୨୦୦୭ରେ ଟି-୨୦ ବିଶ୍ୱକପ ଆରମ୍ଭ ହୋଇଥିଲା । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ୱକପ ସମୟରେ, କେହି ଭାବି ନଥିବେ ଯେ ଆଗାମୀ ଦିନରେ ଟି -୨୦ କ୍ରିକେଟ୍ ଏତେ ପ୍ରାଧାନ୍ୟ ବିସ୍ତାର କରିବ । ଉକ୍ତ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ଯୁବ ଅଧିନାୟକ ଏମଏସ ଧୋନିଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିଲେ । ଧୋନି କେବଳ କ୍ରିକେଟ୍ର କ୍ଷୁଦ୍ର ଫର୍ମାଟରେ ନିଜକୁ ପ୍ରମାଣ କରିନାହାଁନ୍ତି, ବରଂ ସେ ଏପରି କିଛି କରିସ୍ମା କରିଛନ୍ତି, ଯାହାର ଶବ୍ଦ ଆଜି ବି ଶୁଣାଯାଉଛି।
୨୦୦୭ ମସିହାରେ ଆଇସିସି ଟି-୨୦ ବିଶ୍ୱକପରେ ଭାରତର ବିଜୟ ପରେ ଆଇପିଏଲ୍ ଟୁର୍ନାମେଣ୍ଟ ୨୦୦୮ ରେ ଆରମ୍ଭ ହୋଇଥିଲା । ତେବେ ଏହି ସବୁ ମଧ୍ୟରେ ୨୦୨୨ରେ ଆଇସିସି ଟି -୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ସରିବାକୁ ଆସିଲାଣି । ବର୍ତ୍ତମାନ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଭାରତ ଏବଂ ପାକିସ୍ତାନ ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି । ପ୍ରଥମ ସେମିଫାଇନାଲ ବୁଧବାର ଦିନ ମ୍ୟାଚ ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବେଳେ ଦ୍ଵିତୀୟ ସେମିଫାଇନାଲ୍ ମ୍ୟାଚ ଗୁରୁବାର ଦିନ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯିବ ।
ଆଉ ଯଦି ଯଦି ପ୍ରଥମ ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ଜିତେ ଆଉ ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ଇଣ୍ଡିଆ ଜିତେ ତେବେ ପୁଣିଥରେ ଫାଇନାଲରେ ଭାରତ – ପାକିସ୍ତାନ ଟାଇଟଲ ଟ୍ରଫି ପାଇଁ ମୁହାଁମୁହିଁ ହେବେ । ପୁଣି ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ । ଯାହାକି ୨୦୦୭ ମସିହାରେ ହୋଇଥିଲା । ଟି -୨୦ ବିଶ୍ୱକପ ସେହି ବର୍ଷ ଆରମ୍ଭ ହୋଇଥିଲା । ତେବେ ଗୋଟିଏ ସମୟରେ ଲାଗୁଥିଲା ଯେ, ପାକିସ୍ତାନ ଦଳ ସେମିଫାଇନାଲରେ ପ୍ରବେଶ କରି ପାରିବ ନାହିଁ ।
କିନ୍ତୁ ସାଉଥ୍ ଆଫ୍ରିକା ନିଜ ଠାରୁ ଦୁର୍ବଳ ଦଳ ନେଦରଲ୍ୟାଣ୍ଡ ଠାରୁ ଅପ୍ରତ୍ୟାସିତ ଭାବରେ ହାରିବା ପରେ ପାକିସ୍ଥାନ ଦଳ ସେମିଫାଇନାଲରେ ପ୍ରବେଶ କରିଛି । ତେବେ ଚଳିତ ଟି-୨୦ ୨୦୨୨ ବିଶ୍ୱକପ ବେଳେ ଦୁଇ ଦେଶ ସହ ଯାହା ଘଟିଛି, ପୁର୍ବରୁ ୧୯୯୨ ଓ ୨୦୧୧ରେ ମଧ୍ୟ ସମାନ ଘଟଣା ଘଟିଛି । ତେଣୁ ଆସନ୍ତା ୧୩ ତାରିଖରେ ମେଲବର୍ଣ୍ଣ ଠାରେ ଭାରତ ଓ ପାକିସ୍ତାନ ପୁଣି ମୁହାଁମୁହିଁ ହେଲେ ୧୯୯୨ ନା ୨୦୧୧ର ପୁନରାବୃତ୍ତି ଘଟିବ, ତା’କୁ ନେଇ ଫ୍ୟାନ୍ସ ଆଲୋଚନା କରୁଛନ୍ତି ।