୍ତ୍ତନ କରିନଥାନ୍ତେ ତାହେଲେ ବି ସେ ତାଙ୍କୁ ବିବାହ କରିଥାନ୍ତେ।କାରଣ ସେ ବି ତାଙ୍କୁ ଭଲ ପାଉଥିଲେ। ଅରଭ୍ ଙ୍କ ସର୍ଜ-ରୀ ବେଳେ କଳ୍ପନା ମଧ୍ୟ ତାଙ୍କ ସହ ଯାଇଥିଲେ ଓ ତାଙ୍କୁ ସେହି ନିଷ୍ପତି ରେ ସମର୍ଥନ କରିଥିଲେ।ତେବେ ଦୁଇଜଣଙ୍କ ପରିବାର ଲୋକ ମଧ୍ୟ ଏହି ବିବାହ ପାଇଁ ନିଜର ସହମତି ପ୍ରଦାନ କରିଥିଲେ।

odia sambada
Comments (0)
Add Comment